ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କା

ଗୁପ୍ର ‘ଏ’ ସରକାରୀ ଚାକିରି ଘୋଷଣା କଲେ ରାଜ୍ୟ ସରକାର ..

ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ରାଶି ଘୋଷଣା । ଟୋକିଓ ପାରାଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରମୋଦଙ୍କୁ ୬ କୋଟି ଟଙ୍କାର ଆର୍ଥିକ ରାଶି ସହ ଗୁପ୍ର ‘ଏ’ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି ସରକାର । ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶି ଦିଆଯିବ । କ୍ରୀଡା ଓ କ୍ରୀଡାବିତଙ୍କ ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରୋତ୍ସାହନ ଯୋଗାଇ ଦେଇ ଆସିଛନ୍ତି ।, ସୁନାପୁଅ ପ୍ରମୋଦଙ୍କୁ ମିଳିବ ୬ କୋଟି ଟଙ୍କାସୂଚନାଯୋଗ୍ୟ ଯେ, ଟୋକିଓ ପାରାଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଖେଳରେ ପ୍ରମୋଦ ଭଗତ ସୁନା ପଦକ ଜିତିଥିଲେ । ପୂର୍ବରୁ ଅଲମ୍ପିକ୍ସ ଓ ପାରା ଅଲମ୍ପିକ୍ସରେ ପଦକ ବିଜେତାଙ୍କୁ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣକୁ ୬ କୋଟି, ରୌପ୍ୟକୁ ୪ କୋଟି ଓ କାଂସ୍ୟ ପଦକ ବିଜେତାଙ୍କୁ ୨.୫ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ ସରକାର । ତେବେ ପୂର୍ବ ଘୋଷଣା ମୁତାବିକ ପ୍ରମୋଦ ଭଗତଙ୍କୁ ୬ କୋଟି ଟଙ୍କାର ପୁରସ୍କାର ଦିଆଯିବ । ଏହାସହିତ ଗୁପ୍ର ‘ଏ’ ସରକାରୀ ଚାକିରି ଦେବାକୁ ମଧ୍ୟ ଘୋଷଣା ହୋଇଛି । କିନ୍ତୁ ପ୍ରମୋଦ ଭୁବନେଶ୍ୱର ଫେରିବା ପରେ ତାଙ୍କୁ ଏହି ପୁରସ୍କାର ରାଶିର ଚେକ୍ ଦିଆଯିବ ବୋଲି ଜଣାପଡିଛି ।

Post Your View

Leave a Reply

Your email address will not be published. Required fields are marked *

Back to top button