କାହିଁକି ମମତାଙ୍କ ଉପରେ ବର୍ଷିଲେ ମୋଦି ?

ଏତେ ବଢିଯାଇଛି ଦିଦିଙ୍କ ଅହଂକାର ଯେ ସେସମସ୍ତଙ୍କୁ ଛୋଟ ନଜରରେ ଦେଖୁଛନ୍ତି..

ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୁଇଟି ରାଲି ରହିଛି। ପ୍ରଧାନମନ୍ତ୍ରୀ ପ୍ରଥମେ ଆସାନସୋଲରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହା ପରେ ମୋଦି ଗଙ୍ଗରାମପୁରରେ ଅନୁଷ୍ଠିତ ରାଲିରେ ସମ୍ବୋଧିତ କରିବେ।ଆସାନସୋଲରେ ପ୍ରଧାନମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଖୁବ ବର୍ଷିଛନ୍ତି। ସେ କହିଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ହେଉଥିବା ଅନେକ ଗୁଡିଏ ବୈଠକରେ ମମତା ଦିଦି ସାମିଲ ହେଉନାହାନ୍ତି।, କାହିଁକି ମମତାଙ୍କ ଉପରେ ବର୍ଷିଲେ ମୋଦି ?ତାଙ୍କର ଅହଂକାର ଏତେ ବଢ଼ିଯାଇଛି ଯେ ସେ ସମସ୍ତଙ୍କୁ ତାଙ୍କ ଆଗରେ ବହୁତ ଛୋଟ ବୋଲି ଭାବୁଛନ୍ତି।ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, କରୋନା ଉପରେ ଗତ ଦୁଇଟି ବୈଠକରେ ବାକି ମୁଖ୍ୟମନ୍ତ୍ରୀ ଆସିଥିଲେ, କିନ୍ତୁ ଦିଦି ଆସି ନଥିଲେ।  ବାକି ମୁଖ୍ୟମନ୍ତ୍ରୀମାନେ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ସାମିଲ ହେଲେ କିନ୍ତୁ ଦିଦି ନୁହେଁ।ମା ଗଙ୍ଗା ସଫେଇ ପାଇଁ ପୁରା ଦେଶରେ ଏତେ ବଡ଼ ଅଭିଯାନ ହେଲା କିନ୍ତୁ ଦିଦି ଏହାର ସମ୍ବୋଧିତ ବୈଠକରେ ସାମିଲ ହେଲେ ନାହିଁ।ଚାରି ରାଉଣ୍ଡ ଭୋଟ୍ ରେ ଟିଏମସି ଖଣ୍ଡବିଖଣ୍ଡିତ ହୋଇଛି।  ଅବଶିଷ୍ଟ ଚାରି ରାଉଣ୍ଡ ମତଦାନ ରେ ଦିଦି ଭାଇମାନଙ୍କର ପତ୍ତା ସଫା ହେବ ।, କାହିଁକି ମମତାଙ୍କ ଉପରେ ବର୍ଷିଲେ ମୋଦି ?ପଞ୍ଚମ ପର୍ଯ୍ୟାୟ ଭୋଟିଂରେ ଲୋକମାନେ ଭାରି ସଂଖ୍ୟାରେ ପଦ୍ମ ଫୁଲରେ ଭୋଟ ଦେଉଛନ୍ତି। କରୋନାକୁ ନେଇ ହୋଇଥିବା ଦୁଇଟି ବୈଠକରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଭାଗ ନେଇଥିବାବେଳେ ମମତା କିନ୍ତୁ ଭାଗ ନିଅନ୍ତି ନାହିଁ ।ସେହିପରି ନୀତି ଆୟୋଗର ବୈଠକରେ ମଧ୍ୟ ମମତା ଭାଗ ନିଅନ୍ତି ନାହିଁ । ମୋଦୀ ଭୋଟରଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ଏହି ନିର୍ବାଚନରେ ଆପଣଙ୍କ ଗୋଟିଏ ଭୋଟ କେବଳ ଟିଏମସି ବା ତୃଣମୂଳ କଂଗ୍ରେସକୁ ମୂଳପୋଛ କରିବ ନାହିଁ ବରଂ ଏଠାରେ ଚାଲିଥିବା ଗୁଣ୍ଡାରାଜକୁ ମଧ୍ୟ ସମାପ୍ତ କରିଦେବ ।

Post Your View

Leave a Reply

Your email address will not be published. Required fields are marked *

Back to top button