ଭୁମିକମ୍ପ ସମୟରେ ନ୍ୟୁଜଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଥିଲେ ଏହି ଅବସ୍ଥାରେ

ଭୁମିକମ୍ଫ ହେବାର ଖବର ଅନେକ ଥର ଆପଣମାନେ ଟିଭିରେ ଅଥବା ନିଜ ରାଜ୍ୟରେ ଘଟୁଥିବାର ଶୁଣିଥିବେ । ହେଲେ ଖୁବ୍ କମ୍ ଥର ନିଜେ ଅନୁଭବ କରିଥିବେ । ହେଲେ ଏମିତି ଜଣେ ନାମି ବ୍ୟକ୍ତିିବିଶେଷଙ୍କ ସହିତ ଏହିଭଳି ଘଟଣା ଘଟିଛି । ନ୍ୟୁଜଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡାନ ସୋମବାର ଟିଭି ଚ୍ୟାନେଲକୁ ଲାଇଭ୍ ଇଣ୍ଡରଭ୍ୟୁ ଦେଉଥିବା ବେଳେ ଭୂମିକମ୍ପ ହୋଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି । ସେ ତିଳେ ମାତ୍ର ବିଚଳିତ ହୋଇନଥିଲେ । ଆଉ ଭୂମିକମ୍ପ ହେଉଥିବା ସମୟରେ ତାଙ୍କୁ ସାମାନ୍ୟ ଝଟକା ଲାଗିଥିଲା ଓ ସେ ହସି ହସି ଇନ୍ଟରଭ୍ୟୁ ଦେଇଥିଲେ । ଏମିତିକି ସେ ବାଇଟ ଦେଉଥିବା ସମୟରେ ନ୍ୟୁଜ ଆଙ୍କରଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ – “ମୋତେ ଭୁମିକମ୍ପର ଝଟକା ଅନୁଭୁତ ହେଉଛି, ମୋ ପଛ ପଟେ ସବୁ ଠିକ୍ ଅଛି ତ ?”
ସୂଚନା ଅନୁସାରେ ନ୍ୟୁଜିଲ୍ୟାଣ୍ଡରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହୋଇଥାଏ । ଆମେରିକା ଜିୟୋଲୋଜିକାଲ ସର୍ଭେ ଅନୁସାରେ ସୋମବାର ଦିନ ପ୍ରଶାନ୍ତ ମହାସାଗରରେ ଭୂମିକମ୍ପ ହୋଇଥିଲା । ଆଉ ସେ ସମୟରେ ଭୁମିକମ୍ପର ତିବ୍ରତା ୫.୬ ଥିଲା ।

Post Your View

Leave a Reply

Your email address will not be published. Required fields are marked *

Back to top button
Close