ହୋଲି ଖେଳନ୍ତୁ କିନ୍ତୁ ସ୍କିନର ଯତ୍ନ ନିଅନ୍ତୁ

ହୋଲି ରଙ୍ଗର ପର୍ବ ଅଟେ। ଏହିଦିନ ସଭିଏଁ ହସ ଉଲ୍ଲାସରେ ହୋଲି ଖେଳିଥାନ୍ତି। ସାଧାରଣତଃ ଲୋକ ନିଜ ପୁରୁଣା କପଡା ପିନ୍ଧି ହୋଲି ଖେଳିଥାନ୍ତି। ନୂଆ କପଡା କାଳେ ଖରାପ ହୋଇଯିବ ଏହାକୁ ନେଇ ସମସ୍ତଙ୍କ ଡର ଥାଏ। ଯେତିକି ଯତ୍ନ ଆମେ କପଡାର ନେଇଥାଉ ତା ଠାରୁ ଅଧିକ ଯତ୍ନ ଆମ ସ୍କିନ ଓ ହେୟାରର ନେବା ଆବଶ୍ୟକ। କାରଣ ଆମେ ବଜାର ଆଣି ଖେଳୁଥିବା ଫଗୁ ସଂପୂର୍ଣ୍ଣ ରୂପେ ବିପଦମୁକ୍ତ ନୁହେଁ।

, ହୋଲି ଖେଳନ୍ତୁ କିନ୍ତୁ ସ୍କିନର ଯତ୍ନ ନିଅନ୍ତୁ

ହୋଲି ଖେଳିବା ପୂର୍ବରୁ ଆପଣଙ୍କୁ କଣ କରିବା ଦରକାର?

  • ହୋଲି ଖେଳିବା ପୂର୍ବରୁ କେଶ ଓ ଦେହରେ ଭଲ ଭାବରେ କ୍ରିମ ଲଗାନ୍ତୁ। କିମ୍ବା ତେଲକୁ କେଶ ଓ ଚର୍ମରେ ଭଲ ଭାବରେ ମାଲିସ କରନ୍ତୁ।
  • ଓଠରେ ଲିପବାମ ଲଗାଇବାକୁ ଭୁଲନ୍ତୁ ନାହିଁ।
  • ଆଲୋବେରା ଜେଲକୁ କ୍ଷୀର ସହ ମିଶାଇ ସ୍କିନରେ ଲଗାନ୍ତୁ।
  • ନଖରେ ମଧ୍ୟ ହୋଲି ଲାଗି ରହିଯାଏ। ତେଣୁ ଖେଳିବା ପୂର୍ବରୁ ନଖରେ ନେଲପଲିସ ଲଗାଇ ଦିଅନ୍ତୁ।
  • ବାହାରକୁ ଯିବାକୁ ପୂର୍ବରୁ ସନସ୍କିନ ଲୋସନ ଲଗାଇ ବାହାରକୁ ବାହାରନ୍ତୁ।
  • ଖେଳିବା ସମୟରେ ମୁଣ୍ଡକୁ ଘୋଡାଇ ରଖନ୍ତୁ ବା ଗୋଟିଏ ଗିନା ରେ ମହୁ, ଦହି, ତେଲ, କାକୁଡି ଆଦି ଭଲ ଭାବେ ମିଶାଇ ଲଗାନ୍ତୁ।

ହୋଲି ଖେଳିବା ପରେ କଣ କରିବା ଉଚିତ? 

  • ହୋଲି ଖେଳି ସାରିବା ପରେ କିଛିଦିନ ଯାଏଁ ଫେସିଆଲ କରାନ୍ତୁ ନାହିଁ।
  • ଦୁଇ ଚାମଚ ଅଲିଭ ଅଏଲ, ଦୁଇ ତିନି ବୁନ୍ଦା ଲେଢମ୍ଭୁ ରସ, ଚାରି ଚାମଚ ମହୁକୁ ମିଶାଇ ମୁଣ୍ଡରେ ଲଗାଇ କିଛି ସମୟ ପରେ ଧୋଇ ଦିଅନ୍ତୁ।
  • ଲେମ୍ଭୁ ଦାଗ ଛଡେଇବାରେ ସହାୟକ ହୋଇଥାଏ। ତେଣୁ ଶରୀରର ଯେଉଁ ସ୍ଥାନରୁ ରଙ୍ଗ ଛାଡୁ ନାହିଁ ସେହି ସ୍ଥାନରେ ଲେମ୍ଭୁ ଘଷନ୍ତୁ ଛାଡିଯିବ।
  • ଗାଧୋଇସାରିବା ପରେ ପୁରା ଶରୀରରେ ବଡି ଲୋସନ ଲଗାନ୍ତୁ। ଏହା ସ୍କିନକୁ ଭଲ ରହିବ।
  • ଶୋଇବା ପୂର୍ବରୁ ଆଖିରେ ଗୋଲାପ ଜଳ ପକାଇ ସୁଅନ୍ତୁ

Post Your View

Leave a Reply

Your email address will not be published. Required fields are marked *

Back to top button