ବିଜେଡିର ନୂଆ ସାଧାରଣ ସମ୍ପାଦକ ହେଲେ ଲକ୍ଷ୍ମଣ ଚୌଧୁରୀ

ବିଜୁ ଯୁବ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତିଙ୍କୁ ଦଳ ପଦୋନ୍ନତି ସହ ନୂଆ ଦାୟିତ୍ୱ ଦେଇଛି । ତେବେ ଗଞ୍ଜାମ ଜିଲ୍ଲା ସଭାପତି ଥିବା ଲକ୍ଷ୍ମଣ ଚୌଧୁରୀଙ୍କୁ ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ । ଏହାସହ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ ସଭାପତି ହେଲେ ଭବାନୀକାନ୍ତ ସାହୁ । କାର୍ଯ୍ୟ ଦକ୍ଷତାକୁ ଦେଖି ବିଜୁ ଛାତ୍ର ଜନତା ଦଳ ଉପ-ସଭାପତିରୁ ଗଞ୍ଜାମ ଜିଲ୍ଲା ସଭାପତି ପଦରେ ନିଯୁକ୍ତି ଦିଆଯାଇଛି । ବିଜେଡି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏକ ପ୍ରେସ୍ ବାର୍ତ୍ତାରେ ଶ୍ରୀ ମଙ୍ଗରାଜ କହିଛନ୍ତି, ଦଳୀୟ ନିଷ୍ପତ୍ତି ଅନୁସାରେ ଦୁଇଜଣଙ୍କୁ ତୁରନ୍ତ ଦିଆଯାଇଥିବା ପଦର ଦାୟିତ୍ୱ ନେବେ ।

 

Post Your View

Leave a Reply

Your email address will not be published. Required fields are marked *

Back to top button