ରକ୍ତ ଅଭାବକୁ ଦୁର କରିଥାଏ ମିଶ୍ରି

ଖାଦ୍ୟ ଖାଇବା ପରେ ଆପଣ ନିଶ୍ଚିତ ଭାବରେ ମିଶ୍ରି ଏବଂ ପାନମହୁରୀ ଖାଇଥିବେ । ଏହି ଦୁଇଟି ଜିନିଷକୁ ମାଉଥ୍ ଫ୍ରେସନର୍ ଭାବରେ ଖିଆଯାଏ । କିନ୍ତୁ ଆପଣ ଜାଣନ୍ତି କି ମିଶ୍ରି ଅନେକ ଉପାୟରେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ ।

କାଶ ଏବଂ ଥଣ୍ଡାରେ ଲାଭଦାୟକ ହୋଇଥାଏ ଶୀତ ଋତୁରେ ବ୍ୟକ୍ତି ଅନେକ ରୋଗର ଶିକାର ହୁଅନ୍ତି, ଯେଉଁଥିରେ କାଶ, ଥଣ୍ଡା ଅଧିକ ଦେଖାଯାଏ । ଥଣ୍ଡା ସମୟରେ ଲୋକମାନେ ପ୍ରାୟତଃ କାଶ ଏବଂ ଥଣ୍ଡା ଜନିତ ସମସ୍ୟାର ଶିକାର ହୁଅନ୍ତି । ଏପରି ପରିସ୍ଥିତିରେ ମିଶ୍ରି ଗୁଣ୍ଡରେ, ଗୋଲମରିଚ ଗୁଣ୍ଡ ଏବଂ ଘିଅକୁ ମିଶ୍ରଣ କରି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ରାତିରେ ଏହାକୁ ଖାଆନ୍ତୁ । ଏହା ବ୍ୟତୀତ ମିଶ୍ରି ଗୁଣ୍ଡ ଏବଂ ଗୋଲମରିଚ ଗୁଣ୍ଡକୁ ଉଷୁମ ପାଣିରେ ମିଶାଇ ପିଇବା ଦ୍ୱାରା କାଶରୁ ଆରାମ ମିଳିଥାଏ ।

, ରକ୍ତ ଅଭାବକୁ ଦୁର କରିଥାଏ ମିଶ୍ରି

ହେମୋଗ୍ଲୋବିନ୍ ସ୍ତରକୁ ଉନ୍ନତ କରିଥାଏ ଶରୀରରେ କମ୍ ହେମୋଗ୍ଲୋବିନ୍ ସ୍ତର ରକ୍ତହୀନତା ହୋଇଥାଏ । କିଛି ନକରି ଥକ୍କା ଅନୁଭବ ହୋଇଥାଏ, ଦୁର୍ବଳତା ଅନୁଭବ ହୋଇଥାଏ, ଅନେକ ଲୋକଙ୍କର ମଧ୍ୟ ମୁଣ୍ଡ ବୁଲାଇଥାଏ ଏବଂ ରକ୍ତର ଅଭାବ ଦେଖାଯାଏ | ଅଭାବ ହେତୁ କିଛି ଲୋକଙ୍କ ଶରୀରର ରଙ୍ଗ ଦଳଦୀଆ ଦେଖାଯାଇଥାଏ । କିନ୍ତୁ ଏହି ସବୁ ସମସ୍ୟା ମିଶ୍ରରେ ସମାଧାନ ହୋଇଥାଏ । ନିୟମିତ ଭାବେ ମିଶ୍ରି ଖାଇବା ଦ୍ୱାରା ଶରୀରରେ ହେମୋଗ୍ଲୋବିନର ସ୍ତର ବଢିବା ସହିତ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିଥାଏ ।, ରକ୍ତ ଅଭାବକୁ ଦୁର କରିଥାଏ ମିଶ୍ରିହଜମ ପ୍ରକ୍ରିୟାରେ ଉନ୍ନତି କରିଥାଏ ପାନ ମହୁରୀ ସହିତ ମିଶ୍ରି ଖାଇବା ଦ୍ୱାରା ହଜମ ପ୍ରକ୍ରିୟା ଉନ୍ନତ ହୋଇଥାଏ । ଏଥିରେ ଡାଇଜେଷ୍ଟିଭ୍ ଗୁଣ ରହିଥାଏ, ଯେଉଁ କାରଣରୁ ଖାଦ୍ୟ ଶୀଘ୍ର ଏବଂ ସହଜରେ ହଜମ ହୋଇଥାଏ । ତେଣୁ, ଖାଦ୍ୟ ଖାଇବା ପରେ ନିଶ୍ଚିତ ଭାବରେ ମିଶ୍ରି ଖାଆନ୍ତୁ ।

ଏନର୍ଜି ବୁଷ୍ଟର୍ ମିଶ୍ରି ପାଟିର ସ୍ୱାଦ ବଢାଇବା ସହିତ ଶରୀରକୁ ଶକ୍ତି ମଧ୍ୟ ଦେଇଥାଏ ।  ନାକରୁ ରକ୍ତସ୍ରାବ ସମସ୍ୟା ମଧ୍ୟ ଦୂର କରିଥାଏ ।

Post Your View

Leave a Reply

Your email address will not be published. Required fields are marked *

Back to top button