ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହୃଦଘାତରେ ପରଲୋକ

ପୁଣି ଆସିଲା ବଲିଉଡ ଦୁନିଆରୁ ଦୁଃଖଦ ଖରବ। ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀଙ୍କୁ ସ୍ୱାମୀ ଆଉ ନାହାନ୍ତି। ତାଙ୍କ ସ୍ୱାମୀ ତଥା ଫିଲ୍ମ ମେକର ରାଜ କୌଶଲଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ରାଜଙ୍କ ଜଣେ ଘନିଷ୍ଠ ବନ୍ଧୁ ଏନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆଜି ସକାଳେ ରାଜ କୌଶଲଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ତେବେ ତାଙ୍କୁ ପରିବାର ଲୋକେ ହସ୍ପିଟାଲ ନେବା ପୂର୍ବରୁ ହିଁ ତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣି ବଲିଉଡର ଅନେକ ସେଲେବ୍ରିଟି ଶୋକ ପ୍ରକାଶ କରିଛନ୍ତି।

, ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହୃଦଘାତରେ ପରଲୋକ

ସେ ତାଙ୍କ କ୍ୟାରିୟରରେ ‘ପ୍ୟାର ମେଁ କଭି କଭି’, ‘ଶାଦୀ କା ଲଡୁ’ ଏବଂ ‘ଆନ୍ଥୋନୀ କୌନ ହୈ, ଭଳି ତିନୋଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ବଲିଉଡର ଅନେକ ସେଲିବ୍ରିଟି ରାଜ କୌଶଲ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି । ମୁକୁଲ ଆନନ୍ଦଙ୍କ ଘରେ ରାଜ କୌଶଲ ସହ ମନ୍ଦିରାଙ୍କ ହୋଇଥିଲା ପ୍ରଥମ ସାକ୍ଷାତ ।ମନ୍ଦିରା ସେଠାକୁ ଅଡିସନରେ ଦେବାକୁ ଯାଇଥିଲେ । ଯେତେବେଳେ ରାଜ ମୁକୁଲ ଆନନ୍ଦଙ୍କ ସହକାରୀ ଭାବରେ କାର୍ଯ୍ୟ କରୁଥିଲେ । ସେବେଠୁ ଆରମ୍ଭ ହୋଇଥିଲା ଦୁହିଁଙ୍କ ଲଭଷ୍ଟୋରୀ ।, ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ହୃଦଘାତରେ ପରଲୋକମନ୍ଦିରା ୧୪ ଫେବୃଆରୀ ୧୯୯୯ ରେ ରାଜ କୌଶଲଙ୍କୁ ବିବାହ କରିଥିଲେ । ତେବେ ତାଙ୍କ ବିବାହରେ ରାଜି ନଥିଲେ ପରିବାର ଲୋକେ ।ପ୍ରକୃତରେ ମନ୍ଦିରାଙ୍କ ପିତାମାତା ଚାହୁଁଥିଲେ ଯେ ସେ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ସହିତ ବିବାହ କରନ୍ତୁ । କିନ୍ତୁ ଉଭୟଙ୍କ ଭଲପାଇବା ଆଗରେ ସବୁକିଛି ଫସର ଫାଟିଯାଇଥିଲା । ଶେଷରେ ସବୁ ବାଧା ବନ୍ଧନକୁ ପଛରେ ପକାଇ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button