ଧାନକିଣାକୁ ନେଇ କମ୍ପିଲା ବିଧାନସଭା

ବିଧାନସଭାରେ ଧାନକିଣା ତାତି । ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ସବୁ ଦିନ କିଛି ନା କିଛି ବିବାଦ ବିଧାନସଭାରେ ଚାଲିଥାଏ । ସାଧାରଣ ଲୋକଙ୍କୁ ଆଗରେ ରଖି ଅନେକ ରାଜନୀତି ଦଳ ନିଜର ରାଜନୀତି ଖେଳ ଖେଳିଥାନ୍ତି । ତେବେ ବର୍ତ୍ତମାନ ଧାନକିଣା ଅନିୟମିତତାକୁ ନେଇ କମ୍ପୁଛି ବିଧାନସଭା । ଏହାସହ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି । ଗୃହ ଆରମ୍ଭରୁ ମଣ୍ଡି ଅବ୍ୟବସ୍ଥା ଓ ଧାନକିଣଆ ଅନିୟମିତତା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ହଟ୍ଟଗୋଳ ଓ ନାରାବାଜି କରିଛନ୍ତି । ଗୃହର ମଧ୍ୟ ଭାଗକୁ ଆସି ବିଜେପି ଓ କଂଗ୍ରେସ ପ୍ରବଳ ପାଟିତୁଣ୍ଡ ଓ ହୋହଲ୍ଲା କରିଛନ୍ତି । ବିଧାୟକ ସୁବାଷ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଧମକ ନେଇ ବିଜେଡି ପ୍ରତିବାଦ କରିଛି । ଆତ୍ମହତ୍ୟା ଧମକ ଦେଇଥିବାରୁ ବିଧାୟକ ସୁବାଷ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବୀ କରିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button