ମେ ୩ ପର୍ଯ୍ୟନ୍ତ ଜାରି ରହିବ ଲକ୍‌ଡାଉନ୍, ଜନତାଙ୍କୁ ୭ଟି ବଚନ ମାଗିଲେ ମୋଦୀ

ଭାରତରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହିପରି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଆଜି ସକାଳ ୧୦ଟାରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମେ ୩ ପର୍ଯ୍ୟନ୍ତ ବଳବତ୍ତର ରହିବ ଲକ୍ ଡାଉନ୍ ଏବଂ ଏପ୍ରିଲ ୨୦ରୁ ସ୍ଥିତି ଯଦି ଟିକିଏ ସୁଧୁରିଥିବ ତେବେ ନିୟମରେ କିଛିଟା ସୁଧାର ଆସିବ । ଆସନ୍ତାକାଲି ଲକ୍‌ଡାଉନˆୁ ନେଇ ଗାଇଡଲାଇନ୍ ଜାରି କରିବେ କେନ୍ଦ୍ର ସରକାର ।
କରୋନାର ମୁକାବିଲା ପାଇଁ ଦେଶବାସୀଙ୍କୁ ୭ଟି ବଚନ ମାଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତୁ ନଜର ପକାଇବା ।
୧- ବୟସ୍କ ବ୍ୟକ୍ତିଙ୍କ ଉପରେ ସ୍ୱତନ୍ତ୍ର ନଜର ରଖନ୍ତୁ ଓ ସେମାନଙ୍କ ଦେଖାଶୁଣା କରନ୍ତୁ ।
୨- ତାଲାବନ୍ଦ ଅବଧିରେ ସାମାଜିକ ଦୂରତାକୁ ପାଳନ କରନ୍ତୁ ।
୩- ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଆୟୁଷ ମନ୍ତ୍ରାଳୟ ଦେଇଥିବା ପରାମର୍ଶ ମାନନ୍ତୁ ।
୪- ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରନ୍ତୁ ।
୫- ଗରୀବ ଲୋକଙ୍କୁ ସାହାଯ୍ୟ କରନ୍ତୁ ।
୬- କାହାକୁ ଚାକିରୀରୁ ନବାହାର କରିବା ପାଇଁ ଉଦ୍ୟୋଗପତୀ ମାନଙ୍କୁ ଅନୁରୋଧ କରିଛନ୍ତି ।
୭- ଶେଷରେ କରୋନା ଯୁଦ୍ଧରେ ଲଢେଇ କରୁଥିବା ଯୋଦ୍ଧାଙ୍କୁ ସମ୍ମାନ ଦେବା ପାଇଁ କହିଛନ୍ତି ।
କରୋନା ଯୁଦ୍ଧରେ ସଫଳ ହେବା ପାଇଁ ଆଉ କିଛିଦିନ ଲଢେଇ କରିବାକୁ ପଡିବ । ଦେଶବାସୀଙ୍କ ସହଯୋଗ ଯୋଗୁଁ ଅନ୍ୟ ଦେଶ ତୁଳନାରେ ଭାରବ ଭଲ ମୁକାବିଲା କରିଛି ଏବଂ ଆଗକୁ ଏଭଳି ଦୃଢତାର ସହିତ ଧୈର୍ଯ୍ୟ ରଖି ଳଢେଇ କରି ଭାରତ ଜିତିବ ବୋଲି ଆଶା କରାଯାଉଛି ।

Post Your View

Leave a Reply

Your email address will not be published. Required fields are marked *

Back to top button
Close