ପାକିସ୍ତାନରେ ଗାଇଲେ ଗୀତ, ଇଣ୍ଡିଆରେ ହେଲେ ବ୍ୟାନ୍

କିଛିଦିନ ତଳେ କାଶ୍ମୀରରେ ଆଟିକିଲ୍ ୩୭୦ ହଟିଛି । ସେଥିପାଇଁ ଭାରତ ପାକିସ୍ତାନ ମଧ୍ୟରେ ବିବାଦ ଦେଖାଦେଉଛି । ଭାରତ ପାକିସ୍ତାନ ମଧ୍ୟରେ ଯାଉଥିବା ସମଝୋତା ଏକ୍ସପ୍ରେସ୍ ମଧ୍ୟ ରୋକାଯାଇଥିଲା । ଇଣ୍ଡିଆରେ ଟେଲିକାଷ୍ଟ ହେଉଥିବା ଟିଭି, ୱେବ୍, ସିନେମା ସବୁକିଛି ପାକିସ୍ତାନରେ ବ୍ୟାନ୍ କରାଯାଇଥିବାବେଳେ, ସିଙ୍ଗର ମିକା ସିଂହ ପାକିସ୍ତାନରେ ଜଣଙ୍କ ବାହାଘରରେ ଗୀତ ଗାଉଥିଲେ । ଆଉ ସେ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ପଞ୍ଜାବୀ ପପ୍ ଗାୟକ ମିକା ସିଂହଙ୍କୁ ପାକିସ୍ତାନରେ ସଂଗୀତ ପରିବେଷଣ କରିବା ମହଙ୍ଗା ପଡିଛି । ପାକିସ୍ତାନରେ ଗୀତ ଗାଉଥିବା ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନେଇ ଭାରତରେ ଖୁବ୍ ଆଲୋଚନା ହୋଇଛି । ବର୍ତ୍ତମାନ ଅଲ୍ ଇଣ୍ଡିଆ ସିନେ ୱାର୍କସ୍ ଆସୋସିଏସନ୍ ପକ୍ଷରୁ ମିକାଙ୍କ ଉପରେ ବ୍ୟାନ୍ ଲଗାଯାଇଛି । ଜମ୍ମୁ-କାଶ୍ମୀରରୁ ୩୭୦ ହଟିବା ପରେ ମିକା ସିଂହଙ୍କ ଏହି ଭିଡିଓ ଭାଇରାଲ୍ ହୋଇଥିଲା । ଯେଉଁଥିପାଇଁ ତାଙ୍କ ଅଡୁଆ ଅଧିକ ବଢିଯାଇଥିଲା ।
ସଂଗୀତ ଆସୋସିଏସନ୍ ତରଫରୁ କୁହାଯାଇଛି ଯେ ସେ କାହାରିକୁ ବି ମିକା ସିଂହଙ୍କ ସହ କାମ କରିବା ପାଇଁ ଅନୁମତି ଦେବେ ନାହିଁ । ଏହାସଙ୍ଗେ ସଂଘ ପକ୍ଷରୁ ଏହି ମାମଲାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟକୁ ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି । ଆସୋସିଏସନ୍ ମିକା ସିଂହଙ୍କ ଉପରେ ବ୍ୟାନ୍ ଲଗାଇବା ସହ ତାଙ୍କର ବହିଷ୍କାର କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି ।

, ପାକିସ୍ତାନରେ ଗାଇଲେ ଗୀତ, ଇଣ୍ଡିଆରେ ହେଲେ ବ୍ୟାନ୍
ଟଙ୍କା ପାଇଁ ପାକିସ୍ତାନ ମାଟିରେ ଗୀତ ଗାଇବାକୁ ଆସୋସିଏସନ୍ ତରଫରୁ ଦୃୃଢ ନିନ୍ଦା କରାଯାଇଛି । ପାକିସ୍ତାନ ଯାଇ ଗୀତ ଗାଇ, ସେ ନିଜ ଗୋଡରେ ନିଜେ କୁରାଢୀ ମାରିଛନ୍ତି । ମିକାଙ୍କ ଉପରେ ଅଭିଯୋଗ ଆସିଛି ଯେ ସେ ପାକିସ୍ତାନର କରାଚୀ ଯାଇ ସେଠାରେ ଜଣେ କୋଟିପତିଙ୍କ ବିବାହରେ ବଲିଉଡ୍ ଗୀତ ଗାଇଥିଲେ । ସେ ପାକ୍ ପୂର୍ବ ରାଷ୍ଟ୍ରପତି ପରବେଜ୍ ମୁଶରଫ୍ ଙ୍କ ସଂପର୍କୀୟଙ୍କ ଘରେ ପ୍ରୋଗ୍ରାମ୍ କରିଥିଲେ । ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ମିକାଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ଭିଡିଓରେ ମିକାଙ୍କୁ ଗୀତ ଗାଇବା ସହ ଅତିଥିଙ୍କ ସହ ନାଚୁଥିବାର ମଧ୍ୟ ଦେଖାଯାଉଛି । ଏହି ଭିଡିଓ କାରଣରୁ ଉଭୟ ଭାରତ ଏବଂ ପାକିସ୍ତାନ ମଧ୍ୟରେ ରାଜନୈତିକ ତର୍କବିତର୍କ ଦେଖିବାକୁ ମିଳୁଛି । ରିପୋର୍ଟ ଅନୁସାରେ ଅଗଷ୍ଟ ୮ ତାରିଖରେ ମିକା ୧୪ ଜଣିଆ ଟିମ୍ ନେଇ ପାକ୍ ଗସ୍ତ କରିଥିଲେ । ସିଧାସଳଖ କୁହାଯାଉଛି ଯେ, ମିକ୍କା ସଂହି ପାକିସ୍ତାନରେ ଗୀତ ଗାଇ ଫସିଯାଇଛନ୍ତି । ଯାହାକୁ ନେଇ ବର୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଏହାକୁ ନେଇ ଆଗକୁ କ’ଣ ହେଉଛି ତାହା କେବଳ ଦେଖିବାକୁ ବାକି ରହିଲା । ହେଲେ ଆପଣମାନଙ୍କୁ କ’ଣ ଲାଗୁଛି ମିକ୍କା ସିଂହଙ୍କୁ ବହିଷ୍କାର କରିବା କ’ଣ ଠିକ୍ ହେବ ? କମେଂଟ କରି ନିଶ୍ଚିନ୍ତ ଜଣାଇବେ ।

Post Your View

Leave a Reply

Your email address will not be published. Required fields are marked *

Back to top button
Close