ଦିଲ୍ଲୀରେ ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁ

ବଢୁଛି କରୋନା ମହାମାରୀର ସ୍ଥିତି ସ୍ଥିତିକୁ ସୁଧାରିବା ପାଇଁ ସରକାର ଦେଲେ ନାଇଟ୍ କଫ୍ରୁ୍ୟର ଆଦେଶ । ଆଜକୁ ଏକ ବର୍ଷ ହୋଇଗଲାଣି ଲୋକମାନେ ଭୟ ବିତ ହୋଇ ରହୁଥିଲେ । ଘରୁ ବାହାରିବା ଆଗରୁ ଅନେକ ଥର ଚିନ୍ତା କରୁଥିଲେ । କିନ୍ତୁ ବର୍ତ୍ତମାନ ପୁଣି ଥରେ ଏହି ଭୟ ଲୋକଙ୍କ ମନରେ ସୃଷ୍ଟି ହୋଇଛି । ତେବେ ଜାନୁୟାରୀ ରେ ଟିକା ଆସିବା ପରେ ଲୋକଙ୍କ ମନରେ ଥିଲା କି ସ୍ଥିତି ଧିରେ ଧିରେ ସୁଧୁରି ଯିବ । କିନ୍ତୁ ଏହା ଆହୁରି ବିଗିଡିବାରେ ଲାଗିଲାଣି । ଏବେ ପ୍ରଶ୍ନ ଏହା ଉଠୁଛି କି କ’ଣ ପୁଣି ଥିରେ ସ୍ଥିତି ବିଗିଡିବ । ଲୋକମାନେ ପୁଣିଥିରେ ଘରେ କଏଦ୍ ହୋଇରହିବେ ।

, ଦିଲ୍ଲୀରେ ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁଦେଶରେ କାୟା ମେଲାଉଛି କରୋନା ସଂକ୍ରମଣ । ୨୪ ଘଣ୍ଟା ଭିତରେ ୯୬ହଜାର ୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟା ମଧ୍ୟରେ କରୋନା କାରଣରୁ ୪୪୬ଜଣଙ୍କର ମୃତ୍ୟୁ ହୋଇଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏକ କୋଟି ୨୬ଲକ୍ଷ ୮୬ହଜାର ୪୯କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରୁ ଏକ କୋଟି ୧୭ଲକ୍ଷ ୩୨ହଜାର ୨୭୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୭ଲକ୍ଷ ୮୮ହଜାର ୨୨୩ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।, ଦିଲ୍ଲୀରେ ଏପ୍ରିଲ ୩୦ ଯାଏଁ ନାଇଟ କର୍ଫ୍ୟୁସର୍ବାଧିକ ଆକ୍ରାନ୍ତ ସଂଖ୍ୟା ତାଲିକାରେ ଏବେ ବି ମହାରାଷ୍ଟ୍ର ଆଗରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ନଜରରେ ରଖି ଦିଲ୍ଲୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ଏପ୍ରିଲ ୩୦ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି ।ସୂଚନା ଥାଉ କି ଦିଲ୍ଲୀରେ ଦୁଇ ଦିନ ଧରି କରୋନା ପଜିଟିଭଙ୍କ ସଂଖ୍ୟା ୩୫୦୦ ଉପରେ ରହୁଥିବାରୁ ଦିଲ୍ଲୀ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ତେବେ ରାତ୍ରିକାଳୀନ କର୍ଫ୍ୟୁରୁ ଅତ୍ୟାବଶ୍ୟକ ସେବାରୁ ବାଦ ଦିଆଯାଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button