ସିଓଲ ଶାନ୍ତି ପୁରସ୍କାରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦି

ମୋଦି ଦକ୍ଷିଣ କୋରିଆର ରାଜଧାନୀ ସିଓଲ୍‌ରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରାଯାଇଛି 2018 ସିଓଲ୍‌ ଶାନ୍ତି ପୁରସ୍କାର। ପ୍ରଧାନମନ୍ତ୍ରୀ ଏହି ପୁରସ୍କାରକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ପୁରସ୍କାର ପ୍ରଦାନ ଅବସରରେ ତାଙ୍କର ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଏହି ପୁରସ୍କାର ମୋର ନୁହେ,ଏହା ସାରା ଭାରତବାସୀଙ୍କ ପୁରସ୍କାର। ଏହା 130 କୋଟି ଭାରତୀୟଙ୍କୁ ସମ୍ମାନ। ୫ବର୍ଷରୁ କମ ସମୟ ମଧ୍ୟରେ ଭାରତୀୟଙ୍କ ପ୍ରେରଣା, ଉଦ୍ୟମ, ଦକ୍ଷତା ଏବଂ ସାମର୍ଥ୍ୟ ବଳରେ ବିଶେଷ ସଫଳତା ହାସଲ କରିଛି ଭାରତ। ପ୍ରତ୍ୟେକଟି ଭାରତୀୟଙ୍କ ପକ୍ଷରୁ ମୁଁ ଏ ପୁରସ୍କାର ଗ୍ରହଣ କରି କୃତଜ୍ଞତା ଜ୍ଞାପନ କରୁଛି।’
ପାକିସ୍ତାନକୁ ଟାର୍ଗେଟ୍
ଏହି ଅବସରରେ ପାକିସ୍ତାନକୁ ମଧ୍ୟ ପରୋକ୍ଷରେ କଡ଼ା ଭାଷାରେ ସମାଲୋଚନା କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଛନ୍ତି ଏବେ ଆତଙ୍କବାଦ ସାରା ବିଶ୍ୱବାସୀଙ୍କ ପାଇଁ ଚିନ୍ତାର ବିଷୟ। ଏହା ସହ ଲଢିବା ପାଇଁ ସମସ୍ତ ଦେଶକୁ ଏକଜୁଟ ହେବାର ସମୟ ଆସିଛି। ଆତଙ୍କବାଦ ନାମକ ରୋଗ ବିଶ୍ୱ ଶାନ୍ତି ପାଇଁ ବଡ଼ ବିପଦ।

, ସିଓଲ ଶାନ୍ତି ପୁରସ୍କାରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ ମୋଦି

କଣ ଏହି ସମ୍ମାନ
1990ରୁ ପ୍ରଦାନ କରାଯାଉଛି ସିଓଲ୍ ଶାନ୍ତି ପୁରସ୍କାର। ଜାତିସଂଘର ପୂର୍ବତନ ମହାସଚିବ କୋଫି ଆନନ୍,ଜର୍ମାନ ଚାନ୍ସେଲର ଏଞ୍ଜୋଲା ମର୍କେଲ ଆଦି ବିଶିଷ୍ଟ ବ୍ୟକ୍ତିଙ୍କୁ ପୂର୍ବରୁ ମିଳିଛି ଏହି ପୁରସ୍କାର। 1300 ଜଣଙ୍କ ମଧ୍ୟରୁ ଚୟନ କମିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘୋଷଣା କଲେ ‘ଦ ପରଫେକ୍ଟ କ୍ୟାଣ୍ଡିଡେଟ ଫର 2018 ସିଓଲ୍ ପିସ୍ ପ୍ରାଇଜ୍’।
ମୋଦି ପ୍ରଥମ ଭାରତୀୟ।
ସିଓଲ ଶାନ୍ତି ପୁରସ୍କାର ପାଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ମୋଦି। ଅନ୍ତର୍ଜାତୀୟ ସହଯୋଗ, ବିଶ୍ୱସ୍ତରୀୟ ଅଭିବୃଦ୍ଧି ଏବଂ ମାନବ ସମ୍ବଳ ବିକାଶ ନିମନ୍ତେ ତାଙ୍କର ଅବଦାନ ପାଇଁ ମୋଦିଙ୍କୁ ସିଓଲ୍‌ ଶାନ୍ତି ପୁରସ୍କାର ମଳିଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ପାଳନ ବର୍ଷରେ ମୋତେ ଏହି ପୁରସ୍କାର ପ୍ରଦାନ କରାଯାଉଥିବାରୁ ମୁଁ ଗୌରବାନ୍ଵିତ ମନେ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପୁରସ୍କାର ବାବଦରେ ମିଳିଥିବା ଅର୍ଥରାଶି ନମାମି ଗଙ୍ଗେ ଯୋଜନା ଉଦ୍ଦେଶ୍ୟରେ ପ୍ରଦାନ କଲେ ମୋଦି।
ଦୁଇ ଦିନିଆ ଦକ୍ଷିଣ କୋରିଆ ଗସ୍ତ କରି ଗୁରୁବାର ସିଓଲ ୟୋନସେଇ ବିଶ୍ୱବିଦ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୁର୍ତ୍ତୀ ଅନାବରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ ଜେ-ଉନ୍, ପ୍ରଥମ ମହିଳା କିମ ଜୁଙ୍ଗ୍ ସୁକ୍ ଏବଂ ଜାତିସଂଘର ପୂର୍ବତନ ମହାସଚିବ ବାନ୍ କି ମୁନ୍ ଉପସ୍ଥିତ ଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button