କରୋନା ଭୟ ଘରବାହୁଡା ହେଲେ ଶ୍ରମିକ

କରୋନା ମହାମାରୀ ପାଇଁ ସବୁ ଚିନ୍ତିତ । ସାରା ବିଶ୍ୱ ଏହି ମହାମାରୀ ଭୟରେ ଭୟବିତ ହୋଇଛି । ଏହାସହ ପ୍ରତେକ ଦିନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗତ ବର୍ଷ ଯେପରି ଭାବରେ କରୋନା ମହାମାରୀ ତାର ତାଣ୍ଡବ ରଚିଥିଲା । ଚଳିତ ବର୍ଷ ମଧ୍ୟ ସେହି ପରି ଭାବରେ ତାଣ୍ଡବ ରଚିବା ଆରମ୍ଭ କରିଦେଲାଣି । ଏହାକୁ ଦେଖି ସରକାର ବା ଜନସାଧାରଣ ସବୁ ଚିନ୍ତିତ । କାରଣ କରୋନା ମହାମାରୀର ଦ୍ୱିତୀୟ ଲହରି ବହୁତ ଭୟାନକ ବୋଲି ଡାକ୍ତର କହୁଛନ୍ତି । ତେବେ ପ୍ରତେକ ଦିନ ଯେଉଁ ଭଲି ଭାବରେ ସଂକ୍ରମଣ ବଢୁଛି ସେହି ଭଳି ଭାବରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।, କରୋନା ଭୟ ଘରବାହୁଡା ହେଲେ ଶ୍ରମିକବଢି ବଢି ଚାଲିଛି ଶ୍ରମିକଙ୍କ ଦୁଃଖ । ନା ରୋଜଗାର ଅଛି ନା ଖାଇବାକୁ ଅଛି । କରୋନା ମହାମାରୀଠୁ ବଳିପଡିଛି ପେଟର ଭୋକ । ତାଲାବନ୍ଦ ଭିତରେ ଏବେ କେବଳ ସାହାରା ନିଜ ଭିଟାମାଟି । ଆଉ ନିଜ ଘରକୁ ଫେରିବା ପାଇଁ ବାହାରିଛନ୍ତି ଶହ ଶହ ଶ୍ରମିକ । ବସ୍ ଟ୍ରେନ ବା ଅନ୍ୟ କୌଣସି ସବାରୀ ନମିଳିଲେ ଚାଲି ଚାଲି ଯିବାକୁ କରିଛନ୍ତି ମନସ୍ଥ ।ମୁଣ୍ଡ ଉପରେ ଧୁ ଧୁ ଖରା । ପେଟରେ ଅବୁଝା ଭୋକ । ନା ରୋଜଗାର ଅଛି ନା ଖାଇବାକୁ ଅଛି । ଆଉ ଏହାରି ଭିତରେ ଭିଟାମାଟିକୁ ଫେରିିବାକୁ ଚାଲିଛି ଅଭିଯାନ । ଅନ୍ୟ କୌଣସି ସାଧନ ନପାଇଲେ ଶହ ଶହ କିଲୋମିଟର ଚାଲି ଘରକୁ ଫେରିବାକୁ ଅଂଟା ଭିଡିଛନ୍ତି ପ୍ରବାସୀ ଶ୍ରମିକ ।, କରୋନା ଭୟ ଘରବାହୁଡା ହେଲେ ଶ୍ରମିକଗତ ବର୍ଷ ପରି ପୁଣି ଥରେ ତାଲାବନ୍ଦରେ ଫସିଯିବାକୁ ଚାହୁଁନାହାନ୍ତି । ସେଥିପାଇଁ ନିଜ ଭିଟାମାଟିକୁ ଫେରିବାକୁ ଆରମ୍ଭ କରିଛନ୍ତି । ଏପରି ସମୟରେ ବସ୍ରେ ଗୋଟିଏ ସିଟ ଯୋଗାଡ କରିବା ପାଇଁ ଚଢା ଦର ଦେବାକୁ ପଡୁଥିବା ମଧ୍ୟ ପ୍ରବାସୀ ଅଭିଯୋଗ କରିଛନ୍ତି ।ଦିଲ୍ଲୀରେ ୧୯ତାରିଖ ସୋମବାରୁ ରାତି ୧୦ଟାରୁ ଲକଡାଉନ ଲାଗୁ ହେବା ପରେ ଘର ମୁହାଁ ହୋଇଛନ୍ତି ପ୍ରବାସୀ ଶ୍ରମିକ । ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରୁ ହଜାରହଜାର ଶ୍ରମିକ ରୋଜଗାର ହରାଇ ନିଜ ନିଜ ଭିଟାମାଟିକୁ ଫେରିଛନ୍ତି । ଦିଲ୍ଲୀରେ ଲକଡାଉନ ପୁଣି ଅଧିକ ସମୟ ଧରି ଜାରି ରହିଲେ ଖାଇବାକୁ ବି ମିଳିବ ନାହିଁ ବୋଲି ଆଶଙ୍କା କରି ନିଜ ଗାଁକୁ ଫେରିଛନ୍ତି ।, କରୋନା ଭୟ ଘରବାହୁଡା ହେଲେ ଶ୍ରମିକଦିଲ୍ଲୀରେ ସୋମବାର ରାତି ୧୦ଟାରୁ ୬ଦିନିଆ ଲକଡାଉନ ଲାଗୁ ହୋଇଛି । ହେଲେ ୬ଦିନ ପରେ ବି କମାଧନ୍ଦା ନମିଳିବା ଆଶଙ୍କାରେ ଘର ମୁହାଁ ହୋଇଛନ୍ତି ପ୍ରବାସୀ । ସେପଟେ ସେପେଟ ଦିଲ୍ଲୀ ପୋଲିସ କମିଶନର ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀ ନଛାଡିବା ପାଇଁ ଅନୁରୋଧ କରିଛନ୍ତି । ଏବଂ ସେମାନଙ୍କ ଜତ୍ନ ନିଆଯିବ ବୋଲି ପ୍ରତିଶ୍ରୁତ ମଧ୍ୟ ଦେଇଛନ୍ତି ।ତାଲାବନ୍ଦ ଭିତରେ ନିଜ ଘରେ ପହଂଚିବା ପାଇଁ କିଏ ଟ୍ରେନ୍ରେ ଯାଉଛି ତ କିଏ ବସ୍ର ସହାୟତା ନେଉଛି । ହେଲେ ଏମିତି ବି ଶ୍ରମିକ ଅଛନ୍ତି ଯେଉଁମାନେ ଟ୍ରେନ ଓ ବସ୍ର ସୁବିଧା ପାଇ ପାରୁ ନାହାଁନ୍ତି । ଅର୍ଥ ଅଭାବରୁ ପାଦରେ ଚାଲିଚାଲି ଘରେ ପହଂଚିବା ପାଇଁ ଆଶା ବାନ୍ଧିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button