ମୂର୍ତ୍ତିକାର

କବି:- ଭାରତ ମାଝୀ

 

ନିଃସନ୍ଦେହରେ କୁହାଯାଇପାରେ ଏ ବହିଟିର ସବୁଯାକ କବିତା ସିଧାସଳଖ ଆପଣମାନଙ୍କ ମରମକୁ ଭେଦେଇ ଦେବ.।ଆପଣମାନେ ଆଉ ପ୍ରଜାପତିଂକୁ ଦୋଷ ଦେବେନି କି ନିଜକୁ ବଗିଚା କରିବାକୁ ମନ କରିବେନି…ମୂର୍ତ୍ତି ଗଢିବାକୁ ଦି’ମୁଠା ମାଟି ନଥିଲେ ବି ବେଶ୍ ସହଜରେ ଆପଣ ଗଢିଦେବେ ଗୋଟିଏ ସୁନ୍ଦର ପୃଥିବୀ.।ସୁନ୍ଦର ପୃଥିବୀର ଲୁହର ମୂଲ ଅଛି ଲୁହକୁ ସାଇତି ରଖିବେ…ଲୁହ ଯଦି ମାଟି ଛୁଇଁଲା ଜାଣ ଧୂଳି ହେବା ଥୟ.।ନିଜ ସ୍ଵପ୍ନର ପ୍ରତିଦ୍ୱନ୍ଦି ନିଜେ ସାଜି ପାପୁଲିରେ ଫୁଲ ନୁହେଁ ଖୋଦ୍ ନିଜ କଲିଜା ଫୁଟେଇବେ.।ଗୀତ ଶୁଣି ଶୁଣି ଦେହସାରା ପାଗକୁ ଭିଡ଼ି ଜହ୍ନ ତୋଳିବାକୁ ଆକାଶ ଯାଏ ସିଡ଼ିଟିଏ ପାରିଦେବେ.।ପ୍ରେମକୁ ଛେଲି ଶିକାର କରିବେ ଇତିହାସ କଖାରୁ କାଟିଲା ପରି ଫାଳଫାଳ କରି କାଟିଦେବେ ସ୍ଵପ୍ନ…ଯୁଦ୍ଧ ନାଁରେ ଶାଂତିର ରବିଚାଷ ଚଷିବେ କିଆରୀରେ ଶାଂତି ଫଳୁ ଫଳୁ ଦେଖିବେ ଅଲବତ୍ ଗୋଟେ କବିତା ଲେଖିବେ…।ଯଦି ଏ ବହିଟିକୁ ପଢିଛନ୍ତି ତେବେ ଆପଣମାନଙ୍କ ଆଖପାଖରେ କେଉଁଠି ନା କେଉଁଠି ଶାଂତି ଫଳେଇଥିବେ…ଯଦି ଶାଂତି ଫଳେଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିତଭାବେ ଥରୁଟିଏ ଏ ବହିଟିକୁ ପଢନ୍ତୁ.।

Post Your View

Leave a Reply

Your email address will not be published. Required fields are marked *

Back to top button
Close