ଛିଡୁନି ପେଗାସସ୍ ବିବାଦ

ଛିଡୁନି ପେଗାସସ୍ ବିବାଦ । ଭାରତରେ ଇଜ୍ରାଏଲ ସ୍ପାଏ ୱାୟାର ପେଗାସସର ସ୍ଥିତି ଅନୁସନ୍ଧାନ କରିବାକୁ ସ୍ୱତନ୍ତ୍ର ‘ଏନକ୍ୱାରୀ କମିସନ୍’ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି । ସୂଚନା ମୁତାବକ, ପେଗାସସ୍ ବାବଦରେ ବିରୋଧୀ ଦଳ ଗୁଡିକ ସ୍ୱର ଉଠାଇଥିଲେ ବି ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ରାଜରାସ୍ତାକୁ ଓହ୍ଳାଇଥିଲା କେବଳ ଟିଏମସି ।ପେଗାସସ୍ ମାମଲାକୁ ନେଇ ଉଭୟ ସଦନରେ ବିରୋଧୀମାନେ ହୋ ହାଲ୍ଲା କରିବାରେ ଲାଗିଛନ୍ତି । ଏନେଇ ଆଜି ବିରୋଧୀଦଳ ସାଂସଦ ମାନେ ଏକ ବୈଠକ କରିଛନ୍ତି । ଏପରିକି ଦଳର ସାଂସଦ ଶାନ୍ତନୁ ସେନ୍ କେନ୍ଦ୍ର ସୂଚନା ପ୍ରଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜପତ୍ର ଛଡାଇନେଇ ଚିରି ଦେଇଥିଲେ । ଏହାପରେ ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ।, ଛିଡୁନି ପେଗାସସ୍ ବିବାଦଦିଲ୍ଲୀରେ ଦିଦିଙ୍କ ଗର୍ଜନ । ପେଗାସସ୍‌ ବିବାଦରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ଏମର୍ଜେନ୍ସୀକୁ ବି ବଳି ଯାଇଛି ବର୍ତ୍ତମାନ ସ୍ଥିତି । ପେଗାସସ୍‌ ପ୍ରସଙ୍ଗ ବର୍ତ୍ତମାନ ଜୀବନ, ସମ୍ପତ୍ତି ଓ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ତାଙ୍କ ଫୋନ୍‌ ବି ହ୍ୟାକ୍‌ ହୋଇଛି ।ପୂର୍ବରୁ ତାଙ୍କ ପୁତୁରା ତଥା ଟିଏମ୍‌ସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଫୋନ୍‌ ହ୍ୟାକ୍‌ ହୋଇଥିଲା । ଜଣଙ୍କର ଫୋନ୍‌ ହ୍ୟାକ୍‌ କରିବା ଅର୍ଥ ସମସ୍ତଙ୍କ ଫୋନ୍‌ ହ୍ୟାକ୍‌ ହୋଇଛି । ମମତା ବାନାର୍ଜୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ଆଜି ବିଭିନ୍ନ ଦଳର ସୁପ୍ରିମୋଙ୍କୁ ଭେଟି ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି ।, ଛିଡୁନି ପେଗାସସ୍ ବିବାଦ

ବ୍ୟତୀତ ରାଜ୍ୟକୁ ଅଧିକ କୋଭିଡ ଟିକା ଯୋଗାଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମମତା । ଦେଶରେ ଟିକାକରଣ ପ୍ରକ୍ରିୟା ଭଲ ସ୍ଥିତିରେ ରହିଥିଲେ ବି ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ସମସ୍ତଙ୍କୁ ଟିକାକରରଣ ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ତୃତୀୟରେ ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ନାଁ ‘ବଙ୍ଗାଲ’କୁ ପରିବର୍ତ୍ତନ କରିବା ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଥିବା କହିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗରେ ଖେଲା ହୋବେ ବୋଲି କହୁଥିବା ମମତା ଏବେ ସାରା ଦେଶରେ ଖେଲା ହବ ବୋଲି କହିଛନ୍ତି। ଏହାର ଅର୍ଥ ସେ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ସାରା ଦେଶରେ ଏକାଠି କରିବେ ବୋଲି ସଙ୍କେତ ଦେଇଛନ୍ତି।, ଛିଡୁନି ପେଗାସସ୍ ବିବାଦବିରୋଧୀ ଦଳଗୁଡ଼ିକ ସହ ତାଙ୍କ ସମ୍ପର୍କ ଭଲ ଥିବା ମଧ୍ୟ ମମତା କହିଛନ୍ତି। ସେ କହିଛନ୍ତି, “ମୁଁ ଜଗନ, ନବୀନ ବାବୁ, ଚନ୍ଦ୍ରବାବୁ, ଷ୍ଟାଲିନ, ଉଦ୍ଧବ ଓ ହେମନ୍ତ ସୋରେନଙ୍କ ସହ ଭଲ ସମ୍ପର୍କ ରଖିଛି। ଯଦି ରାଜନୀତିକ ଝଡ଼ ସୃଷ୍ଟି ହେଲା, ତା’ହେଲେ ଏହାକୁ କେହି ଅଟକାଇ ପାରିବେ ନାହିଁ। ଉତ୍ତର ପ୍ରଦେଶରେ ବିଜେପିକୁ ହରାଇବାକୁ ହେଲେ, ରାଜନୀତିକ ଦଳଗୁଡ଼ିକୁ ପ୍ରଥମେ ଚିନ୍ତା କରିବାକୁ ପଡ଼ିବ। ଯଦି ରାଜନୀତି ଦଳଗୁଡ଼ିକ ସିରିୟସ, ତା’ହେଲେ ୬ ମାସ ମଧ୍ୟରେ ନିଶ୍ଚିତ ଏହାର ଫଳାଫଳ ମିଳିବ।”

Post Your View

Leave a Reply

Your email address will not be published. Required fields are marked *

Back to top button