ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌

ଦକ୍ଷିଣ ଆଫ୍ରିକାରେ ଜଣେ ବ୍ୟବସାୟୀଙ୍କୁ ଠକିଛନ୍ତି ୩ କୋଟି ୨୩ ଲକ୍ଷ..

ଦକ୍ଷୀଣ ଅଫ୍ରିକା ଡର୍ବାନର ଏକ ଅଦାଲତ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ୬୦ ଲକ୍ଷ ରେଣ୍ଡ (ସାଉଥ୍ ଅଫ୍ରିକାର ମୁଦ୍ରା) ହେରଫେର ମାମଲା ଓ କିଛି ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ଡର୍ବାନ କୋର୍ଟ ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀ ଆଶିଷ ଲତା ରାମଗୋବେନଙ୍କ ବିରୋଧରେ ଏଭଳି ଦଣ୍ଡ ଶୁଣାଇଛନ୍ତି । ରାମଗୋବେନଙ୍କ ଉପରେ ଶିଳ୍ପପତି ଏସଆର ମହାରାଜଙ୍କୁ ଠକେଇ କରିଥିବା ଭଳି ମମଲା ଥିଲା । କୁହାଯାଉଛି କି ଏସଆର ମହାରାଜଙ୍କୁ ଭାରତରୁ କିଛି ସାମଗ୍ରୀ ଆମଦାନୀ ଓ ସୀମା ଶ୍ଳୁକ ଛାଡ କରିବା ନେଇ ତାଙ୍କ ଠାରୁ ୬୦ ଲକ୍ଷ ରେଣ୍ଡ ଆଣିଥିଲେ ଓ କଥା ଦେଇଥିଲେ କି ଏହାଦ୍ୱାରା ହେବାକୁ ଥିବା ଲାଭରୁ କିଛି ଅଂଶ ସେ ମହାରାଜଙ୍କୁ ଦେବେ ।, ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌୫୬ ବର୍ଷୀୟ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ଶୁଣାଣି ବେଳେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଶିଷ ଲତା ହେଉଛନ୍ତି ବିଶିଷ୍ଟ ସମାଜସେବୀ ଉଲା ଗାନ୍ଧୀ ଓ ସ୍ୱର୍ଗତଃ ମେବା ରାମଗୋବିନ୍ଦଙ୍କ ଝିଅ ଅଟନ୍ତି ।ନିଜକୁ ଜଣେ ବ୍ୟବସାୟୀ କହୁଥିବା ଲତା ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୬୨ ଲକ୍ଷ ଟଙ୍କା ହଡପ କରିଥିଲେ । ଠକେଇର ଶିକାର ହୋଇଥିବା ଏସଆର ମହାରାଜ ଅଧିକ ଲୋଭର ବଶବର୍ତ୍ତୀ ହୋଇ ଠକାମିରେ ପଡିଥିଲେ । ମହାରାଜ ସନସାଇନମେଣ୍ଟ ଇମପୋର୍ଟ ଓ କଷ୍ଟମ କ୍ଲିଅରାନ୍ସ ପାଇଁ ୬୦ ଲକ୍ଷ ରାଣ୍ଡ୍  ପ୍ରଦାନ କରିଥିଲେ । କିନ୍ତୁ କୌଣସି କନସାଇନମେଣ୍ଟ ହୋଇନଥିଲା । ଶୁଣାଣି ବେଳେ କୋର୍ଟଙ୍କୁ କୁହାଯାଇଥିଲା ଯେ, ଲତା ନ୍ୟୁ ଆପ୍ରିକା ଫୁଟଓ୍ୱିଅର ନିର୍ଦ୍ଦେଶକ ମହାରାଜଙ୍କ ସହ ୨୦୧୫ରେ ସାକ୍ଷାତ କରିଥିଲେ ।, ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍‌ମହାରାଜଙ୍କ କମ୍ପାନୀ ପୋଷାକ, ଜୋତା ରପ୍ତାନୀ କରେ । ଅନ୍ୟ କମ୍ପାନୀଙ୍କୁ ଲାଭ ହିସାବରେ ଅର୍ଥ ପ୍ରଦାନ କରିଥାଏ । ସେ ଦକ୍ଷିଣ ଆଫ୍ରିକା ହସ୍ପିଟାଲ ଗ୍ରୁପ ନେଟକେୟାର ପାଇଁ ୩ଟି କଣ୍ଟେନର ଆମଦାନୀ କରିଥିଲା ।ଏନପିଏ ମୁଖପାତ୍ର ନତାଶା କାରାଙ୍କ କହିବାନୁସାରେ, ଲତା ମହାରାଜଙ୍କୁ ବିଭିନ୍ନ ଆଇନର ପାଠ ପଢାଇଥିଲେ । ଆମଦାନୀ ପାଇଁଅଧିକ ଟିକସ୍ ଲାଗିବ କହିଥିଲେ । ବନ୍ଦରରୁ ସାମଗ୍ରୀ ଖଲାସ ପାଇଁ ଟଙ୍କା ପଇଠ କରିବାକୁ ଲତା ମହାରାଜଙ୍କୁ କହିଥିଲେ । ଏଥିପାଇଁ ଲତା ତାଙ୍କଠାରୁ ୬୨ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ କିଛି ମାସ ପରେ ଲତା ମହାରାଜଙ୍କୁ ଏକ ଚାଲାଣ ଦେଇଥିଲେ । ଯେଉଁଥିରେ ସାମଗ୍ରୀ ଡେଲିଭରୀ ହୋଇଥିବା କିନ୍ତୁ ଟଙ୍କା ପଇଠ କରାଯାଇନଥିବା ଜଣାପଡିଥିଲା । ଏହି ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ କୋର୍ଟରେ ପ୍ରଦାନ କରାଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button