ଶ୍ରୀକ୍ଷେତ୍ର ମଉଡମଣୀଙ୍କ ଛେରାପହଁରା ନୀତି

ସ୍ନାନ ପୂର୍ଣ୍ଣିମା, ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ଛେରାପହଁରା । ଏହି ଛେରାପହଁରା ନୀତି ବହୁ ପୁରାତନ କାଳରୁ ଗଜପତି ମହାରାଜାଙ୍କ ଦ୍ୱାରା ସମ୍ପାଦନ କରାଯାଇଆସୁଛି । ଛେରାପହଁରା ନୀତିକୁ ଦେଖିବା ଲାଗି ଗୁଣ୍ଡିଚା ମନ୍ଦିରରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ତିନି ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ, ସୁଭଦ୍ରା ଓ ବଳଦେବ ରଥ ଉପରକୁ ବିଜେ କରିବା ପରେ ଆରମ୍ଭ ହୋଇଥାଏ ଛେରା ପହଁରା ନୀତି।

, ଶ୍ରୀକ୍ଷେତ୍ର ମଉଡମଣୀଙ୍କ ଛେରାପହଁରା ନୀତି

ଛେରା ଓ ପହଁରା ଦୁଇଟି ଶବ୍ଦର ସମ୍ମିଶ୍ରଣରେ ଛେରା ପହଁରାର ସୃଷ୍ଟି। ଛେରା ଶବ୍ଦର ଅର୍ଥ ବହଳିଆ ଘୋରା ଚନ୍ଦନକୁ ବୁଝାଏ। ପହଁରା ଶବ୍ଦର ଅର୍ଥ ଓଳାଇବା। ବହୁ ପ୍ରାଚୀନ କାଳରୁ ସମ୍ପାଦନ ହେଉଥିବା ଛେରାପହଁରା ନୀତି ବର୍ତ୍ତମାନର ଛେରାପହଁରା ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ। ଆଗକାଳରେ ଗଜପତି ମହାରାଜାଙ୍କଦ୍ୱାରା ସମ୍ପୂର୍ଣ୍ଣ ବଡ଼ଦାଣ୍ଡକୁ ପହଁରା ମାଧ୍ୟମରେ ଓଳାଯାଉଥିଲା। ମାତ୍ର ସମୟକ୍ରମେ ତାହା ଧୀରେ ଧୀରେ ବଦଳି ଯାଇଅଛି।  ଉକ୍ତ ଦିନ ଗଜପତି ମହାରାଜ ଛେରାପହଁରା ପର୍ଯ୍ୟନ୍ତ ଉପବାସ ରହି ଏହି ନୀତି ସମ୍ପାଦନ କରିଥାନ୍ତି। ସର୍ବପ୍ରଥମେ ବଳଭଦ୍ରଙ୍କ ରଥରେ ଛେରା ପହଁରା କରନ୍ତି। ପ୍ରଥମେ ଗରାବଡୁ ସେବକଙ୍କଠାରୁ ହାତୁଆଣି ନେଇ ଗଜପତି ପୁଷ୍ପାଞ୍ଜଳି ପ୍ରଦାନ କରିଥାନ୍ତି। ସୁନା କର୍ପୂର ଆଳତିରେ କର୍ପୂର ବସାଇ ଭଣ୍ଡାର ମେକପ ରାଜାଙ୍କ ହସ୍ତକୁ ବଢାଇଥାନ୍ତି। ରାଜା ଠାକୁରଙ୍କ ସମ୍ମୁଖରେ ଆରତି କରି ସୁନା ଚାମର ଆଲଟ ସେବା କରିଥାନ୍ତି। ତତ୍ପରେ ରଥ ଉପରେ ସିଂହାସନ ତଳକୁ ଓହ୍ଲାଇଥାନ୍ତି। ଛେରାପହଁରା ନୀତି ଶେଷ ହେବା ପରେ ରାଜା ଶ୍ରୀନଅରକୁ ଗମନ କରିଥାନ୍ତି।

, ଶ୍ରୀକ୍ଷେତ୍ର ମଉଡମଣୀଙ୍କ ଛେରାପହଁରା ନୀତି

ଅତୀତରେ ଶ୍ରୀକ୍ଷେତ୍ରର ରଥଯାତ୍ରାରେ ଗଜପତି ମହାରାଜାମାନେ ଛେରା ପହଁରା ପାଇଁ ବହୁ ଆଡ଼ମ୍ବରପୂର୍ଣ୍ଣ ଶୋଭାଯାତ୍ରାରେ ସୁସଜ୍ଜିତ ହସ୍ତୀମାନଙ୍କ ସହ ବାହାରୁଥିଲେ। ସେଥିପାଇଁ ସେମାନେ ଅନେକ ଗୃହପାଳିତ ପଶୁପାଳନ କରୁଥିଲେ। ମାତ୍ର ତାହା ଲୋପ ପାଇ ଦୀର୍ଘ ପାଞ୍ଚ ବର୍ଷ କାଳ ବିନା ହସ୍ତୀରେ ରାଜା ଶ୍ରୀନଅରରୁ ସିଂହଦ୍ୱାର ପର୍ଯ୍ୟନ୍ତ ଆସିଥାନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button