ଫେବୃଆରୀ ଯାଏଁ ସତର୍କ ରହିବାକୁ ପଡିବ

ଓଡିଶାରେ କରୋନାର ଦ୍ୱିତୀୟ ଲହରି ଆଶଙ୍କା କମ୍

ଓଡ଼ିଶାରେ ମହାମାରୀ କରୋନାର ଦ୍ୱିତୀୟ ଲହରି ଆଶଙ୍କା ନାହିଁ । ଏନେଇ ସ୍ୱାସ୍ଥ୍ୟ ବିଭାଗ ବୈଷୟିକ କମିଟି ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । କଟକ ଏସ୍‌ସିବି ମେଡିକାଲ କଲେଜର ୱେବସାଇଟ୍ ଉନ୍ମୋଚନ ଅବସରରେ ସେ ଏକଥା କହିଛନ୍ତି । ତାଙ୍କ କହିବା କଥା ରାଜ୍ୟରେ କରୋନା ଗ୍ରାଫ୍ ହ୍ରାସ ପାଉଛି । କରୋନାକୁ ହରାଇବା ପାଇଁ ସାଧାରଣ ଲୋକେ ଓ କରୋନା ଯୋଦ୍ଧା ବହୁ ତ୍ୟାଗ କରିଛନ୍ତି । ଶୀତ ଦିନ ଡିସେମ୍ୱର ମାସରେ କରୋନାର ଦ୍ୱିତୀୟ ଲହରି ଆସିବ ବୋଲି ଆଶଙ୍କା କରାଯାଉଥିଲା । ତାହା ଆଉ ଆସିନପାରେ ବୋଲି ସେ କହିଥିବା ବେଳେ ଫେବୃଆରୀ ଯାଏଁ ସମସ୍ତଙ୍କୁ ସତର୍କ ରହିବାକୁ ପଡ଼ିବ । ଆଉ କିଛି ସପ୍ତାହ ମଧ୍ୟରେ ଟିକା ଆସିବ ଏବଂ ଟିକାକରଣ ପରେ ହର୍ଡ ଇମ୍ୟୁନିଟି ହାସଲ କରିହେବ । , ଫେବୃଆରୀ ଯାଏଁ ସତର୍କ ରହିବାକୁ ପଡିବରାଜ୍ୟରେ ଗତ ୨୪ ଘଣ୍ଟାର ରିପୋର୍ଟ ଅନୁସାରେ ୫ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୪୦୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୩୪ଜଣ କ୍ୱାରେଣ୍ଟାଇନରେ ଓ ୧୭୫ଜଣ ଲୋକାଲ୍ କେସ୍ ଚିହ୍ନଟ ହୋଇଛି ।

Post Your View

Leave a Reply

Your email address will not be published. Required fields are marked *

Back to top button