ଗଣେଶ ପୂଜାରେ ବଜାରକୁ ଆସିବ ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌

ଭାରତକୁ ୨ଜି ମୁକ୍ତ ଓ ୫ଜି ଯୁକ୍ତ କରିବାକୁ ସଂକଳ୍ପ ନେଇଥିବା ରିଲାଏନ୍ସ ଜିଓର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଆଜି ବଡ଼ ଘୋଷଣା କରିଛନ୍ତି। ଆଜି କମ୍ପାନୀର ୪୪ତମ ବାର୍ଷିକ ସମ୍ମିଳନୀରେ ସେ ଜିଓର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଘୋଷଣା ଅନୁଯାୟୀ, ବଜାରକୁ ଜିଓଫୋନ ନେକ୍ସଟ ନାଁରେ ଗୋଟିଏ ସ୍ମାର୍ଟଫୋନ ଆସିବ। ସେପ୍ଟେମ୍ବର ୧୦ରୁ ଏହା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନକୁ ଜିଓ ଓ ଗୁଗଲ ମିଳିତ ଭାବେ ତିଆରି କରିଛନ୍ତି। ଏହାର ଦାମ ଖୁବ କମ ରହିବ। ସେହିପରି ସ୍ମାର୍ଟଫୋନରେ ଗୁଗଲ ଓ ଜିଓର ସମସ୍ତ ଫିଚର ଏଥିରେ ରହିବ ବୋଲି ସେ କହିଛନ୍ତି।, ଗଣେଶ ପୂଜାରେ ବଜାରକୁ ଆସିବ ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ଏହି ଫୋନ୍‌କୁ ରିଲାଏନ୍ସ ଗୁଗଲ୍‌ ସହ ମିଶି ପ୍ରସ୍ତୁତ କରିଛି। ଏହା ଏଣ୍ଡ୍ରଏଡ୍‌ ଅପରେଟିଂ ସିଷ୍ଟମରେ ଚାଲିବ । ସ୍ମାର୍ଟଫୋନ୍‌ରେ ଭଲ କ୍ବାଲିଟିର କ୍ୟାମେରା ଏବଂ ଏଣ୍ଡ୍ରଏଡ୍‌ ଅପଡେଟ୍‌ର ସୁବିଧା ମିଳିବ। ଜିଓଫୋନ୍‌ ନେକ୍ସଟ୍‌ କେବଳ ଭାରତର ନୁହେଁ ବରଂ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ ବୋଲି ମୁକେଶ ଅମ୍ବାନୀ କହିଛନ୍ତି। ଗତବର୍ଷ ରିଲାଏନ୍ସ ଗୁଗଲ ସହ ବୁଝାମଣା କରିଥିଲା। ଗୁଗଲ୍‌ ସିଇଓ ସୁନ୍ଦର ପିଚାଇ କହିଥିଲେ, ‘ଆମର ଆଗାମୀ ଯାତ୍ରା ଗୁଗଲ ଏବଂ ଜିଓ ସହ ମିଶି ଏକ ଶସ୍ତା, ସୁନ୍ଦର ଏବଂ ମଜଭୁତ ସ୍ମାର୍ଟଫୋନ୍‌ ସହ ଆରମ୍ଭ ହେବ। ଏହା ଭାରତ ପାଇଁ ପ୍ରସ୍ତୁତ ହେଉଛି ।’ ଭାରତର ଉପଭୋକ୍ତାଙ୍କୁ ଦୃଷ୍ଟିରେ ରଖି ଏହି ଫୋନ୍ ତିଆରି ହୋଇଛି । ଲକ୍ଷ ଲକ୍ଷ ନୂତନ ବ୍ୟବହାରକାରୀଙ୍କ ପାଇଁ ନୂତନ ସମ୍ଭାବନା ଆଣିବ Jio Phone NEXT ଫୋନ୍,  ଯେଉଁମାନେ ପ୍ରଥମ ଥର ପାଇଁ ଇଣ୍ଟରନେଟ୍ ଅନୁଭବ କରିବେ । ଶାନଦାର୍ କ୍ୟାମେରା ସହ ଏଥିରେ ଅତ୍ୟାଧୁନିକ ଆଣ୍ଡ୍ରଏଡ୍ ଅପଡେଟ୍ ମଧ୍ୟ ଉପଲବ୍ଧ ହେବ  ।, ଗଣେଶ ପୂଜାରେ ବଜାରକୁ ଆସିବ ବିଶ୍ୱର ସବୁଠୁ ଶସ୍ତା ସ୍ମାର୍ଟଫୋନ୍‌ଗୁଗୁଲ୍ କ୍ଲାଉଡ୍ ଏବଂ ଜିଓ ମଧ୍ୟରେ ନୂତନ 5G ସହଭାଗୀତା, ଏକ ବିଲିୟନରୁ ଅଧିକ ଭାରତୀୟଙ୍କୁ ଦ୍ରୁତ ଇଣ୍ଟରନେଟ୍ ସହିତ ସଂଯୋଗ କରିବାରେ ସାହାଯ୍ୟ କରିବ । ଏହାସହ ଭାରତର ଡିଜିଟାଇଜେସନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବ । ମୁକେଶ ଅମ୍ବାନୀଙ୍କ ଅନୁସାରେ ଗୁଗୁଲ ଏବଂ ମାଇକ୍ରୋସଫ୍ଟ ସହଯୋଗରେ ଏକ ଡାଟା ସେଣ୍ଟର ମଧ୍ୟ ନିର୍ମାଣ କରାଯାଇଛି । ତେବେ JioPhone-Next ର ମୂଲ୍ୟର ଖୁଲାସା ହୋଇନାହିଁ, କିନ୍ତୁ ଏହାର ମୂଲ୍ୟ ବହୁତ କମ୍ ରଖାଯିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button