ବନ୍ଦେ ମାତରମ୍‌ରେ କମ୍ପିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମ

୭ ୱିକେଟରେ ବିଜୟ ହାସଲ କଲା ବିରାଟ ବାହିନୀ ..

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କମାଲ କଲେ ଇଶାନ କିଷାନ ଓ ବିରାଟ କୋହଲି । ତେବେ ଇଶାନ କିଷାନ ନିଜ ଡେବ୍ୟୁ ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । କ୍ରିକେଟ ଭାରତୀୟ ଜନମାନସର ଆଉ ଏକ ରଙ୍ଗ । ଭାରତ ଯେତେବେଳେ ପ୍ରଥମ ଥର ବିଶ୍ୱକପ ବିଜୟୀ ହୋଇଥିଲା , ସେହି ଦିନ ଠାରୁ ଦେଶରେ କ୍ରିକେଟର ଗ୍ୟାଙ୍ଗରେ ଅଧିକ ପରିବର୍ତ୍ତନ ଆସିଥିଲା । , ବନ୍ଦେ ମାତରମ୍‌ରେ କମ୍ପିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମଏହାସହ ଖେଳ ଶେଷରେ ଯେତେବେଳେ ବିଜୟ ହାସଲ ହୋଇଥାଏ , ସେହି ସମୟରେ ଖେଳାଳି ଓ ଦର୍ଶକ ତଥା ପ୍ରଶଂସକଙ୍କ ମନରେ ଏକ ଭିନ୍ନ ପ୍ରକାରର ଉତ୍ସାହ ଦେଖାଯାଇଥାଏ । ଏଭଲି ଏକ ବାତା ବରଣ ରବିବାର ଦିନ ଅହମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଦେଖାଯାଇଥିଲା ।ଏହାସହ ଏହି ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଏହି ମ୍ୟାଚରେ ଇଶାନ କିଷାନ ଓ ବିରାଟ କୋହଲି ଅର୍ଦ୍ଧଶତକ ହାସଲ କରିଛନ୍ତି ।, ବନ୍ଦେ ମାତରମ୍‌ରେ କମ୍ପିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଆସିଥିଲା ଇଂଲଣ୍ଡ ଦଳ । ଇଂଲଣ୍ଡ ଭାରତୀୟ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲା । ଦଳ ପକ୍ଷରୁ ଜାସନ ରଏ ୪୬, ଇୟନ ମୋର୍ଗାନ ୨୮ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୬୪ ରନ କରିବାରେ ସକ୍ଷମ ହୋଇଥିଲା ।, ବନ୍ଦେ ମାତରମ୍‌ରେ କମ୍ପିଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୧୬୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ଟିମ ଇଣ୍ଡିଆ । ଆରମ୍ଭରୁ ରାହୁଲ ନିରାଶ କରିଥିଲେ ମଧ୍ୟ ଇଶାନ କିଷାନ ଓ ବିରାଟ କୋହଲି ଦଳକୁ ବିଜୟର ରାସ୍ତା ଦେଖାଇଥିଲେ । ଉଭୟ ଆକ୍ରାଣାତ୍ମକ ଖେଳିଥିଲେ । ଦଳ ପକ୍ଷରୁ ବିରାଟ କୋହଲି ୭୩, ଇଶାନ କିଷାନ ୫୬ ଓ ରିଷବ ପନ୍ତ ୨୬ ରନ କରିଥିଲେ । ଫଳରେ ଦଳ ୧୭ ଓଭରରେ ୩ ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button