ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଖୋଲିବ ମଦ

ଭିଡ ନିୟନ୍ତ୍ରଣ ପାଇଁ ଇ-ଟୋକନ୍ ବ୍ୟବସ୍ଥା

ମଦ ଦୋକାନୀଙ୍କୁ ଅନୁକମ୍ପା ଦେଖାଇଛନ୍ତି ସରକାର। କୋଭିଡ୍‌ ମୁକାବିଲାରେ ମଦ ଦୋକାନ ବନ୍ଦ ରହିଥିବାରୁ ସରକାର ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନୀଙ୍କୁ ୨ ମାସର ଲାଇସେନ୍ସ ଫି ଓ ୩ ମାସର ଏମ୍‌ଜିକ୍ୟୁ(ମାସିକ ବିକ୍ରି କୋଟା) ଛାଡ଼ କରିଛନ୍ତି। ଦେଶୀ ମଦ ଦୋକାନୀଙ୍କୁ ୩ ମାସର ଏମ୍‌ଜିକ୍ୟୁ ସହ ୩ ମାସର ଲାଇସେନ୍ସ ଫି ମଧ୍ୟ ଛାଡ଼ କରାଯାଇଛି। ଯେଉଁମାନେ ଅଗ୍ରୀମ ଜମା କରିସାରିଛନ୍ତି ସେମାନଙ୍କୁ ଆସନ୍ତା ଆର୍ଥିକ ବର୍ଷ ଆରମ୍ଭରେ ନବୀକରଣ ବେଳେ ଆଡ୍‌ଜଷ୍ଟ କରାଯିବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆଜି ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି। ଅନ୍ୟପଟେ ଅନ୍‌ଲାଇନ୍‌ରେ ମଦ ଯୋଗାଇବା ବ୍ୟବସ୍ଥା ପୂର୍ବବତ୍‌ ଜାରି ରହିବ ବୋଲି କୁହାଯାଇଛି। ବିଦେଶୀ ମଦ ବିକ୍ରି ପାଇଁ ହୋମ୍ ଡେଲିଭରି ବ୍ୟବସ୍ଥା ପରେ ମଦ ଦୋକାନ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ସାରା ରାଜ୍ୟରେ ସମସ୍ତ ଠିପି ବନ୍ଦ ଓ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। କୋଭିଡ୍ ପାଇଁ ଥିବା ସାମାଜିକ ଦୂରତା ରକ୍ଷା ପାଇଁ ମଦ ଦୋକାନରେ ଭିଡ଼ ନିୟନ୍ତ୍ରଣ ପାଇଁ ଗ୍ରାହକଙ୍କୁ ଇ-ଟୋକନ୍ ବ୍ୟବସ୍ଥା ଜରିଆରେ ମଦ ବିକ୍ରି କରାଯିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ନିର୍ଦ୍ଦେଶନାମା ଅନୁସାରେ, ଠିପି ବନ୍ଦ ମଦ ଦୋକାନ କାଉଣ୍ଟରରେ କେବଳ ମଦ ବିକ୍ରି କଲାଭଳି ଠିପି ଖୋଲା ମଦ ଦୋକାନଗୁଡ଼ିକ କାଉଣ୍ଟର ଖୋଲି ମଦ ବିକ୍ରି କରିପାରିବେ।

Post Your View

Leave a Reply

Your email address will not be published. Required fields are marked *

Back to top button
Close