ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍‌

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର। ଆଜି ଠାରୁ ଆରମ୍ଭ ହୋଇଛି ବିମାନ ତଥା ବସ୍ ଚଳାଚଳା ସେହିଭଳି ଭାବରେ ଜୁନ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ରେଳ ଚଳାଚଳା। ତେବେ ବହୁ ସଂଖ୍ୟକ ଲୋକ ରାଜ୍ୟକୁ ଆସିବେ। କରୋନାର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ନୂଆ ଗାଇଡ୍ ଲାଇନ୍ ଜାରି କରିଛନ୍ତି। ଯେଉଁ ବ୍ୟକ୍ତି ମାନଙ୍କର କୈାଣସି ଲକ୍ଷ୍ୟଣ ନଥିବ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବେ। କିନ୍ତୁ ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ସହ ୭ ଦିନ ନିଜ ଘରେ ଏକାନ୍ତବାସରେ ରହିବେ। ଯଦି କାହାର ସାମାନ୍ୟ ଲକ୍ଷ୍ୟଣ ଥାଏ ତେବେ ତାଙ୍କୁ ସଂଗରୋଧରେ ରହିବାକୁ ପଡିବ। ରାଜ୍ୟ ସରକାର ବ୍ୟବସ୍ଥା କରିଥିବା ସଂଗରୋଧ କେନ୍ଦ୍ର କିମ୍ବା ବି.ଏମ୍‌.ସି ଆୟୋଜନ କରିଥିବା ସ୍ଥାନରେ ସଂଗରୋଧ ହୋଇ ରହିବାକୁ ପଡିବ।
ଆରୋଗ୍ୟ ସେତୁ ଆପରେ ସମସ୍ତଙ୍କୁ ପଞ୍ଜୀକରଣ କରାଇବା ବାଧ୍ୟତା ମୂଳକ। ଯଦି ଆରୋଗ୍ୟ ସେତୁ ଆପରେ ଗ୍ରୀନ ସିଗନାଲ ନଥାଏ ତେବେ ସେହି ବ୍ୟକ୍ତି ଯାତ୍ରା କରି ପାରିବେ ନାହିଁ।

ଭାରତ ଆଗମନ ପାଇଁ ଆନ୍ତର୍ଜାତିକ ବିମାନରେ ବସିବା ପୂର୍ବରୁ ସେହି ଯାତ୍ରୀମାନେ ଏକ ସ୍ୱୀକାରନାମା ଦେବେ ଯେ ସେମାନେ ୧୪ ଦିନର ନିଶ୍ଚିତ ସଙ୍ଗରୋଧରେ ରହିବେ। ସେଥିରୁ ୭ ଦିନ ଦେୟଯୁକ୍ତ ଆନୁଷ୍ଠାନିକ ସଙ୍ଗରୋଧ ଏବଂ ଆଉ ୭ ଦିନ ନିଜ ଘରେ ଏକାନ୍ତବାସରେ ଆତ୍ମ-ତଦାରଖରେ ରହିବେ। ଯେଉଁମାନେ ମାନବିକ ସଂକଟରେ ଥିବେ, ଗର୍ଭବତୀ ଥିବେ, ପରିବାରରେ କାହାର ମୃତ୍ୟୁ ହୋଇଥିବ, ଗମ୍ଭୀର ଅସୁସ୍ଥତା ଥି‌ବେ ବା ୧୦ ବର୍ଷରୁ କମ୍‌ ଶିଶୁମାନଙ୍କ ସହ ମାଆବାପା ଥିବେ, ସେମାନଙ୍କ ପାଇଁ ଏହି ସଙ୍ଗରୋଧ କଟକଣା ଲାଗୁ ହେଉନଥିଲେ ବି ସେମାନେ ଆରୋଗ୍ୟ ସେତୁ ଆପ୍‌ ନିଶ୍ଚିତ ବ୍ୟବହାର କରିବେ।

ଅନ୍ୟ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରି ବ୍ୟବହାର କରିବାକୁ ପରାମର୍ଶ ଦିଆଯାଉଛି। ବିଭିନ୍ନ ରାଜ୍ୟ ମଧ୍ୟ ସେମାନଙ୍କ ସଙ୍ଗରୋଧ ଓ ଏକାନ୍ତବାସର ନିୟମ ଜାରି କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି। ଅର୍ଥାତ୍‌ ଘରୋଇ ହେଉ ବା ଆନ୍ତର୍ଜାତିକ, ରାଜ୍ୟ ସରକାର ସେମାନଙ୍କ ପାଇଁ ପ୍ରବେଶ କଟକଣା ଜାରି କରିବେ। ସମସ୍ତଙ୍କୁ ଜଣ ଜଣ କରି ଯାଞ୍ଚ କରି ରେଳଗାଡ଼ି, ବିମାନ ବା ବସ୍‌ରେ ବସିବାକୁ ଅନୁମତି ଦେବେ।

Post Your View

Leave a Reply

Your email address will not be published. Required fields are marked *

Back to top button
Close