ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା

କରୋନା ମହାମାରୀ ପାଇଁ ସବୁ ଚିନ୍ତାରେ । ସାରା ବିଶ୍ୱ ଏ ମହାମାରୀ ସହିତ ଲଢିବା ପାଇଁ କରିଛି ଅନେକ ପ୍ରୟାସ । ସଂକ୍ରମିତଙ୍କ ସଂଖ୍ୟା ଏତେ ବଢିଛି ଯେ ସାଧାରଣ ଲୋକଙ୍କ ମନରେ ରହିଛି ଏହା ପାଇଁ ଅନେକ ଡର । ସରକାର ମଧ୍ୟ ସବୁ ବେଳେ ସ୍ଥିତିକୁ ସୁଧାରିବାକୁ ଅନେକ ପ୍ରୟାସ କରିଛନ୍ତି । ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ମାଧ୍ୟମରେ ସାଧାରଣ ଲୋକଙ୍କୁ ଗହଳି ବା ଭିଢ ସ୍ଥାନରୁ ରୋକାଯାଇଛି । ଆଜକୁ ୧୦ ମାସ ବିତି ଗଲା ସାଧାରଣ ଲୋକ କରୋନା ମହାମାରୀ ସହିତ ଲଢିଛନ୍ତି । ମାର୍ଚ୍ଚଠୁ ଆରମ୍ଭ ହୋଇଥିଲା ଏହି କାଳର ଦିନ କେବେ ଶେଷ ହେବ ରହିଥିଲା ଲୋକଙ୍କ ମନରେ ପ୍ରଶ୍ନ ? ଦେଶରେ ସଂକ୍ରମଣଙ୍କ ସଂଖ୍ୟା ବହୁତ ବଢିବାରେ ଲାଗିଥିଲା । ଅନେକ ଲୋକ କରୋନା ମହାମାରୀରେ ସଂକ୍ରମିତ ହୋଇ ନିଜ ପ୍ରାଣ ମଧ୍ୟ ହରାଇଛନ୍ତି ।, ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷାତେବେ ପାଖା ପାଖି ୧୦ ମାସ ହୋଇଗଲାଣି ଲୋକମାନେ ନିଜ ଘରୁ କୁଆଡେ ବାହାରି ମଧ୍ୟ ନଥିଲେ । ସଂକ୍ରମିତ ବଢୁଥିଲେ ଟିକା ଆସିନଥିଲା । ସାଧାରଣ ଲୋକଙ୍କ ମନରେ ଥିଲା କି ୨୦୨୧ ବା ନୂତନ ବର୍ଷର ଆରମ୍ଭରେ ଟିକା ଆସିଜିବ । ଏ ସଂଙ୍କଟରୁ ଲୋକମାନେ ବଞ୍ଚିପାରିବେ । କେନ୍ଦ୍ର ସରକାର ବା ରାଜ୍ୟ ସରକାର ସବୁ ବେଳେ ପ୍ରୟାସ କରୁଥିଲେ ସଂକ୍ରମିତଙ୍କ ସଂଖ୍ୟା କିପରି କମିବ । ସାଧାରଣ ଲୋକଙ୍କୁ କିପରି ସୁରକ୍ଷିତ ରଖିବେ । କିନ୍ତୁ ଧିରେଧିରେ ସ୍ଥିତି ସୁଧୁରିବା ପରେ ସବୁ କଟକଣାକୁ କୋହଳ କରାଯାଇଛି । ସବୁ ସମସ୍ୟାର ସମାଧାନ ମଧ୍ୟ ଘଟିଛି । ତେବେ ଜାନୁୟାରୀରେ ଟିକା ଆସିବା ପରେ ସବୁ ଭୟ ଏବଂ ଆଶଙ୍କା ଉପରୁ ଲୋକମାନଙ୍କର ଚିନ୍ତା ହଟିଛି । ଏହାରି ମଧ୍ୟରେ ପାଠପଢା ଉପରେ ମଧ୍ୟ ଅନେକ ପ୍ରଭାବ ପଡିଥିଲା । ଛାତ୍ରଛାତ୍ରୀମାନେ ତାଙ୍କ ପଠାଢୁ ନେଇ ଅନେକ ଚିନ୍ତିତ ମଧ୍ୟଥିଲେ ।, ମେ ୩ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷାବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶୁକ୍ରବାର ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ମାଟ୍ରିକ୍ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି ସୂଚନାନୁସାରେ, ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ମେ ୧୫ ପର୍ଯ୍ୟନ୍ତ ଜାରି ରହିବ। ସେହିପରି ମଧ୍ୟମା ସଂସ୍କୃତ ପାଇଁ ପରୀକ୍ଷା ମେ ୩ ରୁ ୧୨ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଓଡିଶା ଓପନ୍ ସ୍କୁଲ ପାଇଁ ପରୀକ୍ଷା ମଧ୍ୟ ମେ ୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାପୂର୍ବରୁ ସରକାର ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ଦାଖଲ କରିବାର ସମୟସୀମା ବୃଦ୍ଧି କରିଥିଲେ। ମାଟ୍ରିକ ପରୀକ୍ଷାର୍ଥୀମାନେ ଫେବୃଆରୀ ୧୦ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେମାନଙ୍କ ବୋର୍ଡ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିବେ, ଯାହାର ସମୟସୀମା ପୂର୍ବରୁ ଫେବୃଆରୀ ୨ ତାରିଖ ଥିଲା । ରାଜ୍ୟର ହାଇସ୍କୁଲ, ଓପନ୍ ସ୍କୁଲ୍ ଏବଂ ଭୋକେସନାଲ୍ ସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଧାର୍ଯ୍ୟ ତାରିଖ ସୁଦ୍ଧା ସେମାନଙ୍କ ଫର୍ମ ପୂରଣ କରିବାର ଆଉ ଏକ ସୁଯୋଗ ପାଇଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button