ଲକ୍ଷଣ ନ ଥିବା ବ୍ୟକ୍ତି ମଧ୍ୟ ସୁପର ସ୍ପ୍ରେଡର

ସାମାନ୍ୟତମ ଲକ୍ଷଣରୁ ମୃତ୍ୟୁର ଦୂରତା ହୋଇପାରେ ୨୪ଘଂଟା

କରୋନାର କୌଣସି ଲକ୍ଷଣ ନ ଥିବା ବ୍ୟକ୍ତି ମଧ୍ୟ ସୁପର ସ୍ପ୍ରେଡର ପାଲଟି ଯାଇପାରେ। ତେଣୁ ଯେଉଁ ବାହାର ଫେରନ୍ତା ଅଥବା ହଟସ୍ପଟ ଫେରନ୍ତାମାନେ ନିଜକୁ ସୁସ୍ଥ ମନେ କରି କ୍ୱାରେଣ୍ଟାଇନ୍‌ ନିୟମ ନମାନି ମିଳାମିଶା କରନ୍ତି, ସେମାନେ ସୁପର ସ୍ପ୍ରେଡର ପାଲଟି ଯାଆନ୍ତି। ନିଜେ ବିପଦରେ ପଡ଼ିବା ସହ ପରିବାର ଓ ସମାଜକୁ ମଧ୍ୟ ବିପନ୍ନ କରନ୍ତି। ରାଜ୍ୟରେ କରୋନା ସ୍ଥିତି ନେଇ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ । ଲକ୍ଷଣ ନଲୁଚାଇବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଲକ୍ଷଣ ଲୁଚାଇଲେ ସୁସ୍ଥରୁ ଭେଂଟିଲେଟରର ଦୂରତା କେବଳ ୨୪ଘଂଟାର ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି । ଏବଂ ସାମାନ୍ୟତମ ଲକ୍ଷଣରୁ ମୃତ୍ୟୁର ଦୂରତା କେବଳ ୨୪ଘଂଟା ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି । ଏହାସହ ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ସଂକ୍ରମଣ ବଢୁଥିବା ନେଇ ଉଦାହରଣ ରଖିଛନ୍ତି ।

ବ୍ରହ୍ମପୁରର ଏକ ଉଦାହରଣ ଦେଇ ବାଗଚୀ କହିଛନ୍ତି ଯେ, ଲକଡାଉନ ଚାଲିଥିବା ସମୟରେ ବ୍ରହ୍ମପୁରର ଜଣେ ଗହଣା ଦୋକାନୀ ପଛପଟ କବାଟ ଦେଇ ଘର ଘର ବୁଲି ଗହଣା ବିକିଥିଲେ । ଏପରିକି କରୋନା ପଜିଟିଭ ଆସିବା ପରେ ମଧ୍ୟ ସେ ହୋମ୍ କ୍ୱାରେଂଟିନରେ ନ ରହି , ଘରୁ ଭୁବନେଶ୍ୱର ଲୁଚି ପଳାଇ ଆସିଥିଲେ । ଏହାପରେ ଲକ୍ଷଣ ବଢିବା ସହ ସେ ଭୁବନେଶ୍ୱରର ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଘରୋଇ ମେଡିକାଲକୁ ପରୀକ୍ଷା ପାଇଁ ଗଲେ । ଏବେ ସେ ନିଜେ ବିପଦରେ ଅଛନ୍ତି, ଅନ୍ୟମାନଙ୍କୁ ବି ବିପଦକୁ ଟାଣିଆଣିଛନ୍ତି ଏଇ  ଉଦାହରଣ ଦେଇ ରାଜ୍ୟ ସରକାରଙ୍କ ମୁଖ୍ୟମୁଖପାତ୍ର ବାଗଚୀ କହିଛନ୍ତି କି, ରୋଗର ଲକ୍ଷଣ ପ୍ରକାଶ ପାଇ ନ ଥିଲେ ମଧ୍ୟ ନିର୍ଭୟ ହୋଇ ବୁଲିବା ଆଦୌ ବିପଦମୁକ୍ତ ନୁହେଁ। ସମସ୍ତେ ଏ ଦିଗ ପ୍ରତି ସଚେତନ ହେବାକୁ ପଡ଼ିବ। ଏବେ ପୂର୍ବ ଭାରତରେ କରୋନା ସଂକ୍ରମଣ କ୍ରମଶଃ ସାଂଘାତିକ ହେବାରେ ଲାଗିଛି।

Post Your View

Leave a Reply

Your email address will not be published. Required fields are marked *

Back to top button
Close