ପିପିଲି ଆସନ ପାଇଁ ମହାଲଢେଇ

ପିପିଲି ମଇଦାନ ପାଇଁ ୩ ଦଳର ପ୍ରାର୍ଥୀ ରେଡ୍ଡି । ଆଜି ଶେଷ ହେବ ନାମାଙ୍କନ । ଶେଷ ଦିନରେ ନାମାଙ୍କନ ଭରିବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜ ।ପିପିଲିରୁ ରାଲିରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ ଦୁଇ ଦଳର ପ୍ରାର୍ଥୀ । ପୂର୍ବରୁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି । ଆଶ୍ରିତ ପଟ୍ଟନାୟକ ଏବେ କର୍ମୀଙ୍କୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛନ୍ତି । ବିଜେଡି ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରସାଦ ମହାରଥୀଙ୍କୁ ଟିକେଟ ଦେବା ପରେ ଦଳୀୟ କର୍ମୀଙ୍କ ଭିତରେ ଉତ୍ସାହ ଦେଖା ଦେଇଛି ।ମଇଦାନରେ ବିଜେଡିର ରୁଦ୍ର ମହାରଥୀଙ୍କୁ ବାଦ୍ଦେଲେ ଅନ୍ୟ ଦୁଇ ପ୍ରାର୍ଥୀ ଅର୍ଥାତ୍ ଶ୍ରୀ ମଙ୍ଗରାଜ ଏବଂ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପୁରୁଣା ମୁହଁ ଏବଂ ୨୦୧୯ ବିଧାନସଭା ନିର୍ବାଚନରେ ନିଜ ନିଜ ଦଳରୁ ପ୍ରାର୍ଥୀ ହୋଇଥିଲେ । ଏପ୍ରିଲ ୩ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଶେଷ ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଏପ୍ରିଲ ୧୭ରେ ପିପିଲି ଭୋଟ ହେବ ।
Post Your View