ଖସୁଛି ପାରଦ ,ବଢୁଛି ଶୀତ
ଆହୁରି ଥରିବ ଓଡିଶା ୪୮ ଘଣ୍ଟାରେ ୨ ଡିଗ୍ରି ଖସିବ ତାପମାତ୍ରା

ଭୁବନେଶ୍ୱର – ରାଜ୍ୟରେ ଧୀରେ ଧୀରେ ଖସୁଛି ରାତ୍ରୀ ତାପମାତ୍ରା । ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ଖସିବ । ରାଜ୍ୟରେ ବଢୁଛି ଶୀତ , ସନ୍ଧ୍ୟା ସମରେ ଖସୁଛି ପାରଦ । ଏହା ଫଳରେ ଶୀତ ବଢିବା ଆରମ୍ଭ ହୋଇଗଲାଣି । ଶୁକ୍ରବାର ରାତିରେ ରାଜ୍ୟରେ ୫ ସହର ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଥିବା ବେଳେ ଶନିବାର ରାତିରେ ୧୦ ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳେ ରହିଥିଲା ।
ଜାଡରେ ଥରିବ ଓଡିଶା । ଆସନ୍ତା ଦୁଇ ଦିନଭିତରେ ରାଜ୍ୟର ପାଣିପାଗରେ ମଧ୍ୟ ପରିବର୍ତ୍ତନ ଘଟିବ । ସେପଟେ ଶନିବାରଠାରୁ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ୱେଲମାର୍କ ଲୋ-ପ୍ରେସରରେ ପରିଣତ ହୋଇଛି । ତେବେ ଆସନ୍ତା ୩୬ ଘଣ୍ଟାରେ ଏହା ଅବପାତର ରୂପ ନେଇ ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଏହାର ପ୍ରଭାବ ଓଡିଶା ଉପରେ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜି ସୋନପୁରରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୯.୪ ଡିଗ୍ରି ରେକର୍ଡ ହୋଇଛି । ଏଥିସହ ଦାରିଙ୍ଗବାଡିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରହିଥିବା ଜଣାପଡିଛି । ଏହାସହ ରବିବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର କନ୍ଧମାଳ ଜିଲ୍ଲାରେ ହାଲ୍କା କୁହୁଡି ଦେଖାଯାଇଥିଲା ।
ଏଠାରେ ଦୃଶ୍ୟମାନ ଦୂରତା ୮୦୦ ମିଟର ରହିଥିଲା । ଗତ ୨୪ ଘଣ୍ଟାରେ ବିଶେଷ କରି ଉପକୂଳ ଓଡିଶା ସମେତ ଉତ୍ତର ଓଡିଶା ଓ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ଗତକାଲି ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଥିବା ଜଣାପଡିଛି । ତେବେ ଆସନ୍ତା ୪୮ ଘଣ୍ଟାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଖସିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
Post Your View