ଚୋରୀ କରିବାକୁ ଆସି ସ୍ୟାମ୍ପେନ୍ ପଇି ଶୋଇ ପଡିଲା ଚୋର

ମଦ ନିଶା ଯୋଗୁଁ ମଣିଷ ବହୁତ ହଇରାଣ ହୁଏ କିନ୍ତୁ ଏମିତି ବି ହୋଇପାରେ ଆପଣ ଶୁଣିଲେ ତାଜୁବ ହୋଇଯିବେ। ମୁମ୍ବାଇରେ ଏହିଭଳି ଭାବେ ଜଣେ ଚୋର ଫସିଛି ଯିଏ ବି ଶୁଣିବ ସେ ତା ମୁଣ୍ଡରେ ହାତ ଦେଇଦେବ। ଚୋରଟି ଚୋରୀ କରିବା ପାଇଁ ମୁମ୍ବାଇର ଗୋଟିଏ ଦାମୀ ଫ୍ଲାଟରେ ପହଞ୍ଚିଥିଲା। ସେଠାରେ ସେ ଦେଖିବାକୁ ପାଇଲା ଦୁଇଟି ଦାମି ସାମ୍ପେନ ବୋଟଲ। ଲୋଭ ସମ୍ଭାଳି ନପାରି ଚୋରଟି ପି ଦେଲା ତା ପରେ ଆଉ କଣ ହୁଅନ୍ତା? ଏତେ ସାମ୍ପେନ୍ ପିଇବା ପରେ ନିଶାରେ ଚୁର ହୋଇ ସେ ସୋଫା ଉପରେ ବେହୋସ୍ ହୋଇଗଲା।

, ଚୋରୀ କରିବାକୁ ଆସି ସ୍ୟାମ୍ପେନ୍ ପଇି ଶୋଇ ପଡିଲା ଚୋର

ମେରାନଡ୍ରାଇଭ୍ ଅଞ୍ଚଳର ଗୋଟିଏ ଫ୍ଲାଟରେ ଘଟିଛି ଏହି ଘଟଣା। ସେହି ଫ୍ଲାଟକୁ ନୂଆ କରି ଲୋକ ରହିବାକୁ ଯାଉଛନ୍ତି ତେଣୁ ସେଠାରେ ବେଶୀ ଜିନିଷପତ୍ର ମଧ୍ୟ ନାହିଁ। ଘଟଣା ପରଦିନ ସଫା କରୁଥିବା ସ୍ତ୍ରୀ ଲୋକ ଜଣଙ୍କ କବାଟ ଖୋଲିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେ ଭିତରିୁ କବାଟ ବନ୍ଦ ଥିବା ଜଣା ପଡିଥିଲା। ଏହାପରେ କବାଟ ଭଙ୍ଗା ଯାଇଥିଲା। ସମସ୍ତେ ଭିତରକୁ ଯାଇ ଦେଖନ୍ତି ତ ଚୋର ଜଣଙ୍କ ହାତରେ ଛୁରୀଟିଏ ଧରି ସୋଫା ଉପରେ ଆରାମରେ ଶୋଇଛି। ଏହାପରେ ପୁଲିସ ଆସି ଚୋରକୁ କାବୁ କରିଥିଲା କିନ୍ତୁ ତଥାପି ସେ ପର୍ଯ୍ୟନ୍ତ ଚୋରଟି ସାମ୍ପେନ ନିଶାରେ ଝୁମୁଥିଲା।

Post Your View

Leave a Reply

Your email address will not be published. Required fields are marked *

Back to top button