ଲକଡାଉନ୍ ନୁହେଁ, ଦିଲ୍ଲୀରେ ଜାରି ହେବ ନୂଆ କଟକଣା

କରୋନା ମହାମାରୀ ପାଇଁ ପୁଣି ଭୟ ବିତ ଜନସାଧାରଣ । ଗତବର୍ଷ ମଧ୍ୟ କରୋନା ମହାମାରୀ ତାର କାୟା ବିସ୍ତାର କରିବାରେ ଲାଗିଥିଲା । ଚଳିତ ବର୍ଷ ମଧ୍ୟ ସେହି ପରିବାବରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ସାରା ବିଶ୍ୱ ଏହି କରୋନା ମହାମାରୀ ପାଇଁ ଚିନ୍ତିତ ଲୋକମାନେ କରୋନା ମହାମାରୀ ସମୟରେ ନାହିଁ ନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହୋଇଛନ୍ତି । ବାହାରେ ରହୁଥିବା ଲୋକେ ଘର ମୁହାଁ ହୋଇଥିଲେ । ବର୍ତ୍ତମାନ ର ସ୍ଥିତି ମଧ୍ୟ ପୁଣି ଥିରେ ସେହି ପରି ହେଲାଣି । ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଜନସାଧାରଣ ତାହାକୁ ଦୁର କରିବା ପାଇଁ ସରକାର ମଧ୍ୟ ଅନେକ ପ୍ରୟାସ କରିଛନ୍ତି ।, ଲକଡାଉନ୍ ନୁହେଁ, ଦିଲ୍ଲୀରେ ଜାରି ହେବ ନୂଆ କଟକଣା

‘ଲକଡାଉନ୍‌’ ନୁହେଁ, ଦିଲ୍ଲୀରେ ଖୁବ୍‌ ଶୀଘ୍ର ନୂଆ କଟକଣା ଜାରି ହେବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, କୋଭିଡ୍‌-୧୯ ଟିକାକରଣ ପ୍ରକ୍ରିୟା ତ୍ୱରାନ୍ଵିତ କରିବା ଓ ଏଥିନିମନ୍ତେ ଥିବା ବୟସ ବର୍ଗ ଉଚ୍ଛେଦ କରାଯିବା ଆବଶ୍ୟକ। ସେ କହିଛନ୍ତି, ଯଥେଷ୍ଟ ପରିମାଣର ଟିକା ମିଳିବା ସଙ୍ଗେ ସଙ୍ଗେ ଟିକା ନେବା ପାଇଁ ନିର୍ଦ୍ଧାରଣ ହୋଇଥିବା ବୟସ ବର୍ଗ ଉଚ୍ଛେଦ କରାଗଲେ ଦିଲ୍ଲୀରେ ଆମେ ଦୁଇ ତିନି ମାସ ମଧ୍ୟରେ ଲୋକମାନଙ୍କୁ ଟିକା ଦେଇପାରିବୁ। ସମ୍ପ୍ରତି ଆମ ପାଖରେ ୭ ରୁ ୧୦ ଦିନ ପର୍ଯ୍ୟନ୍ତ ଦେବା ପାଇଁ ଟିକା ଅଛି। ଟିକାକରଣ ତ୍ୱରାନ୍ଵିତ କରିବା ଲାଗି ଆମେ ନିର୍ଦ୍ଧାରିତ ବୟସ ବର୍ଗ ଉଠାଇ ଦେବା ଆବଶ୍ୟକ। ଦିଲ୍ଲୀରେ ଖୁବ୍‌ ଶୀଘ୍ର ନୂଆ କଟକଣା ଜାରି କରାଯିବ।, ଲକଡାଉନ୍ ନୁହେଁ, ଦିଲ୍ଲୀରେ ଜାରି ହେବ ନୂଆ କଟକଣା

ଦେଶର ଅନ୍ୟାନ୍ୟ ଅଞ୍ଚଳ ସହ ଦିଲ୍ଲୀରେ ମଧ୍ୟ ବ୍ୟାପକ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ପାଇବାରୁ ଶୁକ୍ରବାର ଦିନ କେଜ୍ରିଓ୍ଵାଲ୍‌ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ୍‌ ଓ କଲେଜ ବନ୍ଦ କରିବା ଲାଗି ନିର୍ଦେଶ ଦେଇଥିଲେ। ଏହା ବ୍ୟତିରେକେ, ଟିକାକରଣ ତ୍ୱରାନ୍ଵିତ କରିବା ଲାଗି ଶୁକ୍ରବାର ଦିନ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ବୈଠକ ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଏଥିସହ ଟିକା ନେବା ପାଇଁ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବା ଲାଗି ଅଭିଯାନ ଚଳାଇବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି।

Post Your View

Leave a Reply

Your email address will not be published. Required fields are marked *

Back to top button