କରୋନାର ଦ୍ଵିତୀୟ ଲହର ପାଇଁ ଦେଶରେ ଲାଗିପାରେ ଲକ୍‌ଡାଉନ୍‌ ?

ପୁଣି ସାରା ବିଶ୍ୱରେ ଘାରିଲାଣି କରୋନା ମହାମାରୀର ଭୟ । ଗତ ବର୍ଷ ମଧ୍ୟ କରୋନା ମହାମାରୀ ବହୁ ପ୍ରଭାବଶାଳୀ ହୋଇଥିଲା । ସାରା ବିଶ୍ୱ ଏହି ମହାମାରୀରେ ସଂକ୍ରମିତ ହୋଇଥିଲେ । ଜନସାଧାରଣଙ୍କ ମନରେ ଗୋଟିଏ ଭୟ ଥିଲା କି କିପରି କରୋନା ମହାମାରୀ ସଂକ୍ରମଣରୁ ବଞ୍ଚିବେ । କିନ୍ତୁ ଅନେକ ଲୋକ ଏହି ମହାମାରୀ କରୋନା ସଂକ୍ରମିତ ହୋଇଥିଲେ ଓ ମୃତ୍ୟୁ ବରଣ ମଧ୍ୟ କରିଥିଲେ । କରୋନା ମହାମାରୀ ପାଇଁ ଅର୍ଥନୀତି ଉପରେ ମଧ୍ୟ ପ୍ରଭାବ ପଡିଥିଲା । ସବୁ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରଖାଯାଇଥିଲା ।

, କରୋନାର ଦ୍ଵିତୀୟ ଲହର ପାଇଁ ଦେଶରେ ଲାଗିପାରେ ଲକ୍‌ଡାଉନ୍‌ ?

ଅନେକ ଲୋକ ନିଜର ଚାକିରି ଛାଡି ନିଜ ଘର ମୁହାଁ ହେଇଥିଲେ । ଭୟ ଧିରେଧିରେ ବଡିବାରେ ଲାଗିଲା ଏହାକୁ ନେଇ ଜନସାଧାରଣରେ ଚିନ୍ତା ମଧ୍ୟ ବଢିଲା । ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ର ସାହାର ନେଇଥିଲେ । ଏହାପରେ କରୋନା ମହାମାରୀର ସଂକ୍ରମଣ ଧିରେଧିରେ କମିବାରେ ମଧ୍ୟ ଲାଗିଥିଲା । କିନ୍ତୁ ପୁଣି ଏହି ମହାମାରୀର ପ୍ରଭାବ ସାରା ବିଶ୍ୱରେ ପଡିଛି । ଲୋକେମାନେ ଏହାକୁ ନେଇ ଚିନ୍ତିତ ମଧ୍ୟ ହେଲେଣି ।, କରୋନାର ଦ୍ଵିତୀୟ ଲହର ପାଇଁ ଦେଶରେ ଲାଗିପାରେ ଲକ୍‌ଡାଉନ୍‌ ?୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ପୁଣି ଆଶଙ୍କା ପ୍ରକାଶ ପାଇଛି ଯେ, ଦେଶ କଣ ପୁନର୍ବାର ଲକ୍‌ଡାଉନ୍‌ ଅଭିମୁଖେ ଆଗକୁ ବଢୁଛି ? କଣ ସଂକ୍ରମଣ ରୋକିବା ପାଇଁ କିଛି ଉପାୟ ଅଛି। ଏହା ମଧ୍ୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଓ୍ଵାର୍ଲ୍ଡ ବ୍ୟାଙ୍କକୁ ଜଣାଇଛନ୍ତି ଯେ, ମୋଦୀ ସରକାର ଗତ ବର୍ଷ ପରି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଉପରେ ବିଚାର କରୁ ନାହାନ୍ତି। ଏଥର ସ୍ଥାନୀୟ କଣ୍ଟେନମେଣ୍ଟ ଜୋନ୍‌ରେ ହିଁ କଟକଣା ଲଗାଯାଉଛି।, କରୋନାର ଦ୍ଵିତୀୟ ଲହର ପାଇଁ ଦେଶରେ ଲାଗିପାରେ ଲକ୍‌ଡାଉନ୍‌ ?ଓ୍ଵାର୍ଲ୍ଡ ବ୍ୟାଙ୍କ ଗ୍ରୁପର ଅଧ୍ୟକ୍ଷ ଡେଭିଡ୍ ମାଲପାସ୍ ସହିତ ମଙ୍ଗଳବାର ଏକ ଭର୍ଚୁଆଲ ବୈଠକ ସମୟରେ ସୀତାରମଣ କହିଛନ୍ତି, ସଂପ୍ରତି ସମଗ୍ର ଦେଶରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ର କୌଣସି ଅବକାଶ ନାହିଁ। ବୁଧବାର ଦେଶରେ ଏକ ଲକ୍ଷ ୮୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହେବା ସହ ଏକ ହଜାରରୁ ଅଧିକ ଲୋକଙ୍କ ସଂକ୍ରମଣରେ ପ୍ରାଣହାନୀ ଘଟିଛି। ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଆଜି ରାତି ୮ଟାରୁ ୧୫ ଦିନ ଯାଏଁ ୧୪୪ ଧାରା ଜାରି ରହିବ।, କରୋନାର ଦ୍ଵିତୀୟ ଲହର ପାଇଁ ଦେଶରେ ଲାଗିପାରେ ଲକ୍‌ଡାଉନ୍‌ ?ଅର୍ଥ ମନ୍ତ୍ରଣାଳୟ ଟ୍ଵିଟ୍ କରିଛନ୍ତି ଯେ, ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କରୋନା ମହାମାରୀର ଦ୍ଵିତୀୟ ଲହରକୁ ରୋକିବା ପାଇଁ ଭାରତ ପକ୍ଷରୁ ଉଠାଯାଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ସୀତାରମଣ କହିଛନ୍ତି, ଦ୍ଵିତୀୟ ଲହର ପରେ ମଧ୍ୟ ଆମେ ବହୁତ ସ୍ପଷ୍ଟ ଯେ, ଦେଶରେ ବ୍ୟାପକ୍ ଭାବେ ଲକ୍‌ଡାଉନ୍‌ ଲାଗିବ ନାହିଁ। ଆମେ ସଂପୂର୍ଣ୍ଣ ଭାବେ ଅର୍ଥନୀତିକୁ ବନ୍ଦ କରି ପାରିବୁ ନାହିଁ। ସ୍ଥାନୀୟ ସ୍ତରରେ କଟକଣା ଲଗାଯାଇ ସଙ୍କଟର ମୁକାବିଲା କରାଯିବ। କିନ୍ତୁ ଏହା ସ୍ପଷ୍ଟ ଦେଶ ସମଗ୍ର ଦେଶରେ ଲକ୍‌ଡାଉନ୍‌ ଲାଗୁ ହେବ ନାହିଁ ବୋଲି ସୀତାରମଣ କହିଛନ୍ତି।

Post Your View

Leave a Reply

Your email address will not be published. Required fields are marked *

Back to top button