ଜାଣନ୍ତୁ ଶୀକୃଷ୍ଣଙ୍କ କିଛି ଅଜଣା କଥା ।

ହିନ୍ଦୁ ସମାଜରେ ଲୀଳାମୟ ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ଜନ୍ମାଷ୍ଟମୀ ପର୍ବ ଭାବେ ପାଳନ କରାଯାଏ । ପ୍ରତିବର୍ଷ ଭାଦ୍ରବ ମାଷ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀ ସହ ଯୋଡି ହୋଇରହିଛି ଅନେକ ରୋଚକ କଥା ଓ କାହାଣୀ । ଆପଣମାନେ କୃଷ୍ଣଙ୍କ ପିଲାବେଳରେ ଘଟିଥିବା ଅନେକ କଥା ଜାଣିଥିବେ ,ହେଲେ ଏମିତି କିଛି ରହସ୍ୟମୟ କଥା ଅଛି ଯାହା ଆପଣମାନେ ଆଜି ପର୍ଯ୍ୟନ୍ତ ମଧ୍ୟ ଜାଣିନଥିବେ ।
ତେବେ ଆସନ୍ତୁ ଜାଣିୂବା ଶ୍ରୀକୃଷ୍ଣଙ୍କ ବିଷୟରେ କିଛି ରହସ୍ୟମୟ କଥା । ସମସ୍ତେ ଜାଣିଛନ୍ତି ଶ୍ରୀକୃଷ୍ଣଙ୍କ ରଙ୍ଗ କଳା, ଆଉ କିଛି ଲୋକ ମଧ୍ୟ ତାଙ୍କ ରଙ୍ଗ ଶ୍ୟାମଳ ବୋଲି କହିଥାନ୍ତି । ଶ୍ୟାମଳ ଅର୍ଥାତ୍ ଆକାଶ ରଙ୍ଗ ଭଳି କିଛି କଳା ଓ କିଛି ନୀଳ । ହେଲେ ବାସ୍ତବରେ ଶ୍ରୀକୃଷ୍ଣଙ୍କ ରଙ୍ଗ ମେଘ-ଶ୍ୟାମଳ ଥିଲା । ଅର୍ଥାତ୍ କଳା, ନୀଳ ଓ ଗୋରାର ସମିଶ୍ରଣ ।
କୁହାଯାଏ ଶ୍ରୀକୃଷ୍ଣଙ୍କ ଦେହରୁ ଚନ୍ଦନ ମିଶ୍ରିତ ସୁଗନ୍ଧ ବାସୁଥିଲା । ସେ ଏହି ସୁଗନ୍ଧ ଲୁଚାଇବାକୁ ମଧ୍ୟ ଚେଷ୍ଟା କରୁଥିଲେ । ଏହି ସୁଗନ୍ଧ ଦ୍ରୌପଦୀଙ୍କ ଦେହରେ ମଧ୍ୟ ଥିଲା । ଯାହା ଲୋକଙ୍କୁ ଆକଷ୍‌ର୍ିତ କରିଥାଏ ।
ଲୋକଙ୍କ କହିବା ଅନୁସାରେ ଶ୍ରୀକୃଷ୍ଣଙ୍କ ଦେହ କୋମଳ ଅର୍ଥାତ୍ ମହିଳାମାନଙ୍କ ଶରୀର ଭଳି ଥିଲା । କିନ୍ତୁ ଯୁଦ୍ଧ ସମୟରେ ତାଙ୍କ ଶରୀର କଠୋର ଅର୍ଥାତ୍ ସେ ଶକ୍ତିଶାଳୀ ହୋଇଯାଉଥିଲେ । ଶ୍ରୀକୃଷ୍ଣ ନିଜ ହିସାବରେ ନିଜ ଶରୀରର ଗୁଣ ପରିବର୍ତନ କରୁଥିଲେ ।
ଆହୁରି ମଧ୍ୟ କୁହାଯାଏ ଶ୍ରୀକୃଷ୍ଣଙ୍କ ମୃତ୍ୟୁ ବେଳକୁ ତାଙ୍କୁ ୧୨୫ ବର୍ଷ ହୋଇଥିଲା । କିନ୍ତୁ ବାସ୍ତବରେ ସେ ୧୧୯ବର୍ଷରେ ଦେହତ୍ୟାଗ କରିଥିଲେ । ତାଙ୍କ ମୁଣ୍ଡର କେଶ ଗୋଟେ ମଧ୍ୟ ଧଳା ହୋଇନଥିଲା । ମୃତ୍ୟୁ ବେଳକୁ ତାଙ୍କର ଯୁବାବସ୍ଥା ଥିଲା ।
ସମସ୍ତେ ଜାଣିଛନ୍ତି ଦ୍ୱାରିକା ପାଣିରେ ବୁଡି ଧ୍ୱଂସ ହୋଇଯାଇଥିଲା । ହେଲେ ଦ୍ୱାରିକା ପାଣିରେ ବୁଡିବା ପୂର୍ବରୁ ନଷ୍ଟ କରାଯାଇଥିଲା । ଏବେ ପର୍ଯ୍ୟନ୍ତ ତାହା ରହସ୍ୟ ହୋଇ ରହିଛି ।
ପୃଥିବୀ ପୃଷ୍ଠରେ ଏଭଳି ସ୍ଥାନ ଅଛି ଯେଉଁଠାକୁ ପ୍ରଭୁ ଶ୍ରୀକୃଷ୍ଣ ସ୍ୱୟଂ ଆସନ୍ତି ବୋଲି ମାନ୍ୟତା ରହିଛି । ସେହି ସ୍ଥାନ ହେଉଛି ବୃନ୍ଦାବନର ନିଧ ôବନ । ଏହି ସ୍ଥାନ ଦେଖିବାକୁ ଯେତେ ସୁନ୍ଦର ଓ ଆକର୍ଷଣୀୟ ସେତେ ରହସ୍ୟମୟ ମଧ୍ୟ । ସେହି ସ୍ଥାନରେ କୃଷ୍ଣ ରାଧାଙ୍କ ସହିତ କ୍ରୀଡା ମଧ୍ୟ କରନ୍ତି । ସେଠାରେ ଥିବା ରଙ୍ଗ ମହଲରେ ବିଶ୍ରାମ ନିଅନ୍ତି । ସେଠାରେ ଗୋପୀମାନେ ମଧ୍ୟ ନୃତ୍ୟ କରିଥାନ୍ତି ।

Post Your View

Leave a Reply

Your email address will not be published. Required fields are marked *

Back to top button