ଧୂଳିସାତ୍ ହୋଇଗଲା ବିରୁଟ୍

ମାତ୍ର ୧୫ ମିନିଟ୍‌ର ଧମାକା

ମାତ୍ର ୧୫ ମିନିଟ୍‌ର ଧମାକା । ଧୂଳିସାତ୍ ହୋଇଗଲା ବିରୁଟ୍ । ଦୁଇଟି ଶକ୍ତିଶାଳୀ ବିସ୍ଫାରକ ଲେବାନନ ରାଜଧାନୀକୁ ଛାରଖାର କରିଦେଲା । ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ୨୪୦ କିମି ଦୂର ଯାଏଁ ଏହାର ଶଦ୍ଧ ଶୁଭିଥିବା କୁହାଯାଇଛି ,ପାଖାପାଖି ୩ହଜାର ୫୦୦ ରୁ ଉର୍ଦ୍ଦ ଲୋକ ଆହତ ହୋଇଛନ୍ତି ,ଏବଂ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳୁଛି । ଶହ ଶହ ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତୀ ହୋଇଛନ୍ତି । ଏଯାବତ୍ ଅନେକ ଲୋକଙ୍କର ପତା ମଧ୍ୟ ମିଳୁନାହିଁ । ଆଗକୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶାଙ୍କା ମଧ୍ୟ ହେଉଛି । ଅଚାନକ ହେଇଥିବା ଏହି ବିସ୍ଫୋରଣର ହୃଦୟବିଦାରକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ଚାଂଚଲ୍ୟ ଖେଳାଇଦେଇଛି । ଏହି ସହରରେ ଏକା ସହ ଦୁଇଟି ବିସ୍ଫୋରଣ ହୋଇଥିଲା । ଗୋଟିଏ ସହର ଭିତରେ ହୋଇଥିବା ବେଳେ ଅନ୍ୟଟି ସହରର ବନ୍ଦର ନିକଟରେ ଘଟିଥିଲା । ଆଉ ଏହି ବିଶ୍ଫୋରଣର ପ୍ରଭାବରେ ପ୍ରାୟ ଶହେ ମିଟର ଉପରକୁ ସମୁଦ୍ରର ପାଣି ଉଠିଯାଇଥିଲା । ସେଠାକାର ସ୍ଥାନୀୟ ବାସିନ୍ଦା ବହୁତ ବିପଦ ଜନକ ପରିସ୍ଥିତିରେ ଭିଡିଓ ରେକର୍ଡ କରିପାରିଛନ୍ତି । ଅନ୍ୟ ଏକ ବିସ୍ଫୋରଣରେ ଦେଖିବାକୁ ମିଳିଥିଲା ଧୁଆଁ ଓ ବାଲି ମିଶା ବିରାଟକାୟ ବଳୟ ଓ ଧିରେ ଧିରେ ଏହା ବଢିବାକୁ ଲାଗିଥିଲା ଓ ଶେଷରେ ଲାଲିରଙ୍ଗରେ ଏକ ଧୁଆଁଳିଆ ବିସ୍ଫୋରଣର ବଳୟ ସାରା ସହରକୁ ମାଡି ବସିଲା ।

, ଧୂଳିସାତ୍ ହୋଇଗଲା ବିରୁଟ୍

ଏତେ ବଡ କ୍ଷୟ କ୍ଷତି ପରେ ଲେବାନନର ରାଷ୍ଟ୍ରପତି ଜରୁରୀ ସ୍ଥିତି ଜାରୀ କରିଛନ୍ତି । ତେବେ ଏହି ଦୁର୍ଘଟଣାର କାରଣ କଣ ସେ ବିଷୟରେ ଖବର ମିଳିଥିଲା ଯେ ଏକ ଅସ୍ଥାୟୀ ଓୟାର ହାଉସ୍ ଦୀର୍ଘ ଦୀନରୁ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା ଓ ସେଠାରେ ବହୁଳ ପରିମାଣରେ ବିସ୍ଫୋରକ ଭରି ରହିଥିଲା ,ତେବେ ଏହି ବିସ୍ଫୋରଣରେ ୨ହଜାର ୭୫୦ ଟନ୍ ସୋଡିୟମ୍ ନାଇଟ୍ରେଟ ରହିଥିଲା । ବନ୍ଦର ନିକଟରେ ଥିବା ଜାହାଜରେ ମଧ୍ୟ ଏହି ବିସ୍ଫୋରକ ଭର୍ତ୍ତି ହୋଇ ରହିଥିଲା । ତେବେ ଏହିସବୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କେଠୋରରୁ କୋଠରୁ ଦଣ୍ଡ ଦିଆଯିବ ବୋଲି ଲେବାନନର ପ୍ରଧାନମନ୍ତ୍ରୀ ହାସନ ଡିଆବ କହିଛନ୍ତି । ଦେଖେଣାହାରୀଙ୍କ କହିବା ଅନୁସାରେ ଏହା କୈାଣସି ବିରାଟ କାୟ ଯୁଦ୍ଧର ସ୍ଥିତି ଠାରୁ କମ୍ ନଥିଲା । ୧୯୫୦ ମସିହା ଲେବାନନର ଗୃହଯୁଦ୍ଧ ସମୟରେ ହିଁ ଏହିଭଳି ପରିସ୍ଥିତି ଉପୁଜିଥିଲା । ଚାହୁଁ ଚାହୁଁ ବଡ ବଡ ଅଟ୍ଟାଳିକା ଗୁଡିକ ଭାଙ୍ଗି ଚୁରମାର ହୋଇଗଲା । ହଜାର ହଜାର ଘର ତାସ୍ ଘର ଭଳି ଭୁସୁଡି ପଡିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button