କରୋନା କବଳରେ ବଲିଉଡ୍

ଅଭିନେତ୍ରୀ କ୍ୟାଟ୍ରିନା କେଫ୍ କରୋନା ପଜିଟିଭ୍ ଚିହ୍ନଟ..

ଦେଶରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ବଲିଉଡ ଇଣ୍ଡଷ୍ଟ୍ରିକୁ ମଧ୍ୟ କରୋନା କବଳିତ କରିଛି। ଗତ କିଛି ଦିନ ହେଲା ବଲିଉଡ କଳାକାର ଲଗାତାର ସଂକ୍ରମିତ ହେଉଛନ୍ତି। ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ହୋମ୍ କ୍ଵାରେଣ୍ଟାଇନରେ ଅଛନ୍ତି।, କରୋନା କବଳରେ ବଲିଉଡ୍କ୍ୟାଟ୍ରିନା ନିଜ ଇନଷ୍ଟାଗ୍ରାମ ଷ୍ଟେଟସ ଜରିଆରେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ଏବଂ ସେ ନିଜକୁ ଆଇସୋଲେଟ କରିଛନ୍ତି।  ଡାକ୍ତରଙ୍କ ପରାମର୍ଶ କ୍ରମେ ସେ କୋଭିଡ ନିୟମ ପାଳନ କରୁଛନ୍ତି ବୋଲି କହିଛନ୍ତି। ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କୁ କରୋନା ଯାଞ୍ଚ କରାଇବାକୁ ସେ ଅପିଲ କରିଛନ୍ତି। ଏହାସହ ସେ ପ୍ରଶଂସକଙ୍କ ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି।, କରୋନା କବଳରେ ବଲିଉଡ୍ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ କିଛି ଦିନ ମଧ୍ୟରେ ଅନେକ ସେଲିବ୍ରିଟି କରୋନାରେ ସଂକ୍ରମିତ ହୋଇଥିଲେ । ନିକଟ ଅତୀତରେ ଅକ୍ଷୟ କୁମାର, ଆମୀର ଖାନ, ଆଲିଆ ଭଟ୍ଟ, ଆର ମାଧବନ, ରଣବୀର କପୁର, ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ, ଗାୟକ ଆଦିତ୍ୟ ନାରାୟଣ, ଅଭିନେତ୍ରୀ ଭୁମି ପେଡନକର, ବିକି କୌଶଲ, ହାସ୍ୟ ଅଭିନେତା କୁନାଲ କମ୍ରା ଏବଂ ସଂକ୍ରମିତ ହୋଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button