ରାଜ୍ୟ ସରକାରଙ୍କ କୋରନା ମୁକାବିଲା ଋଣନୀତି

ରାଜ୍ୟ ସରକାରଙ୍କ ଋଣନୀତି

ରାଜ୍ୟ ସରକାର ଜୁଲାଇ ମାସ ପାଇଁ ଅନଲକ୍‌-୨ ର ଗାଇଡ୍ ଲାଇନ୍ ଜାରି କରିଛନ୍ତି । ଜୁଲାଇ ମାସ ରେ କୋରନା ମୁକାବିଲା କରିବା ପାଇଁ ନୂଆ ରଣନୀତି ଘୋଷଣା କରିଛନ୍ତି ରାଜ୍ୟ ସରକାର ।ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରୀପାଠି ଏ ନେଇ ସୂଚନା ଦେଇଛନ୍ତି । ଏଥିରେ ୧୦ ସଂକ୍ରମଣ ପ୍ରବଣ ଜିଲ୍ଲାକୁ ଜୋନ୍‌-୧ ଭାବେ ଘୋଷଣା କରିଛନ୍ତି ସରକାର । ସେହି ଜିଲ୍ଲା ଗୁଡିିକହେଲାକେନ୍ଦ୍ରାପଡା,ଗଜପତି,ଗଂଜାମ,ଖୋର୍ଦା,କଟକ,ଯାଜପୁର,ଝାରସୁଗୁଡୀ,ବାଲେଶ୍ୱର,ମୟୁରଭଂଜ,ଜଗତସିଂପୁର । ପୂବ ର୍ପରି ଏହି ଜିଲ୍ଲା ମାନଙ୍କରେ ଶନିବାର ଏବଂ ରବିବାର ସଟଡାଉନ୍ ଜାରି ରହିବ ସେହିପରି ରାତ୍ରୀକାଳିନ କର୍ଫ୍ୟୁକୁ ସଂଧ୍ୟା ୭ଟା ବଦଳରେ ରାତି ୯ଟା ପର୍ଯ୍ୟନ୍ତ କୋହଳ କରାଯାଇଛି । ଅନ୍ୟ ପକ୍ଷରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଅଗଷ୍ଟ ୩୧ ଯାଏଁ ବନ୍ଦ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି । ସେହିପରି ଧାର୍ମୀକ ଅନୁଷ୍ଠାନ,ସିନେମା ହଲ୍‌,ଜିମ୍‌କୁ ମଧ୍ୟ ଅଗଷ୍ଟ ୩୧ ଯାଏ ବନ୍ଦ ରହିବ । ରାଜ୍ୟ ସରକାର ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ..।।

Post Your View

Leave a Reply

Your email address will not be published. Required fields are marked *

Back to top button
Close