ପ୍ରଣତିର ପ୍ରେମିକମାନେ

ଏକ ପ୍ରେମ ଉପନ୍ୟାସ

“””””””””””””””” ପ୍ରଣତିର ପ୍ରେମିକମାନେ “”””””””””””””””
ଅମରେଶ ବିଶ୍ବାଳଙ୍କର ଏହି ଉପନ୍ୟାସକୁ ପଢ଼ିଲା ପରେ ପ୍ରେମକୁ ନେଇ ଆପଣମାନଙ୍କ ମନରେ ଥିବା ଯାବତୀୟ ଚିନ୍ତା ଚେତନାର ସମ୍ଯକ ପରିବର୍ତ୍ତନ ହେବ… ଆପଣମାନଙ୍କର ଏହି ଧାରଣା ମଧ୍ଯ ଆସିଯିବକି ପ୍ରେମକୁ ପାଳନ କରାଯାଏନି ଭୋଗିବାକୁ ହୁଏ… ପାଣିରେ ବୁଡିବା ପରି, ଗଛରେ ଚଢ଼ିବା ପରି, ଭଜନ କରିବା ପରି, ବର୍ଷାରେ ଭିଜିବା ପରି, ମାଳ ଗୁନ୍ଥିବା ପରି, ଗୀତ ଶିଖିବା ପରି, ଡିବି ଜଳିବା ପରି, ଚଢେଇ ଉଡ଼ିବା ପରି…।। ପ୍ରେମ ହିଁ ଆପଣଙ୍କୁ ଧିରେଧିରେ ଫର୍ଚା କରିଦେବ ନିଜ ଭିତରେ… ସାମ୍ନାରେ ଥିବା ଅଚିହ୍ନା ଲୋକଟି ପଢ଼ିନେବ ମନର କଥା..।। ଆପଣ ଏ ଉପନ୍ୟାସକୁ ପଢ଼ିଲା ପରେ ଜୀବନକୁ ନା ପ୍ରେମକୁ, ଆପଣାର ଲାଗୁଥିବା ଚେହେରାକୁ ନା ନିଜ ଦେହକୁ, ପାଦ ଆଗରେ ପଡ଼ିଥିବା ରାସ୍ତାକୁ ନା ପାଦକୁ , ସାରାଜୀବନ କାହାକୁ ମୁଣ୍ଡେଇ ଚାଲିବେ ଦ୍ୱନ୍ଦରେ ପଡ଼ିଯିବେ..।। ଏ ଦ୍ୱନ୍ଦ ମନରୁ ସେତେବେଳେ ହଟିବ ଯେତେବେଳେ ଆପଣ ନିଜ ନିଜ କ୍ଷେତ୍ରରେ ଆଗକୁ ଆଗକୁ ବଢ଼ିଚାଲିବେ, ଆଉ ଠିକ୍ ସେତିକିବେଳେ ଆପଣଙ୍କ ପରିଧିରେ ଥିବା ଅତି ଆପଣାର ଲାଗୁଥିବା ଲୋକ ଆପଣଙ୍କୁ ଛାଡି ପଛକୁ ପଛକୁ ଚାଲିଯିବେ ..।। ଯଦି ପଢ଼ିଥିବେତ ଆପଣା ବାଗରେ ଆପେ ପାଇଥିବା ଏହାର ସୁଆଦ, ଯେଉଁମାନେ ପଢ଼ିନାହାନ୍ତି ସେମାନଙ୍କୁ ଅନୁରୋଧ ଏ ଉପନ୍ୟାସକୁ ପଢ଼ନ୍ତୁ ପ୍ରେମର ଏକ ଅଦ୍ଭୁତ ସ୍ୱାଦକୁ ଆପଣା ବାଗରେ ଉପଭୋଗ କରନ୍ତୁ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close