କଙ୍ଗନାଙ୍କ ଡର…

ବଲିଉଡ କୁଇନ୍ କଙ୍ଗନା ରଣାୱତ । ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ଥିବା କଙ୍ଗାନା , ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ନିଜ ମୁହଁ ଖୋଲିଥିଲେ । ଆଉ ନିଜେ କିପରି ନେପୋଟିଜିୟମର ଶିକାର ହୋଇଥିଲେ ତାହା ମଧ୍ୟ କହିଛନ୍ତି । ସୁଶାନ୍ତଙ୍କ ମୃତ୍ୟୁ ପଛରେ ଡ୍ରଗ୍ସ ମାଫିଆଙ୍କ ହାତ ଅଛି ବୋଲି ଜଣାପଡିବା ପରେ । କଙ୍ଗାନା ବଲିଉଡ୍ ଡ୍ରଗ୍ସ କଲଚର ବାବଦରେ ଖୋଲାଖୋଲି ମନ୍ତବ୍ୟ ଦେଇଥିଲେ । ଏଥିପାଇଁ ସେ ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ । ଏହିପରି ବୟାନ ଦେବାପରେ କିଛି ଲୋକ କଙ୍ଗନାଙ୍କୁ ସୁରକ୍ଷା ଦେବାନେଇ ପ୍ରଶ୍ନ ଉଠାଇଥିଲେ । ଆହୁରି ମଧ୍ୟ ଜଣେ ପ୍ରଶଂସକ ସୋସିଆଲ ମିଡିଆରେ ଲେଖିଥିଲେ , କଙ୍ଗନା ବଲିଉଡ ଡ୍ରଗ୍ସ ମାଫିଆଙ୍କ ପର୍ଦାଫାସ୍ କରିବାପରେ ନିଜର ସୁରକ୍ଷା ଦାବି କରିଥିଲେ । ମାତ୍ର ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ ତାଙ୍କ ସୁରକ୍ଷା ନେଇ କିଛି ଆଖିଦୃଷ୍ଟିଆ ପଦକ୍ଷେପ ନେଇନାହାଁନ୍ତି । ଆଉ ଏହାର ଜବାବରେ କଙ୍ଗନା ଲେଖିଛନ୍ତି , ମତେ ଫିଲ୍ଲ ମାଫିଆ ଗୁଣ୍ଡାମାନଙ୍କଠୁ ଅଧିକ ମୁମ୍ବାଇ ପୁଲିସକୁ ଡର ଲାଗୁଛି । ମୁଁ ହିଂମାଚଳ ସରକାର କିମ୍ବା କେନ୍ଦ୍ର ସରକାରଙ୍କଠୁ ସୁରକ୍ଷା ଚାହୁଁଛି ।

Post Your View

Leave a Reply

Your email address will not be published. Required fields are marked *

Back to top button