କେଉଁଠି ଫଳିଛି ଏତେ ବଡ ଆଳୁ ?

ଏହି ଆଳୁ ଭିତରେ ଟଙ୍କା ଦେଇ ରହୁଛନ୍ତି ମଣିଷ ..

ଆଳୁ ଆପଣ ମାନେ ନିହାତି ଖାଦ୍ୟ ଖାଇଲା ବେଳେ ବ୍ୟବହାର କରିଥିବେ । ଆଳୁ ନହେଲେ କିଛି ଖାଦ୍ୟର ସ୍ୱାଦ ମଧ୍ୟ ଆସେ ନାହିଁ । ତେବେ ଅନେକ ଲୋକ ପନିପରିବା ଛଡା ଆଳୁ ଖାଇବାକୁ ବେଶି ଭଲପାନ୍ତି । ଆଳୁ ଗୋଟେ ଏମିତି ଖାଦ୍ୟ ଯେଉଁଟା ସବୁ ପନିପରିବା ସହ ମିଶି ମଧ୍ୟ ଯାଇଥାଏ । ତେବେ ଆପଣ ମାନେ କେବେ ଦେଖିଛନ୍ତି କି ଆଳୁର ଘର । ଆପଣମାନେ ଯେତେବେଳେ ବସ ବାସ କାରୁଥିବେ ନିହାତି ଭାବରେ ତାହା ସିମେଣ୍ଟ୍ ବା ଗୋଡିରେ ତିଆରି ହୋଇଥିବ । କିନ୍ତୁ ପ୍ରଥମ ଥର ପାଇଁ ଆଳୁର ଘର ଦେଖିଲେ ଆପଣ ମଧ୍ୟ ପାଗଳ ହୋଇଯିବେ ।, କେଉଁଠି ଫଳିଛି ଏତେ ବଡ ଆଳୁ ?ଏହାସହ ଦୁନିଆରେ ଏମିତି ଅନେକ ଜିନିଷ ବା ସ୍ଥାନ ରହିଛି ଯାହା ଅଭୁତଜନକ ହୋଇଥାଏ । ତେବେ ମଣିଷ ଅନେକ ଆକୃତିର ଘର ତିଆରି କରିଥାଏ, କିନ୍ତୁ କୌଣସି ପରିବା ଆକୃତିର ଘର ହୁଏତ କେହି କେବେ ଦେଖିନଥିବେ । ଏହିପରି ଯାତ୍ରୀମାନଙ୍କ ମନ କିଣିବା ପାଇଁ ଏକ ହୋଟେଲ ତିଆରି କରାଯାଇଛି , ଯାହାକୁ ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ଏହି ହୋଟେଲ ବିଷୟରେ । ତେବେ ଏହି ହୋଟେଲଟି ଆମେରିକାର ସାଉଥ୍ ବୋଇସ୍ ଆଇଡାହୋ ନାମକ ଏକ ସ୍ଥାନରେ ନିର୍ମିତ ହୋଇଛି । ପ୍ରାୟ ୪୦୦ ଏକର ଜମିରେ ନିର୍ମିତ ହୋଟେଲଟି ବାହାରୁ ଦେଖିଲେ ଠିକ୍ ଏକ ଆଳୁପରି ଲାଗୁଛି ।, କେଉଁଠି ଫଳିଛି ଏତେ ବଡ ଆଳୁ ?ଏହି ହୋଟେଲଟିକୁ ଆଳୁ ଆକୃତିରେ ତିଆରି କରାଯାଇଛି । କିନ୍ତୁ ଭିତରେ ଏହାକୁ ଏକ ବିଳାସପୂର୍ଣ୍ଣ ହୋଟେଲ ପରି ତିଆରି କରାଯାଇଛି । ଏହି ଆଳୁ ଆକୃତିର ହୋଟେଲ ‘ଆଇଡାହୋ ଆଳୁ ହୋଟେଲ ’ ଭାବରେ ପ୍ରସିଦ୍ଧ । ଏହାର ଭିତର ଓ ବାହାରର ଦୃଶ୍ୟ ଅତ୍ୟନ୍ତ ମନଲୋଭା । ୨ ଜଣ ଲୋକ ଏଥିରେ ରହିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ତେବେ ବାସ୍ତବରେ , ଆମେରିକାର ଆଇଡାହୋ ରାଜ୍ୟର ଜଳବାୟୁ ଆଳୁ ଚାଷ ପାଇଁ ଅତ୍ୟନ୍ତ ଲାଭଦାୟକ । , କେଉଁଠି ଫଳିଛି ଏତେ ବଡ ଆଳୁ ?ଏଠାରେ ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ଆଳୁ ଚାଷ କରାଯାଇଥାଏ । ସେଥିପାଇଁ ଏଠାରେ ଆଳୁ ଆକୃତିର ଏକ ହୋଟେଲ ତିଆରି କରାଯାଇଛି । କିନ୍ତୁ ଏହି ହୋଟେଲରେ ରହିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ , କାରଣ ଏଠାରେ ଗୋଟିଏ ଦିନର ଭଡା ୧୪,୫୪୪ ଟଙ୍କା । ଏହି ହୋଟେଲରେ ମାତ୍ର ଦୁଇଜଣ ଲୋକଙ୍କ ପାଇଁ ରହିବାର ବ୍ୟବସ୍ଥା ରହିଛି । ଏହା ବାହାରୁ ଯେତିକି ଆକର୍ଷଣୀୟ ଭିତରୁ ସେତିକି ବିଳାସପୂର୍ଣ୍ଣ ।

Post Your View

Leave a Reply

Your email address will not be published. Required fields are marked *

Back to top button