ମୋଦିଙ୍କୁ ଭେଟିଲେ ମମତା

ବେଙ୍ଗଲ ମନ୍ତ୍ରକୁ ଦିଲ୍ଲୀରେ ପହଞ୍ଚାଇଲେ ମମତା..

ପେଗାସସ୍‌ ରିପୋର୍ଟ ନେଇ ଜାରି ରହିଥିବା ଝଡ଼ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ଅପରାହ୍ନ ୪ଟା ପରେ ମମତା ପ୍ରଧାନମନ୍ତ୍ରୀଙ୍କ ୭ ଲୋକ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବେଙ୍ଗଲ ନିର୍ବାଚନରେ ବିପୁଳ ଜନସମର୍ଥନ ସହ ବାଜିମାତ କରିବା ପରେ ଏହା ମମତା ଓ ମୋଦିଙ୍କ ମଧ୍ୟରେ ପ୍ରଥମ ବ୍ୟକ୍ତିଗତ ଭେଟଘାଟ। ୫ ଦିନିଆ ଦିଲ୍ଲୀ ଗସ୍ତରେ ଆସିଥିବା ମମତା ଚଳିତ ମାସ ଆରମ୍ଭରୁ ମୋଦିଙ୍କୁ ଭେଟିବା ପାଇଁ ସମୟ ମାଗିଥିଲେ। ହେଲେ ଏବେ ମୋଦିଙ୍କ କାର୍ଯ୍ୟାଳୟ ତାଙ୍କୁ ଭେଟିବାର ସମୟ ଦେଇଥିଲା। ଏହାପୂର୍ବରୁ ମେ’ ମାସରେ ବାତ୍ୟା ୟାସ ସମୟରେ ଦୁଇ ନେତା କିଛି ସମୟ ପାଇଁ କଥା ହୋଇଥିଲେ। ହେଲେ ମମତା କେବଳ ମୋଦିଙ୍କୁ କ୍ଷୟକ୍ଷତିର ରିପୋର୍ଟ ଧରାଇ ଦେଇ ଚାଲି ଯାଇଥିଲେ। ହେଲେ ଆଜି ଦିଦି ଓ ମମତା ଦୀର୍ଘ ସମୟ ଧରି ଆଲୋଚନା କରିଛନ୍ତି।, ମୋଦିଙ୍କୁ ଭେଟିଲେ ମମତାମମତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଜାତୀୟ ରାଜନୀତି ଉଷ୍ମ ହୋଇଛି । କାରଣ ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ ପରେ ଏବେ ଜାତୀୟ ରାଜନୀତି ମୁହାଁ ହୋଇଛନ୍ତି ମମତା । ଜାତୀୟ ରାଜନୀତିରେ ନିଜର ସ୍ଥିତି ମଜବୁତ କରିବା ସହ ମୋଦୀ ସରକାରକୁ ଚେକ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ମମତା । ଏପରିକି ଏଥିପାଇଁ ବିରୋଧୀ ଗୋଷ୍ଠୀଙ୍କୁ ଏକାଠି କରିବାକୁ ମମତା ଦିଲ୍ଲୀ ଗସ୍ତରେ ଥିବା କୁହାଯାଉଛି । ଯାହାର ସଂକେତ ମମତାଙ୍କ ଦିଲ୍ଲୀ ଗସ୍ତ ସମୟରେ ଦେଖିବାକୁ ମିଳିଛି । ଦିଲ୍ଲୀ ଗସ୍ତ ଯାଇଥିବା ମମତା କଂଗ୍ରେସ ନେତା କମଲନାଥ ଓ ଆନନ୍ଦ ଶର୍ମାଙ୍କୁ ଭେଟିଛନ୍ତି । ଆଉ ଏହା ବିରୋଧୀଙ୍କୁ ଏକାଠି କରିବାର ପ୍ରଥମ ପ୍ରୟାସ ବୋଲି କୁହାଯାଉଛି । ତେବେ କମଳନାଥ କହିଛନ୍ତି, ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କ ବିଜୟ ପାଇଁ କେବଳ ଶୁଭେଚ୍ଛା ଜଣାଇବାକୁ ଭେଟିଥିଲୁ । କୌଣସି ଆଗାମୀ ଋଣନୀତି ବାବଦରେ ଆଲୋଚନା ହୋଇନାହିଁ । ଦେଶର ରାଜନୈତିକ ସ୍ଥିତି ଓ ଦରଦାମ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇଥିବା ନେଇ କହିଛନ୍ତି କମଲନାଥ ।

, ମୋଦିଙ୍କୁ ଭେଟିଲେ ମମତା
ଏହାଛଡା ଆସନ୍ତାକାଲି ମମତା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବାସଭବନରେ ଭେଟ କରିବାର କାର୍ଯ୍ୟକ୍ରମ ରହିଛି । ଆଉ ଏହି ଭେଟଘାଟ ଉପରେ ଉଭୟ ବିରୋଧୀ ଓ ବିଜେପିର ନଜର ରହିଛି । କାରଣ ଏହି ବୈଠକ ପରେ ଜାତୀୟ ରାଜନୀତିରେ ଏକ ବଡ ଧରଣର ହଲଚଲ ଦେଖିବାକୁ ମିଳିପାରେ । ସେହିଭଳି ଏନସିପି ମୁଖ୍ୟ ଶରଦ ପାୱାର ଓ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମମତାଙ୍କର ଭେଟଘାଟ ହୋଇପାରେ । କୁହାଯାଉଛି ସବୁ ବିରୋଧୀଙ୍କୁ ଏକଜୁଟ୍ କରିବାକୁ ମମତା ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ଏହାଛଡା ସଂସଦର ମୌସୁମୀ ଅଧିବେଶନ ଚାଲୁଥିବାରୁ ମମତାଙ୍କ ଦିଲ୍ଲୀ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି ।

, ମୋଦିଙ୍କୁ ଭେଟିଲେ ମମତାଦିଦି କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କୋଭିଡ-୧୯ ସମ୍ପର୍କରେ କଥା ହୋଇଛି। ଆମେ(ପଶ୍ଚିମବଙ୍ଗ) ଅଧିକ ଟିକା ଓ ଔଷଧ ଚାହୁଁଛୁ। ଜନସଂଖ୍ୟା ଦୃଷ୍ଟିରୁ ଦେଖିଲେ ଅନ୍ୟ ରାଜ୍ୟ ଗୁଡ଼ିକ ତୁଳନାରେ ବେଙ୍ଗଲ କମ ଟିକା ପାଉଛି। ଏଥିସହ ବେଙ୍ଗଲରେ ଚାଲିଥିବା ଏକାଧିକ ବିକାଶମୂଳକ ଯୋଜନା ସମ୍ପର୍କରେ ମୁଁ ମୋଦିଙ୍କ ସହ କଥା ହୋଇଛି। ଏହାବାଦ ବେଙ୍ଗଲର ନାଁ ବାଙ୍ଗଲା କରିବାକୁ ମୁଁ କହିଛି।” ପ୍ରଧାନମନ୍ତ୍ରୀ ମୋଦି କ’ଣ କହିଲେ ବୋଲି ପଚାରିଯିବାରୁ ସେ କହିଛନ୍ତି, “ମୁଁ ଆପଣମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦି କ’ଣ କହିଲେ, ସେକଥା କହିପାରିବି ନାହିଁ। କାରଣ ଏହାକୁ ସାର୍ବଜନୀନ କରିବା ଠିକ୍‌କଥା ନୁହେଁ।” ଏଥିସହ ସେ ପେଗାସସ୍‌ ସମ୍ପର୍କରେ ମୋଦିଙ୍କ ସହ ମୋଦିଙ୍କ ସହ କ’ଣ କଥା ହେଲେ ବୋଲି ପ୍ରଶ୍ନର କୌଣସି ଉତ୍ତର ଦେଇନାହାନ୍ତି। ମୌସୁମୀ ଅଧିବେଶ ବେଳେ ସେ କ’ଣ ସଂସଦକୁ ଯିବେ କି ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି, “ଯଦି ସାମ୍ବାଦିକମାନଙ୍କୁ ସେଣ୍ଟ୍ରାଲ ହଲକୁ ଯିବାକୁ ଅନୁମତି ମିଳୁନି, ତା’ହେଲେ ମୋତେ ଯିବାକୁ କେମିତି ଅନୁମତି ମିଳିବ?”, ମୋଦିଙ୍କୁ ଭେଟିଲେ ମମତା

୫ ଦିନିଆ ଗସ୍ତରେ ଦିଲ୍ଲୀ ଆସିଥିବା ମମତା ଏହି ସମୟରେ ବିଭିନ୍ନ ଦଳର ରାଜନୀତିକ ନେତାଙ୍କୁ ଭେଟିବେ। ସେହିପରି ବିରୋଧୀ ଦଳର ନେତାଙ୍କୁ ନେଇ ଗୋଟିଏ ବୈଠକ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମମତା ବିଜେପି ବିରୋଧୀ ଦଳଗୁଡ଼ିକର ନେତାଙ୍କୁ ଭେଟି ସେମାନଙ୍କୁ ଏକାଠି କରିବାକୁ ଚାହୁଁଛନ୍ତି। ନିଜେ ମମତା ଜାତୀୟ ସ୍ତରରେ ବିଜେପି ବିରୋଧୀ ଚେହେରା ହୋଇ ୨୦୨୪ରେ ଲଢ଼େଇ କରିବେ ବୋଲି କୁହାଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button