ଅତ୍ୟାଧୁନିକ ଏସଏନସିୟୁ ଉଦଘାଟିତ

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜିଲ୍ଲାପାଳ କଲେ ଉଦଘାଟନ

ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତ୍ୟାଧୁନିକ ଏସଏନସିୟୁ ଉଦଘାଟିତ । ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ନୂଆ ବ୍ୟବସ୍ଥାକୁ ଉଦଘାଟିତ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶିଶୁ ବିଭାଗରେ ଥିବା ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ ବା ଏସଏନସିୟୁକୁ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ବା ଏମସିଏଚ୍ କେନ୍ଦ୍ର କୋଠାକୁ ସ୍ଥାନାନ୍ତର କରାଯାଇଛି ।  ୨୦୧୩ ମସିହାରୁ ଏଠାରେ ଏସ୍ଏନସିୟୁ କାର୍ଯ୍ୟକ୍ଷମ ହୋଇ ଚିକିତ୍ସା ସେବା ଯୋଗାଇ ଆସୁଛି ।  ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ଉଦ୍ଦିଷ୍ଟ ଏମସିଏଚ କୋଠାକୁ ଏବେ ଏହାକୁ ସ୍ଥାନାନ୍ତର କରାଯାଇଛି । , ଅତ୍ୟାଧୁନିକ ଏସଏନସିୟୁ ଉଦଘାଟିତଏସଏନସିୟୁରେ ନବଜାତ ଶିଶୁଙ୍କ ଚିକିତ୍ସା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏସଏନସିୟୁରେ ନବଜାତ ଶିଶୁମାନଙ୍କ ଚିକିତ୍ସା ପାଇଁ ରେଡିଏଣ୍ଟ ଓ୍ୱାର୍ମର, ଫଟୋଥେରାପି ୟୁନିଟ,  କଙ୍ଗାରୁ ମଦର କେୟାର, ଅକ୍ସିଜେନ୍ କନ୍ସନଟ୍ରେଟେର ଇତ୍ୟାଦିର ବ୍ୟବସ୍ଥା ରହିଛି । ସେହିପରି ଯେଉଁ ନବଜାତ  ଶିଶୁମାନେ ମା’ଠାରୁ ସ୍ତନ୍ୟପାନ କରିପାରନ୍ତି ନାହିଁ କିମ୍ବା କୌଣସି ଜଟିଳତା ଯୋଗୁଁ ମା’ମାନେ ସ୍ତନ୍ୟପାନ କରାଇପାରନ୍ତି ନାହିଁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି । ଏଠାରେ ମୋଟ ୧୨ଟି ଶଯ୍ୟା ରହିଛି । ଜିଲ୍ଲାରେ ନବଜାତ ଶିଶୁମାନଙ୍କ ବିଭିନ୍ନ ଜଟିଳ ରୋଗର ଚିକିତ୍ସା ଚିକିତ୍ସା କରିବା ପାଇଁ ଏହି ସେଣ୍ଟର ବେଶ ସହାୟକ ହେବ । ଆଗାମୀ ଦିନରେ ଏଠାରେ ଏନଆଇସିୟୁ ଏବଂ ଏଚଡିୟୁ ପ୍ରତିଷ୍ଠା କରାଯିବ ବୋଲି ଲକ୍ଷ୍ୟ ରହିଛି । ଉଦଘାଟନୀ କାର୍ଯ୍ୟକ୍ରମରେ ସିଡିଏମଓ ଡାକ୍ତର ସରୋଜ କୁମାର ମିଶ୍ର, ଡିଏମଓ ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ,  ଡିପିଏଚ୍ଓ ଡାକ୍ତର କାହ୍ନୁ ଚରଣ ନାୟକ, ଏଡିପିଏଚ୍ଓ ଡାକ୍ତର ପି.କେ ନାଏକ, ଡିପିଏମ ଦୀପକ କୁମାର ମହାନ୍ତିଙ୍କ ସମେତ ଜିଲ୍ଲାର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Post Your View

Leave a Reply

Your email address will not be published. Required fields are marked *

Back to top button