ସାମ୍ବାଦିକ ହେବାକୁ ବମ୍ବେ ଆସିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ହୋଇ ପରମାଣୁ ବୋମା ପରୀକ୍ଷା କରାଇଥିଲେ

ଆଜି ଦେଶ ହରାଇଲା ଜଣେ ସ୍ପଷ୍ଟବାଦୀ ରାଜନେତାଙ୍କୁ। ନିରବି ଗଲେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଡିସ। ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଜର୍ଜ ସାହେବଙ୍କ ଆଜି ୮୮ବର୍ଷ ବୟସରେ ପରଲୋକ ହୋଇଛି। ୧୯୩୦ ମସିହା ଜୁନ୍ ୩ରେ କର୍ଣ୍ଣାଟକର ମାଙ୍ଗାଲୁରରେ ଜନ୍ମଗ୍ରହଣ କରିଥିଲେ ଜର୍ଜ ସାହେବ। 1946ରେ ପାଦ୍ରି ପ୍ରଶିକ୍ଷଣ ନେବା ପାଇଁ ପରିବାର ଲୋକ ତାଙ୍କୁ ବେଙ୍ଗାଲୁରୁ ପଠାଇଥିଲେ। 1949ରେ ସାମ୍ବାଦିକତା କରିବା ପାଇଁ ନିଜ ବେଙ୍ଗାଲୁରୁ ଛାଡ଼ି ଧାଇଁ ଆସିଥିଲେ ବମ୍ବେ ମହାନଗରୀକୁ। ପରେ ରାଜନୀତି ପ୍ରତି ଆକୃଷ୍ଟ ହୋଇ ବମ୍ବେ ମ୍ୟୁନିସିପାଲ କର୍ପୋରେସନରେ ସଭ୍ୟ ଭାବରେ ୧୯୬୧ ମସିହାରେ ନିର୍ବାଚିତ ହୋଇଥିଲେ।

, ସାମ୍ବାଦିକ ହେବାକୁ ବମ୍ବେ ଆସିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ହୋଇ ପରମାଣୁ ବୋମା ପରୀକ୍ଷା କରାଇଥିଲେଲାଲୁ ପ୍ରସାଦ ଯାଦବ,ଶରଦ ଯାଦବ,ନୀତିଶ କୁମାର ଓ ମୁଲାୟମ ସିଂ ଯାଦବ ଭଳି ଜର୍ଜ ଫର୍ଣ୍ଣାଡିସଙ୍କ ବହୁ ଅନୁଗାମୀ ଆଜି ଭାରତୀୟ ରାଜନୀତିକୁ ପ୍ରଭାବିତ କରୁଛନ୍ତି।ଏପରିକି ନିଜର ଗୁରୁ ତଥା ଦେଶର ସମାଜବାଦୀ ଚିନ୍ତାଧାରାର ଜନନାୟକ ରାମ ମନୋହର ଲୋହିଆଙ୍କୁ ଜର୍ଜ ସାହେବ ଯଥେଷ୍ଟ ପ୍ରଭାବିତ କରିଥିଲେ। ୧୯୬୭ ମସିହାରେ ଜର୍ଜ ଫର୍ଣ୍ଣାଡିସଙ୍କର ନୂଆ ପରିଚୟ ସୃଷ୍ଟି ହୋଇଥିଲା। ଫାୟାର ବ୍ରାଣ୍ଡ ସୋସିଆଲିଷ୍ଟ୍ ଲିଡର ଜର୍ଜ ସାହେବଙ୍କୁ ସମସ୍ତେ ଜିଆଣ୍ଟ କିଲର ଭାବରେ ସମ୍ବୋଧନ କରିବା ଆରମ୍ଭ କରିଥିଲେ। ୧୯୬୭ଲୋକସଭା ନିର୍ବାଚନରେ କଂଗ୍ରେସରଟାଣୁଆ ନେତା ଏସ୍. କେ. ପାଟିଲଙ୍କୁ ହରାଇ ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲେ।

ଜର୍ଜ ଫର୍ଣ୍ଣାଡିସ କେବଳ କୌଣସି ଗୋଟିଏ ରାଜ୍ୟର ନେତା ନଥିଲେ, ସେ ଏଭଳି ନେତା ଥିଲେ ଯେକି ଏକକାଳୀନ କର୍ଣ୍ଣାଟକ ସମେତ ମହାରାଷ୍ଟ୍ର, ଗୁଜୁରାଟ ଏବଂ ବିହାର  ରାଜନୀତିରେ ଦବଦବା ରଖିଥିଲେ। ମହାରାଷ୍ଟ୍ର ଓ ଗୁଜୁରାଟରେ କଂଗ୍ରେସ ପାଇଁ ସେ ସାଜିଥିଲେ ମୁଣ୍ଡ ବ୍ୟଥାର କାରଣ। ତାଙ୍କୁ କାଉଣ୍ଟର କରିବା ପାଇଁ ବାଲାସାହେବ ଠାକରେଙ୍କ ସାହାରା ନେଇଥିଲା କଂଗ୍ରେସ। ତେବେ ସବୁବେଳେ ଶୋଷିତ ଓ ଶ୍ରମିକ ଶ୍ରେଣୀ ପାଇଁ ଲଢ଼େଇ କରୁଥିଲେ ଜର୍ଜ ଫର୍ଣ୍ଣାଡିସ୍।ରେଳବାଇ କର୍ମଚାରୀମାନଙ୍କ ହକ୍ ପାଇଁ ଲଢ଼େଇ କରୁଥିଲେ ଏହି ମହାନ ନେତା। ଅଲ୍ ଇଣ୍ଡିଆ ରେଲଓ୍ୱେ ଫେଡେରେସନର ତତ୍କାଳୀନ ସଭାପତି ଜର୍ଜ ଫର୍ଣ୍ଣାଡିସ୍ କେନ୍ଦ୍ର ସରକାରଙ୍କୁ ହରଡଘଣାରେ ପକାଇଥିଲେ। ରେଳବାଇର ସେହି ଆନ୍ଦୋଳନକୁ ଭାରତବର୍ଷର ସବୁଠୁ ବଡ଼ ଆନ୍ଦୋଳନ ଭାବରେ ଆଜି ବି ଗଣାଯାଏ। ପରେ ଜରୁରିକାଳୀନ ପରିସ୍ଥିତି ବେଳେ ବରୋଦ-ଡାଇନାମାଇଟ୍ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।
ଜିଆଣ୍ଟ କିଲର ଜର୍ଜ ଫର୍ଣ୍ଣାଡିସ୍ ଜେଲରେ ରହି ମଧ୍ୟ ବିହାର ମୁଜାଫରପୁର ସିଟରୁ ବିଜୟୀ ହୋଇଥିଲେ। କେନ୍ଦ୍ରର ମୋରାରଜୀ ଭାଇ ଦେଶାଇଙ୍କ ସରକାରରେ ଶିଳ୍ପମନ୍ତ୍ରୀ ହୋଇଥିଲେ ଜର୍ଜ ଫର୍ଣ୍ଣାଡିସ୍।

, ସାମ୍ବାଦିକ ହେବାକୁ ବମ୍ବେ ଆସିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ହୋଇ ପରମାଣୁ ବୋମା ପରୀକ୍ଷା କରାଇଥିଲେ
ସଂଘର୍ଷର ଅନ୍ୟ ନାମ ଜର୍ଜ ସାହେବ ୯ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ବନ୍ଧୁମାନଙ୍କ ମନ ରଖିବାରେ ମଧ୍ୟ ବେଳେବେଳେ ଭୁଲ କରି ବସିଥିଲେ ଜର୍ଜ ସାହେବ। ଯାହାର ଝଲକ ମୋରାରଜୀ ଦେଶାଇଙ୍କ ସରକାର ଭାଙ୍ଗିବା ଏକ ନିଦର୍ଶନ। ବନ୍ଧୁ ମଧୁଲିମାୟଙ୍କ କଥାରେ ଜର୍ଜ ଫର୍ଣ୍ଣାଡିସ୍ ମୋରାରଜୀ ଦେଶାଇଙ୍କ ସରକାରରୁ ବାହାରି ଆସିଥିଲେ। ଫଳରେ ସେହି ସମୟରେ ସରକାର ଭାଙ୍ଗି ଯାଇଥିଲା। ତେବେ ମନ୍ତ୍ରୀ ପଦର ମୋହ ଜର୍ଜ ସାହେବଙ୍କୁ କେବେ ଛୁଇଁ ନଥିଲା। ୧୯୮୯ ଡିସେମ୍ବରରେ କେନ୍ଦ୍ରରେ ସରକାର ଗଢ଼ିଥିଲା ଜନମୋର୍ଚ୍ଚା। ବିଶ୍ୱନାଥ ପ୍ରତାପ ସିଂଙ୍କ ସରକାରରେ ରେଳବାଇ ମନ୍ତ୍ରୀ ଭାବରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ ଜର୍ଜ ଫର୍ଣ୍ଣାଡିସ୍। ଭାରତର ସବୁଠାରୁ ବିପଦପୂର୍ଣ୍ଣ ରେଲଓ୍ୱେ ଟ୍ରାକ୍ ଭାବରେ ବିବେଚିତ ହେଉଥିବା ମୁମ୍ବାଇ-କୋଙ୍କଣ ରେଲଓ୍ୱେର ପ୍ରତିଷ୍ଠାତା ଜର୍ଜ ଫର୍ଣ୍ଣାଡିସ୍ ହୋଇଥିଲେ।
ଜର୍ଜ ସାହେବଙ୍କ ପ୍ରତିଭାରେ ତାଙ୍କର ବିରୋଧୀମାନେ ମଧ୍ୟ ପ୍ରଭାବିତ ହେଉଥିଲେ। ସତୁରୀ ଦଶକରେ ଯେଉଁ ଆରଏସଏସ୍ ବାଲ ଠାକେରଙ୍କୁ ସମର୍ଥନ ଜଣାଇ ଜର୍ଜ ଫର୍ଣ୍ଣାଡିସଙ୍କୁ ବମ୍ବେ ଛାଡ଼ିବାକୁ ବାଧ୍ୟ କରାଇଥିଲା,ସେହି ସଂଗଠନ ୧୯୯୮ମସିହା ବେଳକୁ ଜର୍ଜ ସାହେବଙ୍କ ସହ ସନ୍ଧି କରିଥିଲା। ଫଳରେ ବିଜେପି ନେତୃତ୍ୱାଧୀନ ଏନଡିଏର ଆବାହକର ଦାୟିତ୍ୱ ନେଇଥିଲେ ଜର୍ଜ ଫର୍ଣ୍ଣାଡିସ୍। ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଥିଲେ। ତାଙ୍କ ସମୟରେ ୧୯୯୮ ମସିହାମେ ୧୧ରେ ରାଜସ୍ଥାନର ପୋଖରାନରେ ପରମାଣୁ ବୋମା ପରୀକ୍ଷା କରିଥିଲା ଭାରତ। ଏହାର ଦୁଇ ଦିନ ପରେ ଆମେରିକାର ଚାପକୁ ଭ୍ରୁକ୍ଷେପ ନକରି ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ସାହେବ ୧୩ ମେ’ ରେ ଦ୍ୱିତୀୟ ଥର ପରମାଣୁ ବୋମା ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ପ୍ରବର୍ତ୍ତାଇ ଥିଲେ। 

, ସାମ୍ବାଦିକ ହେବାକୁ ବମ୍ବେ ଆସିଥିଲେ, ପ୍ରତିରକ୍ଷା ମନ୍ତ୍ରୀ ହୋଇ ପରମାଣୁ ବୋମା ପରୀକ୍ଷା କରାଇଥିଲେପାକିସ୍ତାନ ଅପେକ୍ଷା ଚୀନ୍ ଭାରତର ପ୍ରଧାନ ଶତ୍ରୁ ବୋଲି ଖୋଲାଖୋଲି ବକ୍ତବ୍ୟ ରଖିଥିଲେ ଜର୍ଜ ସାହେବ। ସେହିପରି ତାଙ୍କ କାର୍ଯ୍ୟକାଳରେ ପାକିସ୍ତାନ ସହ କାରଗିଲ ଯୁଦ୍ଧରେ ମଧ୍ୟ ବିଜୟୀ ହୋଇଥିଲା ଭାରତ। ଦେଶର ଏକମାତ୍ର ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ସାହେବ ସୈନିକମାନଙ୍କ ସହ ଅଧିକ ସମୟ ବିତାଉଥିଲେ। ସିଆଚେନ୍ ଭଳି ବିପଦପୂର୍ଣ୍ଣ ସ୍ଥାନକୁ ପ୍ରତିରକ୍ଷା ମନ୍ତ୍ରୀ ଥିବା ବେଳେ ୧୮ଥର ଗସ୍ତ କରିଥିଲେ ଜର୍ଜ ଫର୍ଣ୍ଣାଡିସ୍।
ଓଡ଼ିଶା ତାଙ୍କୁ ସବୁବେଳେ ମନେ ରଖିବ। ଓଡ଼ିଶାର ଘୋର ବିପତ୍ତି ୧୯୯୯ ମହାବାତ୍ୟା ସମୟରେ ଜର୍ଜ ଫର୍ଣ୍ଣାଡିସଙ୍କ କାର୍ଯ୍ୟକୁ କେହି ଭୁଲି ପାରିବେ ନାହିଁ। ଜର୍ଜ ଫର୍ଣ୍ଣାଡିସ୍ ସେହି ସମୟରେ ନିଜ ବମ୍ବେ ମୁନିସିପାଲିଟି କର୍ପୋରେସନ କର୍ମଚାରୀ ସଂଘର ବନ୍ଧୁମାନଙ୍କୁ ଡ଼ାକି ଜଗତସିଂହପୁର ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳରେ ମହାବାତ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାର କରାଇଥିଲେ।
ଭାରତର ଏକମାତ୍ର ନେତା ଜର୍ଜ ସାହେବ ମନ୍ତ୍ରୀପଦରେ ଥାଇ ମଧ୍ୟ ନିଜେ ପିନ୍ଧୁଥିବା ପୋଷାକ ନିଜେ ସଫା କରୁଥିଲେ। ଏପରିକି ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ହୋଇ ମଧ୍ୟ ତାଙ୍କ ବାସଭବନରେ ପ୍ରବେଶ ଉପରେ ସାଧାରଣ ଲୋକଙ୍କ ପାଇଁ ନଥିଲା କଟକଣା। ଦେଶ ହରାଇଛି ଆଉ ଜଣେ ମହାନ ଜନନାୟକଙ୍କୁ।

ଜର୍ଜ ସାହେବଙ୍କ ବିୟୋଗରେ ଅନେକ ବିଶିଷ୍ଟ ନେତା ଦୁଃଖପ୍ରକାଶ କରିଛନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button