ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ କୃନାଲ୍ ପାଣ୍ଡ୍ୟା

ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ..

ଭାରତ ଏବଂ ଶୀଲଙ୍କା ମଧ୍ୟରେ ମଙ୍ଗଳବାର ହେବାକୁ ଥିବା ଟ୍ବେଣ୍ଟି ଟ୍ବେଣ୍ଟି ମ୍ୟାଚ୍ ବାତିଲ କରାଯାଇଛି । ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି । କୃନାଲ୍ ପାଣ୍ଡ୍ୟା କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ମଙ୍ଗଳବାର ହେବାକୁ ଥିବା ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି ଟ୍ବେଣ୍ଟିକୁ ବାତିଲ କରିଦିଆଯାଇଛି । କରୋନା ପଜିଟିଭ ହେବା ପରେ ଘୁଞ୍ଚିଲା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ । ରିପୋର୍ଟ ନଆସିବା ଯାଏଁ ସଙ୍ଗରୋଧରେ ରହିବେ ଅନ୍ୟ ଖେଳାଳି ।, ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ କୃନାଲ୍ ପାଣ୍ଡ୍ୟାଅନ୍ୟ ଖେଳାଳିଙ୍କ ନମୁନା ନେଗେଟିଭ ଆସିବା ପରେ ମ୍ୟାଚ ଖେଳାଯିବ । ତେବେ ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବାର ଥିଲା । ଆସନ୍ତାକାଲି ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯାଇପାରେ । ଏହି ଟି-୨୦ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି । ପ୍ରଥମ ଟି-୨୦ରେ କୃନାଲ ପାଣ୍ଡ୍ୟା ବୋଲିଂ କରି ୧୬ ରନ ଦେଇ ୧ ୱିକେଟ ହାସଲ କରିଥିଲେ । ଏହାପୂର୍ବରୁ ଭାରତ ୨-୧ରେ ଦିନିକିଆ ସିରିଜରେ ବିଜୟ ହାସଲ କରିଥିଲେ ।, ସିରିଜ୍ ଅଧାରୁ କୋଭିଡ୍ ସଂକ୍ରମିତ ହେଲେ କୃନାଲ୍ ପାଣ୍ଡ୍ୟାଶ୍ରୀଲଙ୍କା ଗସ୍ତରେ ଭାରତର ପ୍ରଦର୍ଶନ ଭଲ ରହିଆସିଛି। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି। ଶ୍ରୀଲଙ୍କାର ବ୍ୟାଟିଂ କୋଚ୍ ଓ ଭିଡିସ ଆନାଲିଷ୍ଟ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ ହେବା ପରେ ଦିନିକିଆ ସିରିଜକୁ ସ୍ଥଗିତ କରାଯାଇଥିଲା। ଏବେ ଭାରତୀୟ ଖେଳାଳି ପଜିଟିଭ୍ ହେବା ପରେ ଟି-୨୦ ସିରିଜ୍ ଉପରେ ସଙ୍କଟ ଦେଖା ଦେଇଛି। ନିକଟରେ ଇଂଲଣ୍ଡରେ ଭାରତୀୟ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଥିଲା।

ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପଜିଟିଭ୍ ବାହାରିବା ପରେ ସେ ଲଣ୍ଡନରେ ରହିଥିଲେ ଏବଂ ବାକି ଭାରତୀୟ ଟିମ୍ ପ୍ରାକ୍ଟିସ୍ ମ୍ୟାଚ୍ ଖେଳିବା ପାଇଁ ଡରହାମ୍ ଚାଲିଯାଇଥିଲେ। ଶ୍ରୀଲଙ୍କା ଗସ୍ତରେ ଥିବା ପୃଥ୍ୱୀ ଶ’ ଓ ସୂର୍ଯ୍ୟକୁମାର ଯାଦବ ଇଂଲଣ୍ଡ ଯିବେ। ଦୁହିଁଙ୍କୁ ଭାରତୀୟ ଟେଷ୍ଟ ସ୍କ୍ୱାଡ୍‌ରେ ସାମିଲ୍ କରାଯାଇଛି। ଯେହେତୁ ଏବେ ଭାରତର ଜଣେ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଛନ୍ତି, ତେଣୁ ପୃଥ୍ୱୀ ଓ ସୂର୍ଯ୍ୟଙ୍କ ଇଂଲଣ୍ଡ କରିବେ ନା ନାହିଁ, ତାକୁ ନେଇ ସନ୍ଦେହ ଦେଖା ଦେଇଛି। ଉଭୟ ପୃଥ୍ୱୀ ଓ ସୂର୍ଯ୍ୟକୁମାର ଏବେ ଶ୍ରୀଲଙ୍କାରେ ଅଛନ୍ତି ଏବଂ ଦୁହିଁଙ୍କର ଇଂଲଣ୍ଡ ଯାତ୍ରାକୁ ମଧ୍ୟ ସ୍ଥଗିତ କରାଯିବାର ସମ୍ଭାବନା ରହିଛି।

Post Your View

Leave a Reply

Your email address will not be published. Required fields are marked *

Back to top button