ସାହି ସ୍ନାନ ପାଇଁ କୁମ୍ଭମେଳାରେ ଲକ୍ଷାଧିକ ଭକ୍ତଙ୍କ ଭିଡ

ଧର୍ମ, ସଂସ୍କୃତି ଓ ପରମ୍ପରା ମହାପର୍ବ ମହାକୁମ୍ଭ ମେଳା ଆଜିଠାରୁ ଆରମ୍ଭ । କୁମ୍ଭ ମେଳାରେ ସମଗ୍ର ଭାରତ ଓ ବିଶ୍ୱର କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହୋଇଥାଏ । ପ୍ରସିଦ୍ଧ କୁମ୍ଭମେଳା ଆସନ୍ତାକାଲି ଅଛି ପବିତ୍ର ସାହି ସ୍ନାନ । ଅନ୍ୟପକ୍ଷରେ ଆଜି ମକର ସଂକ୍ରାନ୍ତିରେ ପବିତ୍ର ତ୍ରିବେଣୀ ସ୍ନାନ ପାଇଁ ଲକ୍ଷାଧିକ ଭକ୍ତ ଓ ସାଧୁସନ୍ଥମାନଙ୍କ ଭିଡ ଦେଖିବାକୁ ମିଳିଛି । ବିଶ୍ୱାସ ରହିଛି କି ତ୍ରିବେଣୀ ସଙ୍ଗମରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତ ମିଳିଥାଏ । ଆଜିଠାରୁ  ମାର୍ଚ୍ଚ 4 ତାରିଖ (ଶିବରାତ୍ରୀ)ଦୀର୍ଘ 50ଦିନ ଯାଏଁ ଏହି ମେଳା ଚାଲିଥାଏ । ଆଠ ସପ୍ତାହ ଧରି ଚାଲିବାକୁ ଯାଉଥିବା କୁମ୍ଭରେ ଚଳିତବର୍ଷ 15 କୋଟି ଭକ୍ତଙ୍କ ସମାଗମ ହେବ ବୋଲି ଆକଳନ କରାଯାଇଛି । ସଂସ୍କୃତି ଓ ଭକ୍ତିର ମହାମିଳନ କେବଳ କୁମ୍ଭ ବୋଲି ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ପ୍ରକାଶ କରିଛନ୍ତି ।

, ସାହି ସ୍ନାନ ପାଇଁ କୁମ୍ଭମେଳାରେ ଲକ୍ଷାଧିକ ଭକ୍ତଙ୍କ ଭିଡଆହୁରି ମଧ୍ୟ ଆସନ୍ତାକାଲି ସୂର୍ଯ୍ୟୋଦୟ ପୂର୍ବରୁ ପବିତ୍ର ସାହି ସ୍ନାନ ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିପାଇଁ ସମଗ୍ର ବିଶ୍ୱରୁ ଲୋକଙ୍କ ସମାଗମ ହେବ ଓ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହାଛଡା ବିଭିନ୍ନ ବେଶଧାରୀ ସାଧୁସନ୍ଥଙ୍କୁ ତମ୍ବୁ ମାନଙ୍କରେ ରହିବା ଓ ପ୍ରଭୁ ମହାଦେବଙ୍କ ଉଦ୍ଦେଶ୍ୟରେ ଚିଲମ ଟାଣି ଧୁଆଁର ବାର୍ତ୍ତାବରଣ ସୃଷ୍ଟି କରିବା ଭଳି ଦୃଶ୍ୟ ପରିଲକ୍ଷିତ ହୋଇଥାଏ । ଗତ ଅକ୍ଟୋବରରେ ଆଲହାବାଦ ସହରକୁ ପ୍ରୟାଗରାଜ୍ ଭାବେ ମୁଖ୍ୟମନ୍ତ୍ରୀ ୟୋଗୀ ଆଦିତ୍ୟନାଥ ନାମିତ କରିଥିଲେ ।  ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ମହାକୁମ୍ଭମେଳାକୁ ଆସିବାର ଯୋଜନା ଅଛି ।

Kumbh Mela – Prayagraj | Jan 2019 – March 2019

Be a part of the 55 day long celebrations of Kumbh Mela in Prayagraj, Uttar Pradesh and experience the extraordinary. #KumbhCalls #IncredibleIndia Visit https://kumbh.gov.in/en

Incredible India द्वारा इस दिन पोस्ट की गई शुक्रवार, 14 दिसंबर 2018

Post Your View

Leave a Reply

Your email address will not be published. Required fields are marked *

Back to top button