କରୋନା କବଳରେ ମାଓନେତା ହିଡମା

ଆତ୍ମସମର୍ପଣ କଲେ ଚିକିତ୍ସା ଯୋଗାଇ ଦିଆଯିବ କହିଲା ଛତିଶଗଡ ପୋଲିସ ..

ମାଓ ସଙ୍ଗଠନକୁ ଦୋହଲାଇ ଦେଇଛି କୋରୋନା । ଅତ୍ୟାଧୁନିକ ଅସ୍ତ୍ର ଧରି ଘଞ୍ଚ ଜଙ୍ଗଲରେ ସୁରକ୍ଷା କର୍ମୀ ଙ୍କୁ ଚ୍ୟାଲେଞ୍ଜ ଦେଉଥିବା ଲାଲବାହିନୀ ଏବେ ଭୁତାଣୁ ଆଗରେ ମୁଣ୍ଡ ନୁଆଇଛି । ଏପରି କି ଟପ ମାଓନେତା ହିଡମା ଏବେ କରୋନା ଆକ୍ରାନ୍ତ ଥିବା ଗୋଇନ୍ଦା ତଥ୍ୟ ମିଳିଛି ।  ଜଙ୍ଗଲରେ ଥିବା ହିଡମାକୁ ଏବେ ଔଷଧର ଆବଶ୍ୟକତା ଥିବାବେଳେ ଆତ୍ମସମର୍ପଣ କରିବାକୁ ଅପିଲ କରିଛି ବିଜାପୁର ପୁଲିସ । ହିଡମା ଆତ୍ମସମର୍ପଣ କଲେ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ପୋଲିସ କହିଛି ।, କରୋନା କବଳରେ ମାଓନେତା ହିଡମାସମାନ ଭାବରେ କୁଖ୍ୟାତ ମାଓ ନେତା ହିଡିମା କରୋନାରେ ଆକ୍ରାନ୍ତ ହୋଇଥିବା ପୂର୍ବରୁ ସୂଚନା ମଳିଥିଲା । ଏହାପରେ ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେବା ସତ୍ତ୍ୱେ ଏପର୍ଯ୍ୟନ୍ତି ବି ଆତ୍ମସମର୍ପଣ ନକରି ଜଙ୍ଗଲ ଭିତରେ କରୋନା ସହିତ ଲଢେଇ କରୁଛନ୍ତି ହିଡିମା ସମେତ ଆଉ କିଛି ଦୁର୍ଦାନ୍ତ ମାଓବାଦୀ । ବର୍ତମାନ ହିଡିମା କରୋନାରେ ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ହେବା ସତ୍ତ୍ୱେ ବି ଏହି ଦୁର୍ଦାନ୍ତ ମାଓ ନେତା ଆତ୍ମସମର୍ପଣ କରୁନାହିଁ । କେବଳ ହିଡିମା ନୁହେଁ ହିଡିମା ସହିତ ଅନ୍ୟ ପହୁ କ୍ୟାଡରର ମାଓବାଦୀ ମାନେ ମଧ୍ୟ କରୋନାରେ ଗୁରୁତର ଥିବା ସୂଚନା ଦେଇଛନ୍ତି ଛତିଶଗଡ଼ ଦନ୍ତେୱାଡା ଏସପି ଅଭିଷେକ୍ ପଲ୍ଲବ ।, କରୋନା କବଳରେ ମାଓନେତା ହିଡମାସେନଟ୍ରାଲ କମିଟି ସଦସ୍ୟ ତଥା ଛତିଶଗଡ ମାଓବାଦୀ ରାଜ୍ୟ କମିଟିର ମୁଖ୍ୟ ହରିଭୁଷଣ, ଗତ ବୁଧବାର କରୋନାରେ ପ୍ରାଣ ହରାଇ ଥିବା ଜଣାପଡିଛି । ସେହିପରି ଡିଭିନାଲ କମିଟି ସଦସ୍ୟ ଭାରତୀ ଅକ୍କା ମଧ୍ୟ କୋଭିଡରେ ପ୍ରାଣ ହରାଇ ଥିବା ସ୍ପଷ୍ଟ କରିଛି ଖୋଦ ମାଓ ସଙ୍ଗଠନ । ଏଥିସହ ମାଓ କମାଣ୍ଡର ନନ୍ଦୁ, ସୋନୁ, ଜୟମାନ, ଦେବେ, ଏବଂ ଡିଭିସି ସଦସ୍ୟ ବିନୋଦ, ରାଜେଶ, ମଧ୍ୟ ଏବେ କୋରୋନା ଆକ୍ରାନ୍ତ ଥିବା ଜଣା ପଡିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button