ନିଦରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପଶ୍ଚିମବଙ୍ଗରେ ଆଉ ରାଲି କରିବେ ନାହିଁ ପ୍ରଧାନମନ୍ତ୍ରୀ...

କରୋନା ମହାମାରୀ ପାଇଁ ସାରା ବିଶ୍ୱ ଏଠି ଚିନ୍ତାରେ କିନ୍ତୁ କଣ କରାଯାଇପାରିବ ରାଜନୀତି ସବୁଠୁ ଉପରେ । ଚଳିତ ବର୍ଷ କରୋନା ମହାମାରୀର ସଂକ୍ରମଣ ବଢିବାରେ ଲାଗିଛି ଏହାସହ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତେକ ଦିନ ବଢିବାରେ ଲାଗିଛି । କିନ୍ତୁ ତାହା ସତ୍ୟ ମଧ୍ୟ ଏହି ରାଜନୀତି ପାଇଁ ରାଲି ବନ୍ଦ ହେଲା ନାହିଁ । ଏହାସହ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ସଂକ୍ରମଣ ବଢିବାରେ ଲାଗିଲା । ପ୍ରତେକ ଦିନ ହଜାର ହଜାର ଲୋକ ରାଲିରେ ଯୋଗ ଦେଲେ ଏହାସହ ସଂକ୍ରମଣ ମଧ୍ୟ ବଢାଇଲେ ।, ନିଦରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ ଆଉ ୨ ଟି ପର୍ଯ୍ୟାୟ ବାକିଥିବା ବେଳେ ପ୍ରଧାନମନ୍ତ୍ରୀ ଆଉ ରାଲି କରିବେ ନାହିଁ ବୋଲି ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନାକୁ ଦୃଷ୍ଟିରେ ରଖି ବାକି ଥିବା ୨ ପର୍ଯ୍ୟାୟ ପାଇଁ ତାଙ୍କର ପଶ୍ଚିମବଙ୍ଗରେ ହେବାକୁ ଥିବା ସମସ୍ତ ଜନସଭା ଓ ରୋଡ ସୋ କୁ ସେ ବାତିଲ କରିଦେଇଛନ୍ତି ।ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଲିକୁ ବାତିଲ କରିଥିବା ବେଳେ ଏହି ସମୟରେ ସେ କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ଉଚ୍ଚସ୍ତରୀୟ ବୈଠକ କରିବେ ବୋଲି ଟ୍ୱିଟରେ ଲେଖିଛନ୍ତି ।, ନିଦରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିକହିରଖୁ କି ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ହେଉଛି । ଏହାପରେ ଆହୁରି ୨ ଟି ପର୍ଯ୍ୟାୟ ମତଦାନ ବାକି ରହିଛି । ହେଲେ ନିର୍ବାଚନ ହେବା ପୂର୍ବରୁ ପଶ୍ଚମବଙ୍ଗ ଦଖଲରେ ପୁରା ଲାଗିପଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହାସହ ବିଜେପିର ମାଳ ମାଳ ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ମାନେ ପଶ୍ଚିମବଙ୍ଗରେ ଡେରା ପକାଇଛନ୍ତି । ଅନ୍ୟପଟେ କରୋନା ମହାମାରୀ ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସାଙ୍ଗରେ ନେଇ ରୋଡ ସୋ ଓ ଜନସଭା କରିବାକୁ ବିରୋଧୀଦଳମାନେ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିଲେ । ଅନ୍ୟପଟେ ପଶ୍ଚିମବଙ୍ଗରେ ନିର୍ବାଚନୀ ରାଲି ଓ ସଭା ନକରିବାକୁ ପ୍ରଥମେ ବାମଦଳ ଘୋଷଣା କରିଥିଲା । ଏହାପରେ ଟିଏମସି ଓ ଆଜି ପ୍ରଧାନମନ୍ତ୍ରୀ ଏଭଳି ଘୋଷଣା କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button