କାହିଁକି ହସ୍ପିଟାଲରେ ଭର୍ତ୍ତି ହେଲେ ନୁସରତ ?

ସାଂସଦ ନୁସରତ ଜାହାଁ ଡାକ୍ତରଙ୍କୁ କଲେ ଖାସ ଅନୁରୋଧ...

ହସ୍ପିଟାଲରେ ଭର୍ତ୍ତି ହେଲ ବଙ୍ଗୀୟ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାଁ। ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଆଜି ଭର୍ତ୍ତି କରାଯାଇଛି। ଖୁବ୍‌ଶୀଘ୍ର ଗୁଡ୍‌ନ୍ୟୁଜ ଦେବେ ନୁସରତ। ସେ ଏବେ ଗର୍ଭବତୀ ଅଛନ୍ତି। ଦିନେ କି ଦୁଇ ଦିନ ଭିତରେ ସେ ମା’ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ତାଙ୍କୁ ଆଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନୁସରତଙ୍କ ଡେଲିଭରୀ ତାରିଖ ଅଗଷ୍ଟ ଲାଷ୍ଟ ଏବଂ ସେପ୍ଟେମ୍ବର ପ୍ରଥମ ଆଡକୁ ଥିଲା। ଏହା ପୂର୍ବରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ନୁସରତ ଗର୍ଭବତୀ ହେବା ଖବର ସାମ୍ନାକୁ ଆସିବା ପରେ ବହୁ ଚର୍ଚ୍ଚ ହୋଇଥିଲା। ଏପରିକି ତାଙ୍କ ବିବାହକୁ ନେଇ ବିବାଦ ମଧ୍ୟ ଉଠିଥିଲା। ଏବେ ନୁସରତ କୁଆଡେ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କୁ ଡେଟ୍‌ କରୁଥିବା ନେଇ ଶୁଣିବାକୁ ମିଳିଛି। ମଙ୍ଗଳବାର ଦୁହେଁ ଏକା ଭଳି ଇନ୍‌ଷ୍ଟା ଷ୍ଟୋରୀ ଶେଆର କରିଥିଲେ। ଏହା ପରେ ଦୁହେଁ ପରସ୍ପରକୁ ଡେଟ କରୁଥିବା ନେଇ ସନ୍ଦେହ କରାଯାଉଛି।, କାହିଁକି ହସ୍ପିଟାଲରେ ଭର୍ତ୍ତି ହେଲେ ନୁସରତ ?ନୁସରତ ଜାହାଁଙ୍କ ପ୍ରସବ ନେଇ ପୂର୍ବରୁ କୁହାଯାଉଥିଲା ଯେ ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ସୁଦ୍ଧା ତାଙ୍କର ଶିଶୁ ଜନ୍ମ ହୋଇପାରେ। ଏକ ଖବର ଅନୁଯାୟୀ, ବୁଧବାର ଦିନ ଖବର ଆସିଥିଲା ଯେ ନୁସରତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ୨୬ ତାରିଖରେ ତାଙ୍କର ଡେଲିଭରି ହୋଇପାରେ। ଏକ ରିପୋର୍ଟ ଅନୁଯାୟୀ, ନୁସରତ ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରସବ ସମୟରେ ୟଶଙ୍କୁ ସାଙ୍ଗରେ ରହିବାକୁ ଅନୁମତି ଦେବେ। ୨୦୧୯ରେ ନୁସରତ ଜାହାଁ ନିଖିଲ ଜୈନଙ୍କ ସହ ତୁର୍କୀରେ ବିବାହ କରିଥିଲେ। ସେ ଅନ୍ୟ ଧର୍ମରେ ବିବାହ କରିଥିବା ନେଇ ଖୁବ ଚର୍ଚ୍ଚା ହୋଇଥିଲା। ବିବାହର କିଛି ମାସ ପରେ ସେ ଦାବି କରିଥିଲେ ଯେ ତାଙ୍କ ବାହାଘର ଭାରତୀୟ ଆଇନ ଅନୁସାରେ ଅବୈଧ। ଏହାପରେ ନିଖିଲ ଜୈନ ବୟାନ ଦେଇଥିଲେ ଯେ ନୁସରତ ସେମାନନ୍କ ବାହାଘର ରେଜିଷ୍ଟର କରିବାକୁ ଅସ୍ବୀକାର କରିଥିଲେ। ୨୦୨୦ ଅଗଷ୍ଟରୁ ନୁସରତଙ୍କ ହାବଭାବ ବହୁତ ବଦଳି ଯାଇଥିଲା ବୋଲି ମଧ୍ୟ ନିଖିଲ କହିଥିଲେ। ଏହାପରେ ନଭେମ୍ବର ସେ ନିଖିଲଙ୍କ ଘର ଛାଡି ଚାଲି ଯାଇଥିଲେ।

Post Your View

Leave a Reply

Your email address will not be published. Required fields are marked *

Back to top button