କଣ ଭାରତୀଙ୍କ ଘରୁ ମିଳିଲା ଡ୍ରଗ୍ସ?

ଭାରତୀଙ୍କ ଘରେ ଏନ୍‌ସିବିର ଚଢଉ, ବ୍ୟାନ୍ ଡ୍ରଗ୍ସ ରଖିଥିବା ସନ୍ଦେହ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଢିଛି ବଲିଉଡ୍ ଷ୍ଟାରଙ୍କ ଅଡୁଆ । ଏନ୍‌ସିବି ବର୍ତ୍ତମାନ ପର୍ଯ୍ୟନ୍ତ ଖୋଳତାଡ ଜାରି ରଖିଛି ଓ ମାଛ ଜାଲରେ ଫସିଲା ଭଳି ଫସି ଫସି ଯାଉଛନ୍ତି ଅନେକ ବଡ ଚେହେରା । ଏହି ମାମଲାରେ ଏବେ ପର୍ଯ୍ୟନ୍ତ ଅନେକ ସେଲିବ୍ରେଟୀଙ୍କୁ ଜେରା କରି ସାରିଛି ଏନ୍‌ସିବି । ଆଜି ସକାଳେ ଭାରତୀ ଓ ତାଙ୍କ ସ୍ୱାମୀଙ୍କ ଘରେ ରେଡ କରିଥିଲା ଏନ୍‌ସିବି । କିନ୍ତୁ କାହିଁକି ? ଡ୍ରଗ୍ସ ସହ ଭାରତୀଙ୍କ ସଂପର୍କ କଣ ଆସନ୍ତୁ ଜାଣିବା ।

, କଣ ଭାରତୀଙ୍କ ଘରୁ ମିଳିଲା ଡ୍ରଗ୍ସ?ସୁଶାନ୍ତ ସିଂ ରାଜପୁତଙ୍କୁ ବେଆଇନ୍ ଭାବରେ ଡ୍ରଗ୍ସ ଦିଆଯାଉଥିବା ଓ ଡ୍ରଗ୍ସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥାଇ ପାରେ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ । ଏହା ପରେ ଏନ୍‌ସିବି ଖୋଳତାଡ ଆରମ୍ଭ କରିଥିଲା । ଏନସିବି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ଏଥି ପାଇଁ ଗିରଫ କରିବା ସହ ରିୟାଙ୍କ ଭାଇ ଓ ସୁସାନ୍ତଙ୍କ ଘରର ମ୍ୟାନେଜର ସାମୁଏଲ୍ ମିରାଣ୍ଡାଙ୍କୁ ରିରଫ କରିଥିଲା । ସେବେଠାରୁ ଏହି ଜାଲରେ ଫସୁଛନ୍ତି ଅନେକ ବଡ ବଡ କଳାକାର । ସେଥିରୁ ବାଦ ପଡି ନାହାଁନ୍ତି କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ସ ।

, କଣ ଭାରତୀଙ୍କ ଘରୁ ମିଳିଲା ଡ୍ରଗ୍ସ?ଏନ୍‌ସିବି ଗୋଟିଏ ଡ୍ରଗ୍ସ ପ୍ୟାଡେଲରକୁ ପଚରା ଉଚରା କରିବା ବେଳେ ଭାରତୀଙ୍କ ନାଁ ସାମ୍ନାକୁ ଆସିଥିଲା । ଦ ଇଣ୍ଡିଆ ଟୁ ଡେ ର ରିପୋର୍ଟ ଅନୁସାରେ ଶନିବାର ସକାଳେ ଭାରତିଙ୍କ ଘରେ ରେଡ କରିଛି ଏନ୍‌ସିବି ଭାରତୀଙ୍କ ସହ ତାଙ୍କ ସ୍ୱାମୀ ହର୍ସଙ୍କୁ ମଧ୍ୟ ସମନ ଜାରି କରିଛି ଓ ବହୁତ ଶୀଘ୍ର ପଚରାଉଚରା ମଧ୍ୟ ଆରମ୍ଭ ହେବ । ଭାରତୀଙ୍କ ଅନ୍ଧେରୀ, ବର୍ସୋବା, ଲୋଖଣ୍ଡୱାଲା ଘରେ ରେଡ କରିଛି । ଏବଂ ଖବର ଅନୁସାରେ ଭାରତୀଙ୍କ ଘରୁ ନିଶା ପଦାର୍ଥ ମଦ୍ୟ ମିଳିଛି ଯାହା ଘରେ ରଖିବା ଆଇନ୍‌ଗତ ଭାବରେ ଅପରାଧ ।

, କଣ ଭାରତୀଙ୍କ ଘରୁ ମିଳିଲା ଡ୍ରଗ୍ସ?
ଦ କପିଲ୍ ଶର୍ମା ଶୋରେ ନଜର ଆସନ୍ତି ଭାରତୀ ଏହା ସହ ସୋନି ଟିଭିର ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସରକୁ ହୋଷ୍ଟ କରୁଛନ୍ତି । ୨୦୧୭ ମସିହାରେ ସେ ରାଇଟର ହର୍ସଙ୍କୁ ବିବାହ କରିଥିଲେ । ତେବେ ଭାରତୀ ନିଜ କମେଡି ଯୋଗୁଁ ବେଶ୍ ଫେମସ୍ । ଖତରୋଁ କି ଖୀଲାଡି ଓ ନଚ୍ ବଲିଏ ଆଦି ରିଆଲିଟି ଶୋରେ ଭାରତୀ ଅଂଶ ଗ୍ରହଣ କରି ସାରିଛନ୍ତି । ତେବେ ହର୍ସ ଓ ଭାରତୀଙ୍କ ଯୋଡିଙ୍କୁ ଭଲ ପାଇବା ମିଳିଛି ।

, କଣ ଭାରତୀଙ୍କ ଘରୁ ମିଳିଲା ଡ୍ରଗ୍ସ?ତେବେ ନିକଟରେ ଅଭିନେତା ଅର୍ଜୁନ ରାମପାଲଙ୍କ ଆଗରେ ମଧ୍ୟ ଚଢଉ କରିଥିଲା ଏନ୍‌ସିବି । ଏନ୍‌ସିବିକୁ ଅର୍ଜୁନଙ୍କ ଘରୁ ଏଭଳି କିଛି ନିଶା ଦ୍ରବ୍ୟ ମିଳିଛି ଯାହା କି ଏନ୍‌ଡିପିଏସ୍ ଆକ୍ଟ ଅନୁଯାୟୀ ଘରେ ରଖିବା ଅପରାଧ । ଖବର ଅନୁଯାୟୀ ଏନ୍‌ସିବି ଅର୍ଜୁନ ରାପମାଲ୍‌ଙ୍କ ସବୁ ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ ଜବତ କରି ନେଇଛି । ଏହା ସହ ଅର୍ଜୁନଙ୍କ ଗର୍ଲଫ୍ରେଣ୍ଡକୁ ମଧ୍ୟ ସମନ କରାଯାଇଛି । ଏହା ସହ ପୂର୍ବରୁ ରକୁଲ୍ ପ୍ରିତ୍ ସିଂ. ଓାରା ଅଲ୍ଲୀ ଖାନ୍ , ଶଦ୍ଧା କପୁରଙ୍କୁ ଏନ୍‌ସିବି ସମନ କରି ପଚରାଉଚରା କରି ସାରିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button