ଜନ୍ମ ହେବାକୁ ଥିବା ସନ୍ତାନର ଭବଷ୍ୟବାଣୀ କାହିଁକି?

କ୍ରିକେଟର ନା ଅଭିନେତା, କ’ଣ ହେବ ବିରୁଷ୍କାଙ୍କ ସନ୍ତାନ

“ନେପୋଟିଜମ’ ବା ପରିବାରବାଦ । ଗତ କିଛି ଦିନ ହେବ ନେପୋଟିଜମକୁ ନେଇ ବଲିଉଡରେ ଏକ ପ୍ରକାର ଚର୍ଚ୍ଚା ଚାଲିଛି । ସତେ ଯେମିତି ଏହି ନେପୋଟିଜ ବିବାଦରୁ ବର୍ତ୍ତିବା ବଲିଉଡ ପାଇଁ ମୁସ୍କିଲ ହୋଇପଡିଛି । ବଲିଉଡର ବଡ ବଡ ଷ୍ଟାର ମାନେ ଏବେ ଏହି ଜାଲରେ ଛନ୍ଦି ହୋଇପଡିଛନ୍ତି । ବଡ ବଡ ଷ୍ଟାରଙ୍କ ନାମ ନୋପୋଟିଜମ ସହ ଗୁନ୍ଥି ହୋଇଛି । ଖାସ କରି ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏହି ମାମଲା ଏବେ ଦିନକୁ ଦିନ ଏବେ ଘନେଇବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ଆଡୁ ଅନେକ ପ୍ରତିକ୍ରିୟା ମିଳୁଥିବା ବେଳେ ସମାଲୋଚନା ମଧ୍ୟ କରାଯାଉଛି । ବିଭିନ୍ନ ଲୋକେ ଏହାକୁ ନେଇ ବିଭିନ୍ନ ମତ ରଖୁଥଇବାବେଳେ ଅଭିନେତ୍ରୀ ହୁମା କୁରେସିଙ୍କ ଭାଇ ତଥା ଅଭିନେତା ସାକିବ ସଲିମ ନେପୋଟିଜମକୁ ନେଇ ନିଜର ମତ ସେୟାର କରିଛନ୍ତି ।

, ଜନ୍ମ ହେବାକୁ ଥିବା ସନ୍ତାନର ଭବଷ୍ୟବାଣୀ କାହିଁକି?ଦୀର୍ଘ ଦିନ ଧରି ନେପୋଟିଜମ, ପରିବାରବାଦ ବା ଆତ୍ମୀୟତାବାଦ ଭଳି ଗୁରୁତର ଅଭିଯୋଗର ସମ୍ମୁଖୀନ ହୋଇଆସୁଛି ଭାରତୀୟ ଚଳଚ୍ଚିତ୍ର ଜଗତ । ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡର ଅନେକ ବଡ ବଡ ସେଲିବ୍ରିଟି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ଦର୍ଶକମାନେ ଚଳଚ୍ଚିତ୍ର ଜଗତର ଅନେକ ବଡ ବଡ ତାରକାଙ୍କ ଫିଲ୍ମକୁ ବିରୋଧ କରିବା ସହ କେହି କେହି ଫିଲ୍ମ ମଧ୍ୟ ଦେଖିବାକୁ ନାରାଜ ଅଛନ୍ତି । ନେପୋଟିଜମକୁ ନେଇ ଦିନକୁ ଦିନ ବିବାଦ ଘନେଇବାରେ ଲାଗିଛି । ନିକଟରେ ଅଭିନେତ୍ରୀ ହୁମା କୁରେଶୀଙ୍କ ଭାଇ ସାକିବ ସଲିମ ନେପୋଟିଜମ ବିଷୟରେ ନିଜର ମତ ରଖିଛନ୍ତିି । ନିକଟରେ ଅଭିନେତା ସାକିବ ସଲିମ ଏକ ସାକ୍ଷାତକାରରେ ପରିବାଦବାଦ ଉପରେ ନିଜର ମତ ରଖି କହିଛନ୍ତି ଭବିଷ୍ୟତରେ ଯଦି ତାଙ୍କ ପିଲାମାନେ ଅଭିନୟ କରିବାକୁ ଚାହିଁବେ, ତେବେ ଏଥିରୁ ସେମାନଙ୍କୁ ରୋକିବାକୁ ଚାହିଁବେନି । କାରଣ ତାଙ୍କ ପିଲାଙ୍କ ଇଛାକୁ ସେ ସମ୍ମାନ ଦେବେ, ଯଦି ସେ ଭବିଷ୍ୟତରେ ଆକ୍ଟିଂକୁ ନେଇ ସିରିୟସ ଥାନ୍ତି ତେବେ ସେ କାହିଁକି କଳାହାର ବନିବେନି । ଏହା ସହ ସେ ପ୍ରଶ୍ନ କରିଛନ୍ତି ଯେ କଣ ନେପୋଟିଜମ ଯୋଗୁଁ ବିରୁଷ୍କାଙ୍କ ପିଲା ଅଭିନୟ କି କ୍ରିକେଟର ହେବାରୁ ବଂଚିତ ହେବେ କି? ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଆତ୍ମୀୟତାବାଦ ଉପରେ ଯେତିକି ପ୍ରଶ୍ନ ଉଠିଛି ତାହା ସହ ରିୟା ଚକ୍ରବର୍ତ୍ତୀ ମଧ୍ୟ ଏହି ମାମଲାରେ ଅଧିକ ଛନ୍ଦି ହୋଇପଡିଛନ୍ତି । ତେବେ ଆମେ ଏଠି କହିଦେବାକୁ ଚାହୁଁଛୁ ଯେ ରିଆ “ମେରେ ପାପା କି ମାରୁତି’ ଛଳଚ୍ଚିତ୍ରରେ ସକିବଙ୍କ ସହ ନଜର ଆସିଥିଲେ । ରିୟା ଯେତେବେଳେ ଗିରଫ ହେଲେ ରିୟାଙ୍କୁ ତାଙ୍କ ସାଙ୍ଗ ସାକିବ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଏକ ସାକ୍ଷାତକାରରେ ସାକିବ କହିଥିଲେ, ରିୟା ମୋର ବନ୍ଧୁ । ତାଙ୍କ ବିପଦ ବେଳେ ତାଙ୍କୁ ଏବଂ ତାଙ୍କ ପରିବାରକୁ ସମର୍ଥନ କରିବା ମୋର କର୍ତ୍ତବ୍ୟ ।

Post Your View

Leave a Reply

Your email address will not be published. Required fields are marked *

Back to top button