ପୁଣି ଫେରିଲା କୋଭିଡ୍ କଟକଣା

ଓଡ଼ିଶାରେ କରୋନା ସ୍ଥିତି ଜଟିଳ ଆଡ଼କୁ ଗତି କରୁଥିବା ବେଳେ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି। ଗୁରୁବାର ୨୧ ଆଇଏଏସଙ୍କୁ କୋଭିଡ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଏହାକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟ ସରକାରଙ୍କ ଅନ୍ୟ ପଦକ୍ଷେପ ଉପରେ କହିଛନ୍ତି । ବାହାର ରାଜ୍ୟରୁ ଓଡ଼ିଶା ଆସିବାକୁ ହେଲେ ଆରଟିପିସିଆର ନେଗେଟିଭ୍‌ ରିପୋର୍ଟ ଆବଶ୍ୟକ। ନଚେତ ଲୋକମାନଙ୍କୁ ୭ ଦିନିଆ କ୍ବାରେଣ୍ଟାଇନ୍‌ରେ ରଖାଯିବ। ଏହାସହ ଛତିଶଗଡ଼ ବର୍ଡରରେ ଥିବା ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସହରାଞ୍ଚଳରେ ଆସନ୍ତାକାଲିଠୁ ନାଇଟ କର୍ଫ୍ୟୁ ସମୟ ସନ୍ଧ୍ୟା ୬ରୁ ସକାଳ ୫ ଯାଏ  କରାଯାଇଛି ।, ପୁଣି ଫେରିଲା କୋଭିଡ୍ କଟକଣାଅଧିକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ଓଡ଼ିଶାର ସମସ୍ତ ଜିଲ୍ଲାର ଥିବା ସହରାଞ୍ଚଳରେ ଆସନ୍ତାକାଲିଠୁ ରାତି ୮ରୁ ସକାଳ ୫ ପର୍ଯ୍ୟନ୍ତ ଲାଗୁ ହେବ। ଉପରୋକ୍ତ ୧୦ ଜିଲ୍ଲା ସୁନ୍ଦରଗଡ଼ , ଝାରସୁଗୁଡ଼ା , ସମ୍ବଲପୁର, ବରଗଡ଼ , ବଲାଙ୍ଗିର , ନୂଆପଡ଼ା , କଳାହାଣ୍ଡି , ନବରଙ୍ଗପୁର , କୋରାପୁଟ ଏବଂ ମାଲକାନଗିରିର ସମସ୍ତ ସହରରେ ସପ୍ତାହନ୍ତ କର୍ଫ୍ୟୁ ଲାଗୁ ହେବ। ଶନିବାର ଏବଂ ରବିବାର ଓ୍ବିକ୍‌ଏଣ୍ଡ ସଟ୍‌ଡାଉନ୍‌ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କଟକଣା ସମୟରେ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି।, ପୁଣି ଫେରିଲା କୋଭିଡ୍ କଟକଣାକ୍ଷୀର, ଗ୍ରୋସରି, ଡେଲିଭରି, ମେଡିସନ୍‌ ଆଦି ଚାଲୁ ରହିବ। ଏଥିପାଇଁ ସେମାନେ ନିଜର ପରିଚୟ ପତ୍ର ଦେଖାଇବେ। ଏଥିପାଇଁ କୌଣସି ସ୍ବତନ୍ତ୍ର ପରିଚୟ ପତ୍ର ଦରକାର ନାହିଁ।   ନାଇଟ କର୍ଫ୍ୟୁ ସମୟରେ ମାଲ ପରିବହନ ଗାଡ଼ିକୁ ରୋକାଯାଇପାରିବ ନାହିଁ। ଦଶମ ଏବଂ +୨ ପରୀକ୍ଷା ସ୍ଥଗିତ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷାନୁଷ୍ଠାନ​‌ରେ ୧୯ ତାରିଖ ଠାରୁ ଅନଲାଇନ୍‌ କ୍ଲାସ ଆରମ୍ଭ ହେବ। କୋଚିଂ ସେଣ୍ଟରରେ ଅଫଲାଇନ୍‌ କ୍ଳାସ ହେବ ନାହିଁ।, ପୁଣି ଫେରିଲା କୋଭିଡ୍ କଟକଣାରାସ୍ତାକଡ଼ରେ ଯେଉଁମାନେ ଖାଦ୍ୟ ବିକ୍ରି କରୁଛନ୍ତି ସେଠାରେ କୋଭିଡ୍‌ କଟକଣା ମାନିବାକୁ ପଡ଼ିବ। ସିନେମା ହଲରେ ୫୦ ପ୍ରତିଶତ ଲୋକେ ଆସିପାରିବେ। ମୀନାବଜାରରେ ୨୦୦ ଲୋକେ ସାମିଲ ହୋଇପାରିବେ। ଅପେରାରେ ଏବେ କେବଳ ୧୦୦୦ ଲୋକ ପ୍ରବେଶ କରିବା ସହ ୬ ଫୁଟ୍‌ ଦୂରତା ରକ୍ଷା କରିବେ। ସରକାରୀ ଅଫିସ୍‌ ଏବଂ ବେସରକାରୀ ଅଫିସ୍‌ ଏବେ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ । ବର୍ତ୍ତମାନ ସମସ୍ତ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ କରାଯାଉଛି। ତାସହିତ ଆହୁରି ଅଧିକ ବେଡ୍‌, ଆଇସିୟୁ ବ୍ୟବସ୍ଥା କରାଯାଉଛି । ଏହା ଲୋକମାନଙ୍କୁ ଟିକା ନେବାକୁ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button