ସୁଯୋଗ ମିଳିଲେ ରାଜନୀତି କରିବି : କଙ୍ଗନା

ଅଭିନୟ ଛାଡି ରାଜନୀତିରେ ଯୋଗ ଦେବେ ବଲିଉଡ୍ କୁଇନ୍ କଙ୍ଗନା !

ସିନେମା ଜଗତରେ କଙ୍ଗନା ରଣାୱତ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି । ସେ ଗତ କିଛି ଦଶନ୍ଧି ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି । କଙ୍ଗନା ରଣାୱତଙ୍କ ଫିଲ୍ମ ‘ଥଲାଇଭି ’ ନିକଟରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରରେ କଙ୍ଗନା ସ୍ୱର୍ଗତ ଭେଟେରାନ ରାଜନେତା ଜେ ଜୟଲଳିତାଙ୍କ ଭୂମିକାରେ ଅଭିନୟ କରିଥିଲେ । ଦେଶ , ବିଶ୍ୱ କିମ୍ବା ମନୋରଞ୍ଜନ ଜଗତ ସହ ଜଡିତ ଯେ କୌଣସି ପ୍ରସଙ୍ଗ ହେଉ, କଙ୍ଗନା ରଣାୱତ ନିଜ ମତକୁ ଅତି ଖୋଲାଖୋଲି ଭାବରେ ପ୍ରକାଶ କରିବା ପାଇଁ ବେଶ ଜଣାଶୁଣା ।, ସୁଯୋଗ ମିଳିଲେ ରାଜନୀତି କରିବି : କଙ୍ଗନାକିନ୍ତୁ ଜୟଲଳିତାଙ୍କ ବାୟୋପିକରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା କଙ୍ଗନା ରଣାୱତ ରାଜନୈତିକ ଦୁନିଆରେ ପାଦ ଦେବେ କି ? ତେବେ ଏକ ରିପୋର୍ଟ ଅନୁଯାୟୀ, କଙ୍ଗନା ରଣାୱତ ତାଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଏହା ସମ୍ପୁର୍ଣ୍ଣ ଜନସାଧାରଣଙ୍କ ହାତରେ ଅଛି । ସେ କହିଛନ୍ତି , ମୁଁ ଜଣେ ନେତା ହୋଇପାରିବି କି ନାହିଁ ତାହା ମୋ ହାତରେ ନାହିଁ । ଲୋକଙ୍କ ସମର୍ଥନ ବିନା ଆପଣ ପଞ୍ଚାୟତ ନିର୍ବାଚନ ମଧ୍ୟ କରିପାରିବେ ନାହିଁ ।

 

ତେବେ ରାଜନୀତି ହେଉ କି ସାମାଜିକ ପ୍ରସଙ୍ଗ , ଏସବୁ ନେଇ ନିଡର ଭାବେ ନିଜ ମତାମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଅସୁଛନ୍ତି କଙ୍ଗନା ରଣାୱତ । ତାଙ୍କର ଏପରି ନିର୍ଭିକ ଗୁଣକୁ ଅନେକ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ବିରୋଧ କରୁଥିବାର ଦେଖିବାକୁ ମିଳିଛି । କଙ୍ଗନା ରାନାୱତ କହିଛନ୍ତି, ‘ଯଦି ମୁଁ ରାଜନୀତିରେ ପ୍ରବେଶ କରେ, ତେବେ ଏହା ଲୋକମାନଙ୍କ ଦ୍ୱାରା ସମ୍ଭବ ହୋଇପାରିବ । ମୁଁ ଜଣେ ଜାତୀୟତାବାଦୀ ଏବଂ ମୁଁ ଦେଶ ସହ ଜଡିତ ପ୍ରସଙ୍ଗରେ କଥାବାର୍ତ୍ତା କରେ। ଏହି କାରଣରୁ ଲୋକମାନେ ଭାବନ୍ତି ଯେ ମୁଁ ରାଜନୈତିକ ପ୍ରସଙ୍ଗ ବିଷୟରେ କଥାବାର୍ତ୍ତା କରେ । ମୁଁ ଜଣେ ଦାୟିତ୍ୱବାନ ନାଗରିକ । ଏହି କାର୍ଯ୍ୟକ୍ରମରେ କଙ୍ଗନା ଜୟଲଳିତାଙ୍କ ଚରିତ୍ରରେ ଅଭିନୟ କରିବାର ଅନୁଭବ ବିଷୟରେ ମଧ୍ୟ କହିଛନ୍ତି । ଫିଲ୍ମ କରିବା ପରେ ରାଜନୀତି ବହୁତ କଠିନ। ଏଥିପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିଥାଏ। ଏଥିରେ ତୁମ ବନ୍ଧୁ ଶତ୍ରୁ ପାଲଟିଯାଇଥାନ୍ତି, ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେ କହିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button