ଗପ ବି ହୁଏ ସତ

ଛୋଟବେଳୁ ଆମେ ଜେଜେମାଙ୍କଠାରୁ ଅନେକ ଗପ ଶୁଣିଥାଉ । ବାହାରକୁ ନଯିବା ପାଇଁ ଜେଜେମା ଆମକୁ ଏମିତି ଗପ କହିଥାଏ ଯାହାକୁ ଶୁଣି ଆମେ ଡରରେ ଘରୁ ବାହାରିବାକୁ ଭୟ କରିଥାଉ । ଆପଣମାନେ ତ ଏମିତି ଗପ ଶୁଣିଥିବେ କି କୌଣସି ଅଜଣା ଜନ୍ତୁ ଆସି ଗାଁରୁ ଛୋଟ ପିଲା ଗୃହପାଳିତ ପଶୁ ଆଦିଙ୍କୁ ନେଇଯାଇଥାଏ । ଯାହାଙ୍କୁ ଖୋଜିବା ପାଇଁ ଡରରେ ଗାଁ ଲୋକ ସାହାସ କରିନଥାନ୍ତି ଏବଂ ପରେ ସାହାସ କରି ଗାଁ ଲୋକ ଏକତ୍ର ହୋଇ ସେହି ଅଜଣା ଜନ୍ତୁ ଖୋଜିବାରେ ଲାଗି ପଡନ୍ତି ।, ଗପ ବି ହୁଏ ସତକିନ୍ତୁ ଏଭଳି ଏକ ଘଟଣା ଘଟିଛି ଦେବଗଡଠାରେ ଯାହାକି ସମ୍ପୁର୍ଣ୍ଣ ସତ ଏକ ଅଜଣା ଜନ୍ତୁର ଆକ୍ରମଣରେ ୧୫ରୁ ଅଧିକ ଛେଳିର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ସୂଚନା ଅନୁସାରେ ବାଇକୋର୍ଟ ବ୍ଲକ ଅନ୍ତର୍ଗତ ଚକଡିହି ଗ୍ରାମର ମୁଣ୍ଡା ସାହିର ଜଣେ ଛେଳିଚାଳକ ତାର ଛେଳିଙ୍କୁ ଚରାଇବା ପାଇଁ ଜଙ୍ଗଲ ପାଖରେ ଥିବା ପଡିଆକୁ ନେଇଯାଇଥିଲା । ଛେଳିମାନେ ଚରିସାରିବା ପରେ ତାଙ୍କୁ ଫେରାଇ ଆଣିବା ସମୟରେ ହଠାତ୍ ଏକ ଜନ୍ତୁର ବିକଟାଳ ଚିତ୍କାର ଶୁଭିଲା ଯେଉଁ ଚିତ୍କାରରେ ଛେଳିଚରାଳି ଡରିଯାଇ ନିଜ ଘରକୁ ପଳାଇ ଆସିଥିଲା । , ଗପ ବି ହୁଏ ସତଗତକାଲି ସକାଳେ ଯେତେବେଳେ ଚରାଳି ଛେଳିମାନଙ୍କୁ ଖୋଜାଖୋଜି କରିଥିଲେ ସେତେବେଳେ ପ୍ରାୟ ୧୫ରୁ ଅଧିକ ଛେଳି ଅଜଣା ଜନ୍ତୁର ଶିକାରରେ ମୃତ୍ୟୁ ବରଣ କରିଥିବା ସହିତ ପ୍ରାୟ ୧୫ରୁ ଅଧିକ ଛେଳି ନିଖୋଜ ଅଛନ୍ତି ବୋଲି ସୂଚନା ମିଳିଛି । ଏହି ଘଟଣା ପରେ ଗାଁରେ ଏକ ପ୍ରକାରର ଆତଙ୍କ ସୃଷ୍ଟି ହୋଇଯାଇଛି । ସେହି ଅଜଣା ଜନ୍ତୁ କିପରି ଗାଁ ଭିତରକୁ ଆସିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଉକ୍ତ ଘଟଣାର ଖବର ପାଇଁ ବନବିଭାଗ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଜଙ୍ଗଲରେ ସିସି ଟିଭି କ୍ୟାମେରା ଲଗାଯାଇଛି । ଯାହା ସାହାର୍ଯ୍ୟରେ ଅଜଣା ଜନ୍ତୁକୁ ଖୁବ ଶୀଘ୍ର ଧରାଯାଇପାରିବ ।

Post Your View

Leave a Reply

Your email address will not be published. Required fields are marked *

Back to top button