ରାଜ୍ୟରେ ସୁସ୍ଥ ହେଲେ ଆଉ ୩୭୭୯ କରୋନା ଆକ୍ରାନ୍ତ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ସୁସ୍ଥ ହାର ମଧ୍ୟ ବଢିବଢି ଚାଲିଛି । ତେବେ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ଆଉ ୩୭୭୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ମୋଟ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୧,୦୪୪ରେ ପହଂଚିଛି ।
ତେବେ ଆଜି ହୋଇଥିବା ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୦ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୪୨୭, ପୁରୀରୁ ୧୫୮, ବାଲେଶ୍ୱରରୁ ୧୫୫, ବରଗଡରୁ ୧୫୨, ଝାରସୁଗୁଡାରୁ ୧୫୨, କନ୍ଧମାଳରୁ ୧୩୫, ମୟୂରଭଞ୍ଜରୁ ୧୩୫, ସମ୍ବଲପୁରରୁ ୧୨୭, ରାୟଗଡାରୁ ୧୧୮ ଓ ଯାଜପୁରରୁ ୧୧୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୧୦୫, ଗଞ୍ଜାମରୁ ୯୯, ବଲାଙ୍ଗୀରରୁ ୯୮, ଭଦ୍ରକରୁ ୯୨, ନବରଙ୍ଗପୁରରୁ ୮୧, ନୂଆପଡାରୁ ୭୭, କେଉଁଝରରୁ ୭୬, ଢେଙ୍କାନାଳରୁ ୭୪, କେନ୍ଦ୍ରାପଡାରୁ ୬୯, କୋରାପୁଟରୁ ୬୯, କଳାହାଣ୍ଡିରୁ ୬୫, ସୋନପୁରରୁ ୬୫, ସୁନ୍ଦରଗଡ଼ରୁ ୬୨, ଗଜପତିରୁ ୫୮, ନୟାଗଡରୁ ୪୭, ମାଲକାନଗିରିରୁ ୪୬, ବୌଦ୍ଧରୁ ୪୪, ଅନୁଗୋଳରୁ ୩୯, ଦେବଗଡରୁ ୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଅନ୍ୟପଟେ ରାଜ୍ୟରେ ଆଜି ୪୩୪୦ କରୋନା ପଜିଟିଭ ଚିହ୍ନଟ ହୋଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button